ଷଷ୍ଠ ସର୍ବ ଭାରତୀୟ ଶ୍ରୀକାନ୍ତ ମେମୋରିଆଲ ଉଦଘାଟିତ ।

ପ୍ରୋଗ୍ରେସିଭ ଝାରସୁଗୁଡ଼ା କୁ ହରାଇ ସୋଲାର କ୍ରିକେଟ କ୍ଲବ କଟକ ସେମିଫାଇନାଲକୁ ଉନ୍ନୀତ ।
ପାଲଲହଡା,୧୩/୦୧/୨୦୨୪ (ଓଡ଼ିଶା ସମାଚାର)- ପାଲଲହଡା ଷ୍ଟାଡିଅମ ପରିସରରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ସର୍ବ ଭାରତୀୟ ଷଷ୍ଠ ଶ୍ରୀକାନ୍ତ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ର ଦ୍ଵିତୀୟ ଲିଗ୍ ମ୍ୟାଚ ରେ ପ୍ରୋଗ୍ରେସିଭ ଝାରସୁଗୁଡ଼ା କୁ ହରାଇ ସୋଲାର କ୍ରିକେଟ କ୍ଲବ କଟକ ଦ୍ୱିତୀୟ ଦଳ ଭାବେ ପ୍ରଥମ ସେମିଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି । ଶାସନ ସାହି ଜୟ ଶ୍ରୀରାମ କ୍ରିକେଟ କ୍ଳବ ଦ୍ୱାରା ଆୟୋଜିତ ଷଷ୍ଠ ଶ୍ରୀକାନ୍ତ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ର ଦ୍ଵିତୀୟ ମ୍ୟାଚ ରେ ପ୍ରଥମେ ଝାରସୁଗୁଡ଼ା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା କୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୫ ଓଭର ରେ ସମସ୍ତ ଦଶ ଟି ଯାକ ଉଇକେଟ ହରାଇ ୧୩୯ ରନ କରିବାକୁ ସମର୍ଥ ହୋଇଥିଲା ବେଳେ ଏହାର ଜବାବରେ କଟକ ଦଳ ୨୦ ଓଭର ରେ ୬ ୱିକେଟ ହରାଇ ୧୪୦ ରନ କରି ଦ୍ୱିତୀୟ ଦଳ ଭାବେ ସେମିଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି । ଉନ୍ନତ ମାନର ଖେଳ ପ୍ରଦର୍ଶନ କରି କଟକ ର ପ୍ରିୟାଂଶୁ ଦାଶ ମ୍ୟାନ ଅଫ ଦି ମ୍ୟାଚ ଆଖ୍ୟା ଅର୍ଜନ କରି ପୁରସ୍କୃତ ହୋଇଥିଲେ । ରବିବାର ୱାଇ ସି ସି ରାଉରକେଲା ଏବଂ ସୋଲାର କଟକ ଦଳ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ଖେଳାଯିବ।ଅଭିଷେକ ସାହୁ ଏବଂ ରଞ୍ଜିତ ସାମଲ ଖେଳ ପରିଚାଳନା କରୁଥିଲା ବେଳେ ଜୟ ଶ୍ରୀରାମ କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *