ହାଡିବନ୍ଧୁ ବିହାର ଆଦର୍ଶ ସୋସାଇଟିର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା ୧୫/୦୧/୨୦୨୪ (ଓଡ଼ିଶା ସମାଚାର)-  କଷୋଟି ସ୍ଥିତ ହାଡିବନ୍ଧୁ ବିହାର କଲୋନୀରେ  ଦ୍ୱିତୀୟ ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଦର୍ଶ ସୋସାଇଟିର ସଭାପତି ବ୍ରଜକିଶୋର ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ପୋଲିସ ମୁଖ୍ୟାଳୟର ଉପ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ବରିଷ୍ଠ ଆଇନଜୀନୀ ଦୁର୍ଯେ୍ୟାଧନ ରଥ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହିତ ପରସ୍ପର ମଧ୍ୟରେ ଭାଇଚାରା ପ୍ରତିଷ୍ଠା କରିବା ଏବଂ ସମାଜ ତଥା ରାଷ୍ଟ୍ର ପ୍ରତି କର୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ । ସମାଜରେ ଘଟୁଥିବା ସାଇବର ଠକେଇ ଉପରେ ଉପସ୍ଥିତ ଜନସାଧାରଣ ବିଶେଷ କରି ପିତାମାତାମାନଙ୍କୁ ଉପଆରକ୍ଷୀ ଅଧିକ୍ଷକ ଶ୍ରୀ ସାମନ୍ତରାୟ ସଚେତନ କରାଇଥିଲେ । ପ୍ରାରମ୍ଭରେ ଭବ୍ୟ ସଙ୍ଗୀତ ପରିବେଷଣ ପରେ ହାଡିବନ୍ଧୁ ବିହାର ଆଦର୍ଶ ସୋସାଇଟିର ସଭାପତି ଶ୍ରୀ ସ୍ୱାଇଁ  ଉପସ୍ଥିତ ଜନସାଧାରଣ ଓ ଅତିଥିମାନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇ ସ୍ୱାଗତ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଦର୍ଶ ସୋସାଇଟିର ସମ୍ପାଦକ କମଳ ଲୋଚନ ଦାସ ବାର୍ଷିକ ବିବରଣୀ ପାଠ କରିଥିବବେଳେ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଗୋକୁଳଚନ୍ଦ୍ର ସଙ୍ଗୀତ ସଦନ ଓ ନିୟୁ ଷ୍ଟାର ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ ଦ୍ୱାରା ସାଂସ୍ଲୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉଭୟ ଅନୁଷ୍ଠାନର କଳାକାରମାନଙ୍କୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ । ଏହି ଉତ୍ସବରେ ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଭ୍ୟ ସନ୍ତ କୁମାର ମିଶ୍ର, ସରୋଜକାନ୍ତ ପରିଡା, ସମୀର କୁମାର ଚାନ୍ଦ, ରବିନ୍ଦ୍ର କୁମାର ସାହୁ, ନିର୍ମଳ ଚନ୍ଦ୍ର ବେହେରା, ଶରତ ସାହୁ, କୋଷାଧ୍ୟକ୍ଷ ଗିରିଶ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ସଭ୍ୟ/ସଭ୍ୟାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *