ଓଡ଼ିଶା ସମାଚାର

ବିଶିଷ୍ଟ ସିନେମାଟୋଗ୍ରାଫର ଶିବୁ ପୃଷ୍ଟିଙ୍କୁ ସମ୍ବର୍ଦ୍ଧନା

ବିଶିଷ୍ଟ ସିନେମାଟୋଗ୍ରାଫର ଶିବୁ ପୃଷ୍ଟିଙ୍କୁ ସମ୍ବର୍ଦ୍ଧନା

ବିଶିଷ୍ଟ ସିନେମାଟୋଗ୍ରାଫର ଶିବୁ ପୃଷ୍ଟିଙ୍କୁ ସମ୍ବର୍ଦ୍ଧନା
May 19
19:52 2017

ଯାଜପୁର, ୧୯/୦୫/୨୦୧୭(ଓଡ଼ିଶା ସମାଚାର /ଏ.ରାଉତ) – ବିଶିଷ୍ଟ ସିନେମାଟୋଗ୍ରାଫର ଶିବୁ ପୃଷ୍ଟିଙ୍କୁ ଜିଲ୍ଲାପାଳ ରଂଜନ କୁମାର ଦାସ ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ସମ୍ବର୍ଦ୍ଧତ କରିଛନ୍ତି । ରାଷ୍ଟ୍ରପତିଙ୍କ ଦ୍ୱାରା ରଜତକମଳ ପୁରସ୍କାର ପ୍ରାପ୍ତ ଶ୍ରୀ ପୃଷ୍ଟି ‘ଦ ଲର୍ଡ ଅ‘ଫ ୟୁନିଭର୍ସ’ ଚଳଚିତ୍ର ପାଇଁ ବେଶ୍ ପ୍ରସଂଶିତ ହୋଇଥିଲେ । ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ବାଲିପଡିଆ ଗ୍ରାମରେ ଜନ୍ମଲାଭ କରିଥିବା ଶ୍ରୀ ପୃଷ୍ଟି ଚଳଚିତ୍ର ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି ଜିଲ୍ଲା ପାଇଁ ଗର୍ବ ଆଣି ଦେଇଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସମ୍ବର୍ଦ୍ଧନା ଅବସରରେ ପ୍ରକାଶ କରିଥିଲେ । ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଶ୍ରୀ ପୃଷ୍ଟିଙ୍କୁ  ଉପଢ଼ୈାକନ, ମାନପତ୍ର ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା । ନିଜ ପ୍ରତିକ୍ରିୟାରେ ଶ୍ରୀ ପୃଷ୍ଟି ଜନ୍ମମାଟିରେ ସମ୍ବର୍ଦ୍ଧନା ପାଇବାର ଅନୁଭୂତି ଏକ ନିଆରା ବୋଲି କହିବା ସହ ଏହା ତାଙ୍କୁ ଆଗକୁ ଆହୁରି ଭଲ କାର୍ଯ୍ୟ କରିବାକୁ ପ୍ରୋସôାହିତ କରିବ ବୋଲି ପ୍ରକାଶ କରିଥିଲେ । ଏହି ସମ୍ବର୍ଦ୍ଧନାରେ ଯାଜପୁର ପୈାରାଧ୍ୟକ୍ଷ ଭବପ୍ରସାଦ ଦାସ, ବ୍ୟାସନଗର ପୈାରାଧ୍ୟକ୍ଷା ସବିତା ରାଉତ ଓ ସଂସ୍କୃତି ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

one × 4 =