ଶିଶୁ ସାହିତ୍ୟିକ ନୃସିଂହ ପ୍ରସାଦ ମହାନ୍ତିଙ୍କ ଦ୍ଵିତୀୟ ବାର୍ଷିକ ଶ୍ରାଦ୍ଧ ପାଳନ

କଟକ ସଦର, ୧୩/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୋଧପୁର ପଞ୍ଚାୟତ ତତଲାପଦା ବୁଢ଼ୀ ଯାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ଶିଶୁ ସାହିତ୍ୟିକ,କବି, ଗାଳ୍ପିକ, ସ୍ତମ୍ଭକାର କଵିଜୀଵନ ନୃସିଂହ ପ୍ରସାଦ ମହାନ୍ତିଙ୍କ ଦ୍ଵିତୀୟ ବାର୍ଷିକ ଶ୍ରାଦ୍ଧ ନୃସିଂହ ପ୍ରସାଦ ମହାନ୍ତି ସ୍ମୃତି କମିଟି ପକ୍ଷରୁ ପାଳନ କରାଯାଇଛି। କମିଟିର ଆବାହକ ନାରାୟଣ ଭୋଳଙ୍କ ଆଵଆହକତ୍ୱରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ହାସ୍ୟ ଓ ବ୍ୟଙ୍ଗ କବି ଲକ୍ଷ୍ମୀଛଡ଼ା, ଡ଼ଃ ରମାକାନ୍ତ ଭୋଇ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଧାନ ଚନ୍ଦ୍ର ଜେନା,କବି ବନମାଳୀ ବେହେରା,ବ୍ୟଙ୍ଗ କବି ପ୍ରତାପ ଚନ୍ଦ୍ର ବେହେରା, ନିକୁଞ୍ଜ ବିହାରୀ ଭଞ୍ଜ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇ ଶ୍ରଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ୩୦ ରୁ ଉର୍ଦ୍ଧ୍ୱ କବି ଓ କଵୟତ୍ରୀ ସେମାନଙ୍କ ର ସ୍ବରଚିତ କବିତାମାନ ଆବୃତ୍ତି କରିଥିଲେ।

Leave a Reply

Your email address will not be published. Required fields are marked *