ଓଡ଼ିଶା ସମାଚାର

ସମସ୍ୟାରେ ଉବୁଟୁବୁ ତ୍ରୀଜଙ୍ଗା ବିସ୍ଥାପିତ କଲୋନି ସମାଧାନ ଅପେକ୍ଷାରେ କଲୋନିବାସୀ

ସମସ୍ୟାରେ ଉବୁଟୁବୁ ତ୍ରୀଜଙ୍ଗା ବିସ୍ଥାପିତ କଲୋନି ସମାଧାନ ଅପେକ୍ଷାରେ କଲୋନିବାସୀ

May 19
19:47 2017

ଯାଜପୁର, ୧୯/୦୫/୨୦୧୭(ଓଡ଼ିଶା ସମାଚାର /ଏ.ରାଉତ) – କଳିଙ୍ଗ ନଗରରେ ସ୍ଥାପିତ ହୋଇଥିବା ବିଭିନ୍ନ ଶିଳ୍ପ ପାଇଁ ହଜାରହଜାର ସାଧାରଣ ଜନତା ନିଜନିଜ ଭିଟାମାଟି ହରାଇ ବିସ୍ଥାପିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦାନଗଦି ବ୍ଲକ କାର୍ଯ୍ୟାଳୟ ନିକଟରେ ଇଡକୋ ପକ୍ଷରୁ ସ୍ଥାପିତ ହୋଇଥିବା ତ୍ରିଜଙ୍ଗା ବିସ୍ଥାପିତ କଲୋନୀରେ ବହୁ ବିସ୍ଥାପିତଙ୍କୁ ବାସସ୍ଥାନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା । ୧୯୯୪ ମସିହାରେ ପ୍ରଥମେ ମେସ୍କୋ ଶିଳ୍ପ ପାଇଁ ବିସ୍ତାପିତ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ଏହି କଲୋନୀରେ ଥଇଥାନ କରାଯାଇଥିଲା । ଏହାପରେ ଏହି କଲୋନୀରେ ଟାଟା, ଜିନ୍ଦଲ ଓ ବିଆରପିଏଲ କମ୍ପାନୀ ପାଇଁ ବିସ୍ଥାପିତ ହୋଇଥିବା ଜନସାଧାରଣଙ୍କୁ ସ୍ଥାନିତ କରାଯାଇଥିଲା । ବର୍ତମାନ ଏହି କଲେନୀରେ ୩ ହଜାରରୁ ଅଧିକ ଜନସାଧାରଣ ବାସକରୁଛନ୍ତି । ନିର୍ମାଣ ସମୟରେ ଏହି କଲୋନୀ ବେଶ ଚାକଚକ୍ୟ ଭାରା ଥିଲାବେଳେ ଏବେ ଏହି କଲୋନୀବାସୀ ବହୁ ସମସ୍ୟାରେ ଉବୁଟୁବୁ ହେଉଥିବା ଅଭିଯୋଗ ହୋଇଛି । କଲୋନୀ ନିର୍ମାଣ ପରଠାରୁ ରାସ୍ତାର ମରାମତି କରାଯାଇ ନଥିଲାବେଳେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତା ଖାଲଖମାରେ ଭରିଯିବା ସହିତ ନିର୍ମାଣ ହୋଇଥିବା ଡ୍ରେନ ଭାଙ୍ଗିରୁଜି ଯିବା ସହିତ ଡ୍ରେନ ପାଣି ରାସ୍ତାରେ ଲହଡି ଭାଙ୍ଗୁଛି । ଏହି ସମସ୍ୟା ଖରାଦିନେ ଏଭଳି ହୋଇଥିଲାବେଳେ ବର୍ଷାଦିନେ କଲୋନୀବାସୀ ଏହି ସମସ୍ୟାରେ ନୟାନ୍ତ ହୋଇ ପଡୁଛନ୍ତି । ବିଭିନ୍ନ ସ୍ଥାନରେ ପାଣି ଜମିଯିବା ଦ୍ୱାରା ବହୁ ଘରେ ମଧ୍ୟ ପାଣି ପଶିଯାଉଥିବା ଅଭିଯୋଗ କରିଛନ୍ତି କଲୋନୀବାସୀ । କଲୋନୀ ମଧ୍ୟରେ ଥିବା ଏକ ପୋଖରୀର ଅବସ୍ଥା ମଧ୍ୟ ତଦୃପ ହୋଇ ପଡିଥିବା ଦେଖିବାକୁ ମିଳିଛି । ପୋଖରୀ ଚର୍ତୁପାଶ୍ୱର୍ରେ ନିର୍ମାଣ ହୋଇଥିବା ପଥର ବାଡା ଭୁସୁଡି ପଡିବା ସହିତ ଏହି ପୋଖରି ବର୍ତମାନ ବ୍ୟବହାର ନହୋଇ ପଡିରହିଛି । ଏହା ସହିତ କଲୋନୀ ମଧ୍ୟରେ ପାନୀୟ ଜଳର ସମସ୍ୟା ମଧ୍ୟ ଜନସାଧାରଣଙ୍କ ପାଇଁ ସମସ୍ୟା ହୋଇ ଛିଡା ହୋଇଛି । କଲୋନୀବାସୀ ଏହି ସବୁ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଇଡକୋ ନିକଟରେ ଦାବି କରିଥିଲେ ମଧ୍ୟ ଇଡକୋ ଏହାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ଏହି କଲୋନୀର ବିଭିନ୍ନ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ମଧ୍ୟ ଇଡକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକଙ୍କୁ ଗତ ଅପ୍ରେଲ ମାସ ୨୫ ତାରିଖରେ କଲୋନୀର ବିଭିନ୍ନ ସମସ୍ୟା ସହିତ କଲୋନୀ ମଧ୍ୟ ରାସ୍ତାରେ ଆଲୋକ ବ୍ୟବସ୍ଥା କରି ପାଣି ପାଇପର ବ୍ୟବସ୍ଥା କରିବାକୁ ଅବଗତ କରିଥିଲାବେଳେ ଇଡକୋ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାଯାଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

1 × 5 =