ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ଧରାପଡିଲା : ଗଞ୍ଜେଇ ସହ କାର ଜବତ : ଜଣେ ଗିରଫ 

ବାଲିଗୁଡା ,୧୧/୦୧/୨୪(ଓଡିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ରୁ ବରଗଡ କୁ ଏକ ଡଷ୍ଟର କାର ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ପଡି ଜଣେ ଗିରଫ ହୋଇଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି । କାରରୁ ଦୁଇ ବସ୍ତା ଗଞ୍ଜେଇ ଜବତ ହୋଇଛି । ଘଟଣା ରୁ ପ୍ରକାଶ ଯେ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଫାଣ୍ଡି ଅଧିକାରୀ ହରି ଶଙ୍କର ମାଠିଆ  ସନ୍ଧ୍ୟା ୭ ଟା ସମୟ ରେ ବାରଖମା ଠାରୁ ପୁନୀନାଟ ରାସ୍ତା ରେ ପେଟ୍ରୋଲିଂ କରୁଥିବାବେଳେ ପୁନୀନାଟ ଜଙ୍ଗଲ ନିକଟରେ ଏକ ଡଷ୍ଟର କାର ଓ ଡି ୦୨ ଏଲ ୯୧୯୧ ଟି ଆସୁଥିବା ବେଳେ ଅଟକାଇ ଚେକିଙ୍ଗ କରିବା ବେଳେ ଘଟଣା ସ୍ଥଳରୁ  ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିଲା । ଗାଡିରେ ବସିଥିବା ବରଗଡ ଜିଲ୍ଲାର ପାଇକମାଳ ଥାନା ଅନ୍ତର୍ଗତ  ଭୁତମୁଣ୍ଡା ଗ୍ରାମର ଅକୃର ମାଝି କୁ ଗିରଫ କରିବା ସହ ଏ ନେଇ ବାଲିଗୁଡା ଥାନା ରେ କେଶ ନଂ.୧୫ /୨୪ ରେ ଏକ ମାମଲା ରୁଜୁ ହୋଇଛି । ଉକ୍ତ କାର ରୁ ଦୁଇଟି ବସ୍ତାରୁ ୭୮ କେଜି ଗଞ୍ଜେଇ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *