ଓଡ଼ିଶା ସମାଚାର

ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଦିଗହରା – ୫ନଂ (କ) ଠାରୁ ରୁକୁଟିପାଟ ଭାୟା ପତରାଜପୁର,ନାନପୁର ରାସ୍ତା

ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଦିଗହରା – ୫ନଂ (କ) ଠାରୁ ରୁକୁଟିପାଟ ଭାୟା ପତରାଜପୁର,ନାନପୁର ରାସ୍ତା

ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଦିଗହରା – ୫ନଂ (କ) ଠାରୁ ରୁକୁଟିପାଟ ଭାୟା ପତରାଜପୁର,ନାନପୁର ରାସ୍ତା
May 19
20:02 2017

ଯାଜପୁର, ୧୯/୦୫/୨୦୧୭(ଓଡ଼ିଶା ସମାଚାର /ଏ.ରାଉତ) – ଗ୍ରାମଂଚଳକୁ ରାସ୍ତାର ସଂଯୋଗୀକରଣ ଓ ପରିବହନ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ପ୍ରଣୟନ କରାଯାଇଥିଲା । ଏବେ ଏହି ଯୋଜନା ବଡଚଣା ବ୍ଳକ ଅଂଚଳରେ ଦିଗହରା ପାଲଟିଥିବା ଦେଖିବାକୁ ମିଳିଛି । ଜାରକା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଓ ଚଣ୍ଡିଖୋଲ ସବଡିଭିଜନ ଅଧିନରେ ବଡଚଣା ବ୍ଳକ ଅଂଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ତିନି ଗୋଟି ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରାସ୍ତା ଆରମ୍ଭ ହୋଇଥିଲା । ସେଥିମଧ୍ୟରୁ ୫ନଂ (କ) ଠାରୁ ରୁକୁଟିପାଟ ଭାୟା ପତରାଜପୁର ଓ ନାନପୁର ରାସ୍ତା ଦୀର୍ଘ ୬କି.ମି.୫୦୦ମିଟର ଦୈର୍ଘ୍ୟର ଗତ ୨୦୧୫ ମସିହା ନଭେମ୍ବର ୯ ତାରିଖରୁ କାର୍ଯ୍ୟାରମ୍ଭ ହୋଇଥିଲା । ଏହାର ଅବଧି ଥିଲା ୨୦୧୬ ମସିହା ଅକ୍ଟୋବର ୮ ତାରିଖ । ୨ କୋଟି ୫୧ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ସମ୍ପୃକ୍ତ ରାସ୍ତା ଗୋଟିଏ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଠିକାଦାର ଚୁକ୍ତି କରିଥିବା ବେଳେ ଏହା ମଧ୍ୟରେ ୭ ମାସ ଗଡି ଗଲାଣି ତଥାପି ଅଧାକାର୍ଯ୍ୟ ସରିନାହିଁ । ବିଭାଗ ତରଫରୁ ଏହି ଠିକା କାର୍ଯ୍ୟ ନେଇଥିବା ସମ୍ପୃକ୍ତ ଠିକାଦାର ଅଭୟ କୁମାର ମହାପାତ୍ରଙ୍କୁ ଚାରି ଚାରି ଥର କାରଣ ଦର୍ଶାଅ ନୋଟିସ ଜାରି କରାଯାଇଅଛି । କାମର ଅଗ୍ରଗତି ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସହାକାରୀ ନିର୍ବାହୀ ଯନ୍ତ୍ରୀ ୨୦୧୫ ମସିହା ଡିସେମ୍ବର ୩୦ତାରିଖରେ ଚିଠି ନମ୍ବର ୫୪୭, ୮.୨.୨୦୧୬ରେ ଚିଠି ନମ୍ବର ୯୬ ଓ ୨୬.୪.୨୦୧୬ ଚିଠି ନଂ ୨୭୨ରେ ୩ଥର କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ଏହାପରେ କାର୍ଯ୍ୟ ଅବଧି ସରିଯାଇଥିଲେ ମଧ୍ୟ ଠିକାଦାର କାମ ନକରି ପକାଇ ରଖିଥିଲେ । ପୁର୍ନ୍ନବାର ୨୦୧୭ ମସିହା ଜାନୁୟାରୀ ୧୭ତାରିଖରେ ସମ୍ପୃକ୍ତ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଗଲା ପରେ ସମୟ ଅବଧି ବୃଦ୍ଧି ପାଇଁ ଠିକାଦାର ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ. ବିଭାଗୀୟ କତ୍ରୁପକ୍ଷ ଅନୁରୋଧକୁ ରକ୍ଷାକରି ୬ମାସ ସମୟ ଅବଧି ବୃଦ୍ଧି କରିଥିଲେ । ଇତି ମଧ୍ୟରେ  ୬ମାସ ଅତିକ୍ରମ କରିଥିଲେ ମଧ୍ୟ ଠିାକଦାର ୬କି.ମି୫୦୦ମିଟର ରାସ୍ତା ମଧ୍ୟରୁ ୪କି.ମି.୨୫୦ମିଟର ପିଚୁରାସ୍ତା ଅଦ୍ୟାବଧି କାର୍ଯ୍ୟାରମ୍ଭ ହୋଇନାହିଁ । ଏହି ରାସ୍ତାର ୨.୨୫୦କି.ମି.ଢଳେଇ ରାସ୍ତା ଥିବା ବେଳେ ତାହା  ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ଜୁନ ମାସରୁ ବର୍ଷାଋତୁ ଆରମ୍ଭ ହେବାକୁ ଥିବାବେଳେ କାଯର୍ୟର ମନ୍ଥରତା ନେଇ କେବେ ଶେଷ ହେବ ତାହା ସାଧାରଣରେ ପ୍ରସ୍ନବାଚୀ ସୃଷ୍ଟି ହୋଇଛି । ରାସ୍ତାର ଆରମ୍ଭ ଓ ଶେଷ ମୁଣ୍ଡରେ କାର୍ଯ୍ୟ ଶେଷ ହୋଇଥିବା ନେଇ ଠିକାଦାର ଫଳକ ମାରିଦେଇ କାମ ଶେଷ କରିଦେଇଥିବା ଦର୍ଶାଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାର କାର୍ଯ୍ୟକାରୀତା ନେଇ ସନ୍ଦେହ ପ୍ରକାଶ ପାଇଛି । ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ବିଟଙ୍କୁ ପଚାରିବାରେ ସେ କୁହନ୍ତି ଆମେ କାର୍ଯ୍ୟର ମନ୍ଥରତା ନେଇ ଚାରିଥର ସମ୍ପୃକ୍ତ ଠିକାଦାରଙ୍କୁ ନୋଟିସ ଜାରି କରିଛୁ । ସେ ଅଧିକ ୬ ମାସ ସମୟ ମାଗିଛନ୍ତି । ଆଶା କରୁଛୁ ଜୁନ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବେ ନଚେତ୍ ତାଙ୍କଠାରୁ କାମ ଛଡାଇ ନିଆଯିବ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

14 − 3 =