ଓଡ଼ିଶା ସମାଚାର

ରନôଗିରି ସଂଗ୍ରହାଳୟରେ ଆର୍ନ୍ତଜତିକ ସଂଗ୍ରହାଳୟ ଦିବସ ପାଳିତ;ସଂଗ୍ରହାଳୟର ସୁରକ୍ଷା ପ୍ରତି ନିକଟବର୍ତୀ ଜନସାଧାରଣ ଗୁରୁତ୍ୱ ଦେବା ମଧ୍ୟ ଜରୁରୀ

ରନôଗିରି ସଂଗ୍ରହାଳୟରେ ଆର୍ନ୍ତଜତିକ ସଂଗ୍ରହାଳୟ ଦିବସ ପାଳିତ;ସଂଗ୍ରହାଳୟର ସୁରକ୍ଷା ପ୍ରତି ନିକଟବର୍ତୀ ଜନସାଧାରଣ ଗୁରୁତ୍ୱ ଦେବା ମଧ୍ୟ ଜରୁରୀ

May 22
04:37 2017

ଯାଜପୁର, ୨୨/୦୫/୨୦୧୭(ଓଡ଼ିଶା ସମାଚାର/ଏ.ରାଉତ) – ଯାଜପୁର ଜିଲା ବରୀ ବ୍ଲକ ସ୍ଥିତ ରନôଗିରିର ବିଶ୍ୱପ୍ରସିଦ୍ଧ ବୈାଦ୍ଧ ପୀଠର ସଂଗ୍ରହାଳୟ ପରିସରରେ ଆର୍ନ୍ତଜାତିକ ସଂଗ୍ରହାଳୟ ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ରନôଗିରି ସଂଗ୍ରହାଳୟର ସହାୟକ ଅଧିକ୍ଷକ ଡ. ସୁଶାନ୍ତ କୁମାର କର ସଭାପତିତ୍ୱ କରିଥିଲାବେଳେ ମୁଖ୍ୟ ଅତିଥିଭାବେ ଉକôଳ ସସ୍କୃତି ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର କମଳାକାନ୍ତ ମିଶ୍ର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧିକ୍ଷକ ଜୀବନ କୁମାର ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ପ୍ରତ୍ନତତ୍ୱ ବିଭାଗର ଉପ ଅଧିକ୍ଷକ ଡ. କାରବୀ ସାହା ଯୋଗଦାନ କରିଥିଲେ । ଅତିଥି ମାନେ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି ସଭାର ଶୁଭାରମ୍ଭ କରିଥିଲେ । ଏହା ପରେ ମେଦୁଆକୂଳ ସ୍ଥିତ ବନ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀ ମାନେ ସରସ୍ୱତୀ ବନ୍ଦନା ଗାନ କରିଥିଲେ । ମୁଖ୍ୟ ଅତିଥି  ପ୍ରଫେସର କମଳାକାନ୍ତ ମିଶ୍ର ନିଜ ବକ୍ତବ୍ୟରେ କୈାଣସି ସଂଗ୍ରହାଳୟ ନିଜ ସଂସ୍କୃତିର ପରିଚୟ ଦେଇଥାଏ ବୋଲି ପ୍ରକାଶ କରିଥିଲେ । ସଂଗ୍ରହାଳୟରେ ଅତିତର ସଂସ୍ୃତି ସାଇତା ହୋଇ ରହିଥିଲାବେଳେ ଏହାକୁ ଦେଖିବାକୁ ପର୍ଯ୍ୟଟକ ବାରମ୍ବାର ଆସୁଥିବାରୁ ଏହା ନିକଟସ୍ଥ ଅଂଚଳର ଆର୍ଥିକ ବିକାଶରେ ସହାୟକ ହୋଇଥାଏ । ତେଣୁ ସଂଗ୍ରହାଳୟର ସୁରକ୍ଷା ପ୍ରତି ନିକଟବର୍ତୀ ଜନସାଧାରଣ ଗୁରୁତ୍ୱ ଦେବା ମଧ୍ୟ ଜରୁରୀ ବୋଲି ମତ ଦେଇଥିଲେ । ଅନ୍ୟ ଅତିଥିମାନେ ରନôଗିରି ଏକ ବିଶ୍ୱ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ଦେଶ ବିଦେଶରେ ଏହାର ଗାରିମା ମଧ୍ୟ ଅନନ୍ୟ ବୋଲି ମତଦେବା ସହିତ ବୈାଦ୍ଧ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ପ୍ରଚାର ପ୍ରସାର ଅଭାବରୁ ରନôଗିରି ପର୍ଯ୍ୟଟକମାନଙ୍କ ନିକଟତର ହୋଇ ପାରୁନଥିଲାବେଳେ ପର୍ଯ୍ୟଟକ ମାନଙ୍କୁ ଆକର୍ଶିତ କରିବାକୁ ଏହି ସ୍ଥାନରେ ବହୁବିଧ ବିକାଶ ହେବା ଜରୁରୀ ବୋଲି ମତ ଦେଇଥିଲେ । ସଭାପତି ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ରନôଗିରି ସଂଗ୍ରହାଳୟ ଉପରେ ନିଜ ମତଦେଇ ଏହି ସଂଗ୍ରହାଳୟ ବିଶ୍ୱବାସୀଙ୍କୁ ଆକର୍ଶିତ କରୁଥିବା ପ୍ରକାଶ କରିବା ସହିତ ଏବେବି ପ୍ରଦର୍ଶିତ ହୋଇନଥିବା ବିଭିନ୍ନ ପୁରାତନ କିର୍ତିରାଜୀ କୁ ଆଗାମି ଦିନରେ ପ୍ରଦର୍ଶିତ କରିବାର ଉଦ୍ୟମ କରାଯାଉଛି ବୋଲି ମତ ଦେଇଥିଲେ । ସଂଗ୍ରହାଳୟ ପକ୍ଷରୁ ଏହି ଦିବସ ଉପଲକ୍ଷେ  ଗତ ସପ୍ତାହରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଆୟୋଜିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଆୟୋଜିତ ହୋଇଥିବା ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତି ପ୍ରତିଯୋଗି ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ସଭାରେ ଡ. ଏ.ଆର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ବରୀ ବ୍ଲକର ୨୫ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ଏହି ସଭାରେ ବରୀ ବ୍ଲକର ଅବସରପ୍ରାପ୍ତ ଶିକ୍ଷକ ନେତା ଲୋକନାଥ ଦାଶ, ଦିଲ୍ଲୀପ ଦାସ, ସଚିକାନ୍ତ ମିଶ୍ର, ପ୍ରମୋଦ ଦାସଙ୍କ ସମେତ ବହୁ ସ୍ଥାନୀୟ ବ୍ୟକ୍ତି ଓ ବୁଦ୍ଧିଜୀବି ଯୋଗଦାନ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

ten + 17 =