ନବଘନ ନାୟକ ବିଜେଡ଼ି ସାଂସ୍କୃତିକ ସାମୁଖ୍ୟ ଜିଲା ସଂଯୋଜକ

କେନ୍ଦ୍ରାପଡ଼ା, ୧୩/୦୧/୨୦୨୪ (ଓଡ଼ିଶା ସମାଚାର)-ବିଜେଡ଼ି ଦଳର ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ଗଠନ କରାଯାଇଅଛି । ଏଥିରେ କେନ୍ଦ୍ରାପଡ଼ା ଜିଲାର ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ଜିଲା ସଂଯୋଜକ ଭାବେ ଦକ୍ଷ ସଂଗଠକ ନବଘନ ନାୟକ ଓ ଅନ୍ୟତମ ସଂଯୋଜକ ଭାବେ ଯୁଧିଷ୍ଠିର ଦାସଙ୍କୁ ଦଳିୟ ନିଯୁକ୍ତି ଦିଆଯାଇଛି । ଏ ସମ୍ପର୍କରେ ବିଜେଡ଼ି ଦଳ ତରଫରୁ ଶଙ୍ଖ ଭବନରେ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଘୋଷଣା କରାଯାଇଛି । ସେଥିପାଇଁ ଶ୍ରୀ ନାୟକ ଓ ଶ୍ରୀ ଦାସ ଙ୍କ ସମେତ କେନ୍ଦ୍ରାପଡ଼ା ଜିଲାର କଳାକାରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ , ବିଜେଡ଼ି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ନିକଟରେ କୃତଜ୍ଞ୍ୟତା ପ୍ରକାଶ କରିଛନ୍ତି । ଏହି ସଂଗଠନର ମାର୍ଗ ଦର୍ଶକ ଭାବେ କାର୍ଯ୍ୟ ରତ ସାଂସଦ ଡ଼ ଅମର ପଟ୍ଟନାୟକ , ଡ଼ ଗୋପବନ୍ଧୁ ଦାଶ ,ସଂଗଠନର ଆବାହକ ରବିନାରାୟଣ ନନ୍ଦ , ରାଜ୍ୟ ମୁଖ୍ୟ ସଂଯୋଜକ ପ୍ରବୀର ମହାନ୍ତି ଙ୍କ ଦିଗ ଦର୍ଶନରେ ପୁରପଲ୍ଲୀରେ ସାଂସ୍କୃତିକ ଦଳ ମାନଙ୍କୁ ଏକାଠି କରି ଦଳିୟ ସଂଗଠନକୁ ମଜବୁତ କରିବାରେ ସହଯୋଗ କରିବେ ବୋଲି ନବ ନିଯୁକ୍ତ ଜିଲା ସଂଯୋଜକ ନବଘନ ନାୟକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *