କୁଣ୍ଡି ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ

ମାହାଙ୍ଗା,୧୩/୦୧/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )-ମାହାଙ୍ଗା ବ୍ଲକ କୁହୁଣ୍ଡା ଠାରେ ଆଜି କୁଣ୍ଡି ସେବା ସମବାୟ ସମିତିର ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ସମିତିର ସଭାପତି ସାମ୍ବାଦିକ ଅଖିଳେଶ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ମଣ୍ଡିକୁ ଉଦଘାଟନ କରିଥିଲେ । ସମସ୍ତ ଚାଷୀଙ୍କୁ କିପରି କୌଣସି ବାଛ ବିଚାର ନକରି ମଣ୍ଡିରେ ସମାନ ସୁବିଧା ସୁଯୋଗ ମିଳିବ ସେ ଦିଗରେ ଧ୍ୟାନ ଦେବାକୁ ସଭାପତି ଶ୍ରୀ ମହାନ୍ତି ଆହ୍ୱାନ ଦେଇଥିଲେ । ପୂଜକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ପୂଜାର୍ଚ୍ଚନା କରିବା ପରେ ସମିତିର ଡାଇରେକ୍ଟର, କର୍ମକର୍ତ୍ତା, ଚାଷୀ ପ୍ରତିନିଧି, ଜୟଲକ୍ଷ୍ମୀ ମିଲର, କେନ୍ଦୁପାଟଣା ଆର ଏମ ସି ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଚାଷୀମାନେ କିପରି ଉଚିତ ମୂଲ୍ୟରେ ବିନା କଟନି ଛଟନି ଏହି ମଣ୍ଡିରେ ଧାନ ବିକ୍ରିକରି ପାରିବେ ସେ ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ସମିତିର ଡାଇରେକ୍ଟର ନିହାର ପଣ୍ଡା, ହେମନ୍ତ ପ୍ରଧାନ, ରବୀନ୍ଦ୍ର ପୃଷ୍ଟି,ପରମାନନ୍ଦ ମହାନ୍ତି, ରମାକାନ୍ତ ପଣ୍ଡା, ପୁଷ୍ପଲତା ପରିଡା, ସୁନାକର ବେହେରା, ଅଫସର ତୁଲ୍ଲା, ରାମଚନ୍ଦ୍ର ମହାପାତ୍ର, ଗଣେଶ ବିହାରୀ, ଟୁଟୁ ସାମଲ, ଜୟଦେବ ମହାନ୍ତି, ପ୍ରଫୁଲ୍ଲ ମହାନ୍ତି, ସୁଶାନ୍ତ ଦାସ, ସୁମନ୍ତ ପଲେଇ, ସୁଦାମ ପଲେଇ, ପ୍ରମୋଦ ମହାନ୍ତି,ଅଜୟ ପଣ୍ଡା, ଉଦୟନାଥ ଲେଙ୍କା, ନିରଞ୍ଜନ ମୁଦୁଲି,ପ୍ରମୁଖ ଯୋଗଦେଇଥିଲେ । ସମିତିର ସମ୍ପାଦକ ଦେବାଶିଷ ପଣ୍ଡା ଉଦଘାଟନ କାର୍ୟ୍ୟକ୍ରମରେ ଧନ୍ୟବାଦ ଦେଇଥିଲେ । ବୋର୍ଡ କର୍ମଚାରୀ ଶ୍ୟାମ ସୁନ୍ଦର ବରାଳ ସହଯୋଗ କରିଥିଲେ । ଏହି ସମିତି ଅଧୀନରେ ଥିବା ୫ ଟି ପଞ୍ଚାୟତର ପାଖାପାଖି ୫ ଶହ ଚାଷୀଙ୍କ ଠାରୁ ପର୍ୟ୍ୟାୟ କ୍ରମେ ମିଲର ଜୟଲକ୍ଷ୍ମୀ ଧାନ କିଣିବାକୁ ନିଷ୍ପତି ହୋଇଥିବାରୁ ଚାଷୀ ମାନେ ଆନନ୍ଦ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *