ବିଦ୍ୟାଳୟସ୍ଥରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ 

ଖୋର୍ଦ୍ଧା,୧୯/୧/୨୦୨୪(ଓଡ଼ିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ କ୍ଷେତ୍ରବାସି ସରକାରୀ ଉଚ୍ଚ ବିଦ୍ୟାଳୟରେ  ଆଜି ବିଦ୍ୟାଳୟ ସ୍ଥରୀୟ ଭାଷା, ସାହିତ୍ୟ,ଓ ସୃଜନ ଶୀଳତା କାର୍ଯ୍ୟକ୍ରମ ହୋଇଯାଇଅଛି । ପ୍ରଧାନ ଶିକ୍ଷୟତ୍ରୀ ସ୍ନିଧା ଛୋଟରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୋ ସ୍କୁଲ ଅଭିଯାନ ର ଆବାହକ ଦୀପକ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୋ ସ୍କୁଲ ଅଭିଯାନର ଉପଦେଷ୍ଟା ଶଙ୍କର୍ଷଣ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ  ବିଦ୍ୟାଳୟ ପରିଚାଳନା ସଭାପତି ରବିନ୍ଦ୍ର ବାହିନୀପତି ଓ ମୋ ସ୍କୁଲ ଅଭିଯାନର ସଭ୍ୟ ବିଭୁତି ଭୁଷଣ ଦାଶ ସମ୍ମାନିତ ଅତିଥି ଭାବେ ମଧ୍ୟ ଯୋଗଦେଇଥିଲେ। ରାଜ୍ୟ ସରକାର ଙ୍କ ମୋ ସ୍କୁଲ ଅଭିଯାନରେ ନିର୍ଦ୍ଦେଶ ଦିଆଯାଇଥିବା ଛାତ୍ର ଛାତ୍ରୀ ଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କୁ ପ୍ରଦର୍ଶିତ କରାଯାଇଥିଲା। ସାହିତ୍ୟି ସୃଜନୀ , କୈାଶଳୀ, ଜିଜ୍ଞାସା ଓ କ୍ରୀଡାଙ୍ଗନ ପ୍ରଭୁତି ଚାରୋଟି ବିଭାଗରେ ଛାତ୍ର ଛାତ୍ରୀ ମାନେ ସେମାନଙ୍କର ପାରଦର୍ଶିତା ଅତିଥି ମାନଙ୍କ ଆଗରେ ଉପସ୍ଥାପନ କରିଥିଲେ। ଅତିଥି ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ସମ୍ବନ୍ଧରେ ଏକ ଭାଵ ବିନିମୟ କାର୍ଯ୍ୟକ୍ରମ ବେଳେ  ଏକ ନୁତନ ଶୈକ୍ଷିକ ବାତାବରଣ ସୃଷ୍ଟି କରିଥିଲା। ଶିକ୍ଷା ଦାନ ସହ ପ୍ରତେକ ଦିନ ଶନିବାର ଦିନ ଛାତ୍ର ଛାତ୍ରୀ ଙ୍କ ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଚାରୋଟି କ୍ଲବ୍ ଗଠନ ହୋଇଥିବା ପ୍ରଧାନ  ଶିକ୍ଷୟତ୍ରୀ ସୁଚନା ଦେଇଥିଲେ। ସିଆରସିସି ବିଜୟ କୁମାର ସାହୁ, ବିଦ୍ୟାଳୟ ର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା ସମସ୍ତ ସଭ୍ୟ ,ସଭ୍ୟା ଓ ସମସ୍ତ ଅଭିଭାବକ ଏହି କାର୍ଯ୍ୟକ୍ରମ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *