ଓଡ଼ିଶା ସମାଚାର

ଧର୍ମଶାଳା ଅଂଚଳରେ ପାରଦ ୪୫ ଡିଗ୍ରୀ: ଅଘୋଷିତ ବିଦୁ୍ୟତ କାଟ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ

ଧର୍ମଶାଳା ଅଂଚଳରେ ପାରଦ ୪୫ ଡିଗ୍ରୀ: ଅଘୋଷିତ ବିଦୁ୍ୟତ କାଟ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ

May 19
20:12 2017

ଯାଜପୁର, ୧୯/୦୫/୨୦୧୭(ଓଡ଼ିଶା ସମାଚାର /ଏ.ରାଉତ) -ଧର୍ମଶାଳା ବ୍ଲକ ଅଂଚଳରେ ଗ୍ରୀଷ୍ମ ପ୍ରବାହ ଚରମ ସୀମାରେ ପହଂଚିଛି । ସକାଳ ୮ଟାରୁ ଦିନ ୫ଟା ପର୍ଯ୍ୟନ୍ତ ଖରାର ପ୍ରକୋପ ବଢୁଛି ଯେ ଗୁଳୁଗୁଳିରେ ଲୋକେ ଅତିଷ୍ଠ ହୋଇ ପଡିଲେଣି ।  ଆଜି ଏଠାରେ ପାରଦ ୪୫ ଡିଗ୍ରୀରେ ପହଂଚିଛି, ଯାହା ଫଳରେ ଜନଜୀବନ ଦୁର୍ବିସହ ହୋଇପଡିଛି । ଗୋଟେ ପଟେ ଖରାର ପ୍ରକୋପ ଗୁଳୁଗୁଳି ଅନ୍ୟପଟେ ଅଘୋଷିତ ବିଦୁ୍ୟତ କାଟ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହେଉଛି ।  ଡାକ୍ତରଖାନା, ସରକାରୀ ଦପ୍ତର, ବ୍ୟାଙ୍କ ଓ ଛକମାନଙ୍କରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜାରକା ଅଂଚଳରେ ଦେଖିବାକୁ ମିଳୁଛି । ଗ୍ରୀଷ୍ମ ପ୍ରବାହ ଓ ବର୍ଷା ନଥିବା ଯୋଗୁ ଚାଷ କାର୍ଯ୍ୟ ବାଧା ପ୍ରାପ୍ତ ହେଲାଣି । ଚାଷୀ ଅକ୍ଷିମୁଠି  ଅନୁକୂଳ କରି ବିଲରେ ଅକ୍ଷୟ ତୃତୀୟା ଠାରୁ ବିହନ ବୁଣିବା ଆରମ୍ଭ କରିଥାଏ । ମାତ୍ର ଏ ଅଂଚଳରେ ଅକ୍ଷିମୁଠି ବୁଣା ହେବାର ପାଖାପାଖି ମାସେ ଅତିକ୍ରାନ୍ତ ହୋଇଥିଲେ ହେଁ ବର୍ଷା ଅଭାବ ଯୋଗୁ ଓ ଗ୍ରୀଷ୍ମର ପ୍ରାଦୁର୍ଭାବ ଫଳରେ ଚାଷୀମାନେ ଏଯାବତ୍ ବିହନ ବିଲକୁ ନେବାକୁ ସାହାସ ବାନ୍ଧୁନାହାନ୍ତି । ଜାତୀୟ ରାଜପଥରେ ଦିନ ୧୦ଟା ବେଳଠାରୁ ଯାତାୟତ କରୁନଥିବା ଦେଖାଯାଉଛି । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରେ ଛୋଟ ଛୋଟ ପିଲା ଓ ବୟସ୍କଲୋକମାନେ ପେଟ ରୋଗରେ ଯନ୍ତ୍ରଣା ଭୋଗି ଚିକିସôା ପାଇଁ  ଡାକ୍ତରଖାନାରେ ଭର୍ତି ହେଉଥିବା ଜଣାପଡିଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

twenty + nineteen =