ବଳଦେବ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ

କେନ୍ଦ୍ରାପଡ଼ା ୧୨/୦୧/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ପୁରାତନ ବିଦ୍ୟାଳୟ ବଳଦେବ ଉଚ୍ଚ ବିଦ୍ୟାଳୟରେ ୟୁଥ୍ ଆଣ୍ଡ ଇକୋ କ୍ଲବ୍ ସୌଜନ୍ୟରେ ପବିତ୍ର ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ତ୍ରିପାଠୀ ସଭାପତିତ୍ୱ କରି ଜାତୀୟ ଯୁବ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ମୁଖ୍ୟ ଅତିଥି ଭାବେ ଆଲୁମୁନି ଅଦୈତ ପ୍ରସାଦ ଦାସ ଓ ମୁଖ୍ୟବକ୍ତା ଭାବରେ ବ୍ରଜସୁନ୍ଦର ଦାସ ଯୋଗଦେଇ ବିବେକାନନ୍ଦଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କନିଷ୍ଠ ଓ ବରିଷ୍ଠ ବିଭାଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରାଙ୍କନ, ତର୍କ, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗୀତାର କୃତୀ ପ୍ରତିଯୋଗିମାନଙ୍କୁ ଅତିଥି ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜଶ୍ରୀ ଆଚାର୍ଯ୍ୟ, ଝରଣା ମହାପାତ୍ର, ସନ୍ତୋଷୀ ରାଉତ, ପ୍ରଜ୍ଞାସ୍ମିତା ନାୟକ, ମୀନତି ଦାସ, ବିଶ୍ୱଜିତା ସେନାପତି, ଗୀତାଞ୍ଜଳି ବେହେରା, କଳ୍ପନା ଲେଙ୍କା ଓ କ୍ଷୀରୋଦ ପରିଡା ପ୍ରମୁଖ ଶିକ୍ଷକ/ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ବରିଷ୍ଠ ଶିକ୍ଷକ ତପନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାକ୍ତନ ଛାତ୍ର ଦେବଦାସ ମହାନ୍ତି ଓ ରାଜକିଶୋର ତ୍ରିପାଠୀଙ୍କ ବିୟୋଗରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *