ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁନଃଗଠିତ

                                ହରିହରସ୍ୱାଇଁ ଯାଜପୁର ଜିଲା ସଂଯୋଜକ ଓ ମନୀଷାଙ୍କୁ ସହସଂଯୋଜିକା ଭାବେ ନିଯୁକ୍ତି
ଯାଜପୁର, ୧୩/୦୧/୨୦୨୪ (ଓଡ଼ିଶା ସମାଚାର)- ଯାଜପୁର ସାଂସ୍କୃତିକ ସମନ୍ୱୟ ସମ୍ମୁଖ୍ୟ ଯାଜପୁର ଜିଲା ସଂଯୋଜକ ଭାବେ ବରିଷ୍ଠ ସାମ୍ବାଦିକ ତଥା ଚଳଚିତ୍ର ଅଭିନେତା ହରିହର ସ୍ୱାଇଁ ଓ ସହ ସଂଯୋଜିକା ଭାବେ ମନୀଷା ରାଉତଙ୍କୁ ମୁଖ୍ୟମନ୍ତ୍ରୀ ମନୋନୀତ କରିଚନ୍ତି । ଏହି କମିଟିର ମୁଖ୍ୟ ଉପଦେଷ୍ଟା ଭାବେ ଡକ୍ଟର ଅମର ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲଙ୍କୁ ବରିଷ୍ଠ ଉପଦେଷ୍ଟାଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଉପଦେଷ୍ଟା ଭାବେ ବିଧାୟିକା ଲତିକା ପ୍ରଧାନ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡକ୍ଟର ଗୋପବନ୍ଧୁ ଦାସ ମନୋନତୀତ କରାଯାଇଛି । ରାଜ୍ୟ ଆବାହକ ଭାବେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ରବିନାରାୟଣ ନନ୍ଦ ଓ ରାଜ୍ୟ ସଂଯୋଜକ ଭାବେ ପ୍ରବୀର ମହାନ୍ତିଙକୁ ମନୋନୀତି କରାଯାଇଛି । ତିରିଶଟି ଜିଲାରୁ ୬୨ ଜଣ ସଦସ୍ୟ ରହିଥିବା ବେଳେ ଯାଜପୁର ଜିଲା ଦାୟିତ୍ୱରେ ବରିଷ୍ଠ ସାମ୍ବାଦିକ ତଥା ଚଳଚ୍ଚିତ୍ର ଅଭିନେତା ହରିହର ସ୍ୱାଇଁ ଓ ସାମ୍ବାଦିକ ତଥା ମଂଚ ଉଦଘୋଷିକା ଭାବେ ସୁଶ୍ରୀ ମନୀଷା ରାଉତଙ୍କୁ ଘୋଷଣା କରାଯାଇଛି । ଶ୍ରୀ ସ୍ୱାଇଁ ଓ ସୁଶ୍ରୀ ରାଉତ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ, ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିଜେଡ଼ି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ଲୋକପି୍ରୟ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଶ୍ରୀ ସ୍ୱାଇଁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *