ଓଡ଼ିଶା ସମାଚାର

ଗାଡ଼ି ସଂଘର ଟଙ୍କା ଲୁଟପାଟ – ଜନୈକ ଜିଲାପରିଷଦ ନିଜର ଚୈାକି ପାଇଁ ବିଭିନ୍ନ ଟ୍ରକ ମାଲିକ ଗୋଡ ଧରିବାକୁ ପଛାଉନାହାଁନ୍ତି

ଗାଡ଼ି ସଂଘର ଟଙ୍କା ଲୁଟପାଟ – ଜନୈକ ଜିଲାପରିଷଦ ନିଜର ଚୈାକି ପାଇଁ ବିଭିନ୍ନ ଟ୍ରକ ମାଲିକ ଗୋଡ ଧରିବାକୁ ପଛାଉନାହାଁନ୍ତି

May 19
19:59 2017

ଯାଜପୁର, ୧୯/୦୫/୨୦୧୭(ଓଡ଼ିଶା ସମାଚାର /ଏ.ରାଉତ) – କେନ୍ଦୁଝର ଜିଲ୍ଲା ଦୈତାରି ଲୌହ ପଥର ଖଣିରୁ ଲୌହପଥର ପରିବହନ ଦାୟିତ୍ୱ ବୁଝୁଥିବା ଏକ ଗାଡ଼ି ସଂଘର କିଛି ପଦାଧିକାରୀ  ସମେତ ଜୈନିକ ଜିଲାପରିଷଦ ଅସାଧୁ ଉପାୟରେ ବାର୍ଷିକ ୫୦କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ଲୁଟ୍ କରୁଥିବା ଅଭିଯୋଗ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପଇଲା ପାରେ ଜନୈକ ଜିଲାପରିଷଦ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ବୋଲି ଶୁଣିବାକୁ ମିଳୁଛି ।   ଏହି ବାବୁ ଜଣଙ୍କର ଲୁଟପାଟ କଥା ସବୁ ଗାଡି ମାଲିକ ସମେତ ଦାନଗଦୀ ଅଂଚଳରେ ଆବାଳ ବୃଦ୍ଧ ବନିତା ଜାଣିସାରିଲେଣି  ସେଥିଲାଗି ନିଜର ଚୈାକି ବଂଚାଇବାକୁ ଯାଇ ବହୁ ଗାଡି ମାଲିକଙ୍କ ଗୋଡ ଧରିବାକୁୟ ପଛାଉନାହାଁନ୍ତି । କିଛି ଟ୍ରକ ମାଲିକ କହୁଛନ୍ତି ଯଦି ତମେ ସଂଘର ଟଙ୍କା ଖାଇନାହଁ ତାହେଲେ ତମେ ଏତେ ବ୍ୟତତବ୍ୟସ୍ତ ହେଉଛ କାହିଁକି  ତମେ ବହୁ ଦିନ ଧରି ଏହି ଚୈାକିରେ ବସିଛ କିଛି ଦିନ ଛାଡି ଦେଉନା ଏହା ଶୁଣି ବାବୁ ମୁଁହ କଳାପଡିଯାଇଛି । ଯିଏ ଏହି ଚୈାକି ମଜା ପାଇଛି ସେ କଣ ଛାଡିପାରିବ ଯିଏ ଯାହା କହୁ ନିଜର ଚୈାକି ସୁରକ୍ଷିର ରଖିବା ପାଇଁ ଯାହା କରିବାକୁ ପଡିବ ତାହା କରିବା ବୋଲି ଜନୈକ ଜିଲାପରିଷଦ କିଛି ଲୋକଙ୍କ ଆଗରେ କହୁଛନ୍ତି  ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

1 × 5 =