ଜାନୁଆରୀ ୨୨ରେ କେନ୍ଦ୍ରାପଡା ସହରର ସମସ୍ତ ମାଛ ଓ ମାଂସ ଦୋକାନ ବନ୍ଦ

କେନ୍ଦ୍ରାପଡା, ୧୯/୦୧/୨୦୨୪ (ଓଡ଼ିଶା ସମାଚାର)- ଚଳିତମାସ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରରେ ଶ୍ରୀ ରାମଲାଲଙ୍କ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏଥିସହିତ ସାରା ଦେଶରେ ଆଧ୍ୟାତ୍ମିକତାର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଧର୍ମୀୟ ଭାବନାକୁ ସମ୍ମାନ ଜଣାଇ ସେହିଦିନ କେନ୍ଦ୍ରାପଡା ସହରର ସମସ୍ତ ମାଛ ଓ ମାଂସ ବ୍ୟବସାୟୀ ଆମିଷ ଦ୍ରବ୍ୟ ବିକ୍ରିରୁ ନିବୃତ ରହିବାକୁ କେନ୍ଦ୍ରାପଡା ମାଛ ଓ ମାଂସ ବ୍ୟବସାୟୀ ସଂଘ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ସଂଘ ପକ୍ଷରୁ କାଳନ୍ଦୀ ସେଠୀ, କୃଷ୍ଣଚନ୍ଦ୍ର କାଲ, ସୁବାଷ ଚନ୍ଦ୍ର ସେଠୀ, ଟୁନୁ ସେଠୀ, କପିଳ ସେଠୀ, ସେକ୍ ଲାଲା ପ୍ରମୁଖ ଏକ ପ୍ରେସ୍ ଇସ୍ତାହାର ଯୋଗେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *