କିଶନନଗର କଲେଜରେ ‘ନୂଆ-ଓ’ ଓଡ଼ିଆ ସଂସ୍କୃତି ପ୍ରତିଯୋଗିତା ଉଦଘାଟିତ

କଟକ ସଦର, ୧୩/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର କଲେଜରେ ଆଜି ଶନିବାର ଦିନ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ଆୟୋଜିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ -୨୦୨୪ ଉପଲକ୍ଷେ ତଥା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ସ୍ଥରରେ ‘ନୂଆ-ଓ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଅଭୟ କୁମାର ସ୍ବାଇଁଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ ବରିଷ୍ଠ ପ୍ରାଧ୍ୟାପକ ଶାରଦା ପ୍ରଶନ୍ନ ମହାପାତ୍ର, ଡ଼ଃ ଅନାଦି ବରାଳ, ଅଧ୍ୟାପକ ବିନୟ ଭୂଷଣ ମହାପାତ୍ର ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତା ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *