କନ୍ଦରପୁର କଲେଜର ବାର୍ଷିକ ଉତ୍ସବ ଓ “ନୂଆ-ଓ” ଯୁବ ଓଅଡ଼ିଶା ନବୀନ ଓଡ଼ିଶା ଉଦଯାପନ ମହୋତ୍ସବ

କଟକ ସଦର , ୧୩/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର କଲେଜର ‘ନୂଆ-ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶାର ଉଦଯାପନ ମହୋତ୍ସବ ସହିତ ବାର୍ଷିକ ଉତ୍ସବ -୨୦୨୪ ଆଜି ଶନିବାର ଦିନ ମହାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅଧ୍ୟକ୍ଷା ପ୍ରଣତି ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଯୋଗ ଦେଇ ବକ୍ତବ୍ୟରେ ଶିକ୍ଷା ଶିକ୍ଷାୟତନ ଓ ଶୈକ୍ଷିକ ଵ୍ୟଵ୍ୟସ୍ଥା ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ମିଶ୍ର, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ସାମଲ ଯୋଗ ଦେଇଥିବା ଵେଳେ ଡ଼ଃ ଅଲେଖ ଚନ୍ଦ୍ର ସାହୁ, ଅଧ୍ୟାପକ ସଂଗ୍ରାମ କେଶରୀ ଜଗଦେବ, ପ୍ରଶାସନୀକ ଅଧିକାରିଣୀ ଡ଼ଃ ସ୍ମିତା ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ। ଡ଼ଃ ନମିତା ପଟ୍ଟନାୟକ ଓ‌ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ଵାଳ ସଂଯୋଜନା କରିଥିଲାବେଳେ ଡ଼ଃ ଅମୀୟ ରଞ୍ଜନ ନାୟକ ଧନ୍ୟବାଦ ଦେଇଥିଲେ। ଏସ୍ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶନାରେ ପରିବେଶିତ ‘ମିଲେ ସୁର ମେରା ତୁହ୍ମାରା’ଵେଶ୍ ଉପଭୋଗ୍ୟ ହୋଇଥିଲା। କ୍ରୀଡ଼ା ଓ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ପରିଚାଳନାରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସମେତ ଏସ୍ ଚକ୍ରବର୍ତ୍ତୀ, ଜିତେନ୍ଦ୍ର ସାହୁ, ବୈଦ୍ୟନାଥ ପଣ୍ଡା, ସଂଗ୍ରାମ କେଶରୀ ବେହେରା ପ୍ରମୁଖ ସହାୟତା କରିଥିଲେ। ଶେଷରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  ।

Leave a Reply

Your email address will not be published. Required fields are marked *