ଓଡ଼ିଶା ସମାଚାର

ପ୍ରଶାସନ କାମବନ୍ଦ କଲାପରେବି ଚାଲିଛି ମନ୍ଦିର କାମ

ପ୍ରଶାସନ କାମବନ୍ଦ କଲାପରେବି ଚାଲିଛି ମନ୍ଦିର କାମ

May 19
19:25 2017

ହରିଚନ୍ଦନପୁର. ୧୯/୦୫/୨୦୧୭(ଓଡ଼ିଶା ସମାଚାର) –କେନ୍ଦୁଝର ଜିଲ୍ଲ୍ା ହରିଚନ୍ଦନପୁର ବ୍ଲକ ବଡପଳାଶପାଳ ଗାଁରେ ଜଣଙ୍କ ବ୍ୟକ୍ତିଗତ ଜାଗାରେ ଭାଗବତ ଟୁଙ୍ଗିର କର୍ମକର୍ତାମାନେ ଜୋରଜବଦସ୍ତ ଏକ ମନ୍ଦିର ନିର୍ମାଣ କାର୍ଯ୍ୟ  ହେଉଥିବା ଅଭିଯୋଗ ହୋଇଛି । ଜାଗାଟିକୁ ଦୀର୍ଘବର୍ଷ ହେବ ନିଜ ଅକ୍ତିଆରେ କରି ରଖିଥିବା ସିଲୁଦାସ କେନ୍ଦୁଝର ଜିଲ୍ଲ୍ାପାଳ, ଉପଜିଲ୍ଲ୍ାପାଳ, ଜିଲ୍ଲ୍ାଆରକ୍ଷକଙ୍କ ଅଧିକାରୀ, ଆରଡିସ. ସ୍ଥାନୀୟ ତହସିଲଦାର, ଥାନାଅଧିକାରୀଣୀ, ଆରାଇଙ୍କୁ ବେନିୟମ ଭାବରେ ମନ୍ଦିର ନିର୍ମାଣ କାର୍ଯ୍ୟ ହେଉଥିବା ଜଣାଇ ଥିଲେ ମଧ୍ୟ କୌଣସି ଅଧିକାରୀ ମାନେ ଅଭିଯୋଗକୁ କର୍ଣ୍ଣପାତ କରିନଥିଲେ । କର୍ଣ୍ଣପାତ କରିନଥିବା ବେଳେ ଗଣମାଧ୍ୟମରେ ଖବର ପ୍ରକାଶ ହେବାପରେ ଜିଲ୍ଲାପ୍ରଶାସନ ନିର୍ଦ୍ଧେଶକ୍ରମେ କାମଟିକୁ ହରିଚନ୍ଦନପୁର ତହସିଲଦାର ଶାନ୍ତିସୁଧା ପାତ୍ର ସଂପୃକ୍ତ ବ୍ୟକ୍ତିମାନଙ୍କୁ କାମ ବନ୍ଦ କରିବା ସହିତ ଚଳିତ ସପ୍ତାହ ସୋମବାର ଦିନ କାର୍ଯ୍ୟାଳୟକୁ ଡାକି ମନ୍ଦିର କାମଟିକୁ ତୁରନ୍ତ ବନ୍ଦ କରିବା ପାଇଁ ସେମାନଙ୍କୁ ନିର୍ଦ୍ଧେଶ କରିଥିଲେ । ତାଗିଦି କରିବା ପରେ ଭାଗବତ ମଣ୍ଡଳୀର କର୍ମକର୍ତାମାନେ କାମଟିକୁ ୨/୩ ଦିନବନ୍ଦ କରିଦେଇଥିଲେ । କାମଟି ବନ୍ଦ ରହିଥିବା ବେଳେ ଚଳିତ ସପ୍ତାହ ରେ ପୁନର୍ବାର ମନ୍ଦିରକାମଟିକୁ ଆରମ୍ଭ ହୋଇଥିବା ଦେଖା ଯାଇଛି । ଏଠାରେ ପ୍ରଶ୍ନ ଉଠୁଛି କାମଟିକୁ ପ୍ରଶାସନ ବନ୍ଦ କରିଥିବା ବେଳେ କିପରି କର୍ମକର୍ତାମାନେ ସରକାରୀ ଆଦେଶକୁ ବେଖାତିରି କରି ଜୋରଜୋବରଦସ୍ତ କାମ ଚଲାଇଛନ୍ତି ତାହା ସାଧାରଣ ଲୋକଙ୍କ ମନରେ ପ୍ରଶ୍ନହୋଇ ଉଙ୍କିମାରୁଛି । ସିଲୁ ଦାସ ଜଣେ ଦିବ୍ୟାାଙ୍ଗ ନିଜ ଅକ୍ତିଆରେ ରଖିଥିବା ଜାଗା ଉପରେ କିପରି କର୍ମକର୍ତା ମାନେ ମନ୍ଦିର ନିର୍ମାଣ କରୁଛନ୍ତି ତାହା ଅଂଚଳରେ ଖୁବ୍ ଚର୍ଚ୍ଚାର ବିଷୟ । ଘଟଣାକୁ ନେଇ ସିଲୁ ଦାସ ବାରମ୍ବାର ଲିଲ୍ଲ୍ା ପ୍ରଶାସନକୁ ଘଟଣା ବିଷୟରେ ଅବଗତ କରାଇଥିଲେମଧ୍ୟ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବାରୁ ଏପରି ବ୍ୟତିକ୍ରମ ଦେଖା ଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି । ସୁପ୍ରିମିକୋର୍ଟ ନିୟମ ଅନୁଯାଇ କୌଣସି ସରକାରୀ ହେଉବା ବେସରକାରୀ ଜମି ଉପରେ ମନ୍ଦିର ନିର୍ମାଣ କାର୍ଯ୍ୟ କରିବା ପାଇଁ ନିର୍ଦ୍ଧେଶ ନାମାବଳି ନଥିବା ବେଳେ ବଡପଳାଶପାଳ ଗାଁ ଭାଗବତ ମଣ୍ଡଳୀର କର୍ମର୍ତାମାନେ କିପରି ଜଣେ ଅକ୍ତିଆର କରିରଖୀଥିବା ଜାଗାଉପରେ ମନ୍ଦିର ନିର୍ମାଣ କାର୍ଯ୍ୟ କରୁଛନ୍ତି ତାହା କିଛି ବୁଝା ପଡୁନି । ପ୍ରଶାସନ କେବଳ ସେମାନଙ୍କୁ ଲୋକ ଦେଖାଣିଆ ନୋଟିସ ଦେଇ ଚୁପ୍ହୋଇ ଜାଣିଶୁଣି ବସି ପଡୁଥିବାରୁ ଏପରି ବ୍ୟତିକ୍ର ଦେଖିବାକୁ ମିଳୁଛି । ସବୁଠୁ ବଡ ଆଶ୍ଚର୍ଯ୍ୟର କଥାହେଲା ହରିଚନ୍ଦନପୁର ମହକୁମା ତହସିଲ କାର୍ଯ୍ୟାଳୟ ଠାରୁ ମାତ୍ର ୧୦/୧୨ କିଲୋମିଟର ରାସ୍ତା ବଡପଳାଶପାଳ ଗ୍ରାମକୁ ହୋଇଥିବା ବେଳେ ଏକ ସରକାରୀ ଜାଗା ଉପରେ ମନ୍ଦିର ନିମାର୍ଣ କାର୍ଯ୍ୟଚାଲୁ ଥିବାବେଳେ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭକରି ଜିଲ୍ଲାପ୍ରଶାସନକୁ ଲିଖିତ ଅଭିଯୋଗ କରି ଆସୁଥିଲେ ମଧ୍ୟ ସ୍ଥାନୀୟ ତହସିଲଦାର ହେଉବା ଜିଲ୍ଲ୍ାପ୍ରଶାସନ ଅଧିକାରୀ ମାନେ କଣପାଇଁ ମନ୍ଦିର ନିମାର୍ଣ ଜାଗାଉପରକୁ ଯାଉନାହାନ୍ତି ତାହାଏବେ ସନ୍ଦେହ ଘେରରେ । ଏବେ ଅଂଚଳରେ ଜୋର ଚର୍ଚ୍ଚାଚାଲିଛି ମନ୍ଦିର ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ତହସିଲଦାରଙ୍କର କୌଣସି ଭୁମିକା ନାହିଁ? ଘଟଣାକୁ ନେଇ ଅଭିଯୋଗକାରୀ ସିଲୁ ଦାସ କେନ୍ଦୁଝର ଉପଜିଲ୍ଲାପାଳଙ୍କୁ ଦେଖାକରି ଲିଖିତ ଅଭିଯୋଗ କରିବା ସହିତ ମନ୍ଦିର ନିର୍ମାଣ କାର୍ଯ୍ୟଟିକୁ ବନ୍ଦ କରିବା ପାଇଁ ଜଣାଇଥିଲେ । ପ୍ରଶାସନ କାମଟି ବନ୍ଦକଲା ପରେ କେଉଁ ପରିସ୍ଥିତିରେ ହେଉବା କାହା ଇଙ୍ଗିତରେହେଉ କାମ ଆରମ୍ଭହେଲା ତାହାଯଦି ଉଚ୍ଚସ୍ତରୀୟ ତଦନ୍ତ କରା ଯାହାନ୍ତା ତେବେ ସତ୍ୟାସତ ପଦାକୁ ଆସି ପରନ୍ତାବୋଲି ବୁଦ୍ଧିଯିବି ମହଲରେ ମତ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

nineteen − 16 =