କଳାହାଣ୍ଡି ଉତ୍ସବ ପାଳନ ପାଇଁ ମଶାଲ ଶୋଭାଯାତ୍ରା

ଭବାନୀପାଟଣା ୧୩/୦୧/୨୦୨୪ (ଓଡ଼ିଶା ସମାଚାର)-କଳାହାଣ୍ଡି ଉତ୍ସବ ୨୦୨୪ ପାଇଁ ଭବାନିପାଟଣା ଅଭିମୁଖେ ମ. ରାମପୁର ମା ଉର୍ଲାଦାନୀ ସହିଦ ରେଣ୍ଡୋମାଝି ପ୍ରତିମୂର୍ତ୍ତି ଓ ମ. ରାମପୁର ରାଜ ବାଟିକା ମା ଡୋକୁରି ଙ୍କ ପିଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି ।ଏହା ଆସନ୍ତା ୧୪ ତାରିଖ ଦିନ ଭବାନିପାଟଣା ରେ ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ କାର୍ୟ୍ୟକ୍ରମ ରେ ଶ୍ରୀଯୁକ୍ତ ହିରେନ୍ଦ୍ର ସିଂଦେଓ, ଶ୍ରୀଯୁକ୍ତ ସତ୍ୟ ସାହୁ (ସମାଜ ସେବୀ) ଶ୍ରୀଯୁକ୍ତ ଉଦ୍ଧବ ପଣ୍ଡା (ବରିଷ୍ଠ ସାମ୍ବାଦିକ) ଶ୍ରୀ ସଂଯୁକ୍ତା ପୁରୋହିତ,ଶ୍ରୀଯୁକ୍ତ ରମାକାନ୍ତ ସାହୁ (ପଞ୍ଚାୟତ ନିର୍ବାହୀ ଅଧିକାରୀ) ଅତିଥି ରହିଛନ୍ତି । ଉକ୍ତ ମଶାଲ ଯାତ୍ରା କୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ନେତୃତ୍ୱ କରୁଥିବା ବେଲେ କଳାରୁଦ୍ର ଯୁବକ ସଂଘ କୁଶୁର୍ଲା (ହଜାରୀପଡା ) ଗ୍ରାମର ସମାଜ ସେବୀ ସୁରେନ୍ଦ୍ର ସାହୁ, ହେମନ୍ତ ସାହୁ, ହରପ୍ରସାଦ ସାହୁ ଗୋପବନ୍ଧୁ ଯୁବକ ସଂଘ ଉର୍ଲାଦାନୀର ସମ୍ପାଦକ ଅନିଲ ପରାସେଠ, ଚନ୍ଦନ ଜେନା, କ୍ଷୀରୋଦ ମଣି ଧରୁଆ, ଲିଙ୍ଗରାଜ ରଣା, ଚିଣ୍ଟୁ ନାଏକ, ରାଜୀବ ନାଏକ, ସୁନୀଲ ପାତ୍ର ସାମିଲ ହୋଇ ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ । ମଶାଲ ଶୋଭାଯାତ୍ରା କୁ ବିଭିନ୍ନ ପଞ୍ଚାୟତ ଠାରେ ସ୍ୱାଗତ କରିବା ସହ ନର୍ଲା ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱାଗତ କରାଯାଇଛି । ଏହି ମଶାଲ ଶୋଭାଯାତ୍ରା ଟି କଳାରୁଦ୍ର ଯୁବକ ସଂଘ ତଥା ଜାତୀୟ ଯୁବ ସ୍ବେଛାସେବୀ ଶ୍ରୀ ସନତ କୁମାର ସାହୁ ପରିଚାଳନା କରୁଛନ୍ତି।

Leave a Reply

Your email address will not be published. Required fields are marked *