ସଖାସଂଘ କ୍ରୀଡ଼ା ସଂସଦର ଆୟବ୍ୟୟ ହିସାବ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ନିରାକାରପୁର, ୧୫/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖାସଂଘ କ୍ରୀଡ଼ା ସଂସଦ ତରଫରୁ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ହୋଇଥିବା ଆୟବ୍ୟୟ ର ହିସାବ ପାଇଁ ଏକ ବୈଠକ କାଶିପୁର ଭୈରବୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଘ ର ସଭାପତି ବିପିନ କୁମାର ଜୟସିଂହ ଅଧ୍ୟକ୍ଷତା କରିଥିବାବେଳେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। କୋଷାଧ୍ୟକ୍ଷ ହରିହର ସିଂ ଚଳିତ ବର୍ଷ ଖେଳରେ ହୋଇଥିବା ଆୟବ୍ୟୟ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନେ ଏହି ବନ୍ଧୁ ମିଳନରେ ଯୋଗ ଦେଇ ନୈଶ୍ୟ ଭୋଜି ରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *