ଓଡ଼ିଶା ସମାଚାର

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଏକ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଏକ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ

May 29
14:05 2017

ଭୁବନେଶ୍ୱର, ୨୯/୦୫/୨୦୧୭(ଓଡ଼ିଶା ସମାଚାର) –ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ରବିବାର ଦିନ ନିଜ ବିଭାଗର ସଫଳତା ଗଣମାଧ୍ୟମ ଆଗରେ ବଖାଣିଛନ୍ତି । ସେ ଜେଏନୟୁରେ ଆଦିକବି ସାରଳା ଦାସଙ୍କ ନାମରେ ଚେୟାର ଆରମ୍ଭ ହେବା ଓ ବିଏଚୟୁରେ ଓଡିଆ ଚେୟାର ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦିଆ ଯାଇଥିବା କହିଛନ୍ତି । ସେହିପରି ରାଜ୍ୟକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ଓଡିଶାରେ ଆଗମନରେ ବୃଦ୍ଧି ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଯେ ନବକଳେବର ୨୦୧୫ ଉପରେ ତା ୧୭.୭.୧୫ରିକରେ ଏକ ସ୍ମାରକ ଡାକ ଟିକଟ ଉନ୍ମୋଚିତ ହୋଇଥିଲା । ନବ କଳେବର ଉପଲକ୍ଷେ ଜାତୀୟ ଚିତ୍ରଶିଳ୍ପୀ ଶିବିର ନୀଳ କନ୍ଦରର ଆୟୋଜନ କରାଯାଇଥିଲା । ପ୍ରଥମ ଥର ପାଇଁ ଓଡ଼ିଶା ବାହାରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଆଦିକବି ସାରଳା ଦାସଙ୍କ ନାମରେ ଏକ ଓଡ଼ିଆ ଚେୟାର ତା ୨୨.୦୨.୨୦୧୭ ରିଖରେ ନୂଆଦିଲ୍ଲୀଠାରେ ପ୍ରତିଷ୍ଠା ହୋଇଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଏକ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଛି । ଭାରତ ସରକାରଙ୍କ ମାନବ ସମ୍ବଳ ମନ୍ତ୍ରଣାଳୟରୁ ଗୁଜୁରାଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏବଂ ହାଇଦ୍ରାବାଦର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିମନ୍ତେ ଗୋଟିଏ ଲେଖାଏଁ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି । ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪ର ସଫଳ ରୂପାୟନ ନିମନ୍ତେ ଓଡ଼ିଶା ସରକାରୀ ଭାଷା ନିୟମ, ୨୦୧୬ର ପ୍ରଣୟନ ହୋଇଅଛି । ସ୍ୱରାଜ ଆଶ୍ରମଠାରେ ହରେକୃଷ୍ଣ ମହତାବ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି । ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତି ଉପଲକ୍ଷେ ରାଜ୍ୟ ସଂଗ୍ରହାଳୟରେ ଏକ ପାଇକ ଗ୍ୟାଲେରୀ ଖୋଲାଯିବା ସହ ଏକ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରାଯାଇଅଛି ବୋଲି ସେ ସୂଚନା ଦେଇଛନ୍ତି । ପର୍ଯ୍ୟଟନ ବିଭାଗର ଉପଲବ୍ଧି ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ ୨୦୧୩ରେ ରାଜ୍ୟକୁ ପର୍ଯ୍ୟଟକ ଆଗମନ ୯୮୬୬୮୧୦ରୁ ୨୦୧୬ରେ ୧୨୯୧୯୨୬୦ରେ ପହଂଚିଛି । ବାର୍ଷିକ ଅଭିବୃଦ୍ଧି ହାର ୯% । ସେହିପରି ୨୦୧୩ରେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୬୬, ୬୭୫ରୁ ୨୦୧୬ରେ ୭୬,୩୬୧ରେ ପହଂଚିଛି । ବିଗତ ତିନିବର୍ଷରେ ଏହା ୧୪ ପ୍ରତିଶତ ଅଭିବୃଦ୍ଧି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

13 − 8 =