ଓଡ଼ିଶା ସମାଚାର

୫ ହଜାର ଟଙ୍କା ଲାଂଚ ନେଇ ବିଦୁ୍ୟତ ବିଭାଗୀୟ ଏସଡିଓ ଗିରଫ

୫ ହଜାର ଟଙ୍କା ଲାଂଚ ନେଇ ବିଦୁ୍ୟତ ବିଭାଗୀୟ ଏସଡିଓ ଗିରଫ

May 19
17:10 2017

କଟକ ୧୯/୦୫/୨୦୧୭(ଓଡ଼ିଶା ସମାଚାର) – ମାତ୍ର ୫ ହଜାର ଟଙ୍କା ଲାଂଚ ନେଇ ଭିଜିଲାନସ ଜାଲ ରେ ପଡିଛନ୍ତି ବିଦୁ୍ୟତ ବିଭାଗର ଜଣେ ଏସଡିଓ । ନାମ ତାଙ୍କର ରାକେଶ ରଂଜନ ରାୟ । ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ସ୍ଥିତ ବିଦୁ୍ୟତ ବିଭାଗୀୟ ଅଫିସରେ ସେ ଏସଡିଓ ଭାବରେ କାମ କରନ୍ତି । ଗନ୍ଦିଆ ଥାନା ଅନ୍ତର୍ଗତ କୋସିଦା ଗ୍ରାମ ର ଅକ୍ଷୟ କୁମାର ନାଥ ନିଜ ବୋରୱେଲ କୁ ବିଦୁ୍ୟତ ସଂଯୋଗ ନେବା ପାଇଁ ଗତ ୧୧ ତାରିଖରେ ୭୦ ଟଙ୍କା ଡିପୋଜିଟ କରିଥିଲେ । ତାଙ୍କର ବୋର ୱେଲ କୁ ବିଦୁ୍ୟତ ସଂଯୋଗ ଦେବା ପାଇଁ ଶ୍ରୀ ନାଥଙ୍କ ଠାରୁ ଶ୍ରୀ ରାୟ ୫ ହଜାର ଟଙ୍କା ଲାଂଚ ଦାବି କରିଥିଲେ । ଖବର ପହଂଚିଥିଲା ଭିଜିଲାନସ ଏସପି ଙ୍କ ପାଖରେ । ତାପରେ ଶ୍ରୀ ରାୟ ଙ୍କୁ ଧରିବା ପାଇଁ ଭିଜିଲାନସ ପକ୍ଷରୁ ଜାଲ ବିଛାଯାଇଥିଲା । ତଦନୁସାରେ ଶ୍ରୀ ନାଥ ଙ୍କ ଠାରୁ ଶ୍ରୀ ରାୟ ୫ ହଜାର ଟଙ୍କା ନେଉଥିବା ସମୟରେ ପୂର୍ବରୁ ସେଠାରେ ଛକି ରହିଥିବା ଭିଜିଲାନସ ଟିମ ତାଙ୍କୁ ଗିରଫ କରିଥିଲେ । ଶ୍ରୀ ରାୟ ଙ୍କ ଠାରୁ ସେହି ଲାଂଚ ଟଙ୍କା ଜବତ କରାଯାଇଥିଲା । ତାପରେ କଟକ ସିଡିଏ ସେକ୍ଟର ୬ ର ପ୍ଲଟ ନମ୍ବର ଡି/୯୮୭ ରେ ଥିବା ତାଙ୍କ ଘରେ ଭିଜିଲାନସ ପକ୍ଷରୁ ଚଢଉ କରାଯାଇଥିଲା । ଏ ସମ୍ପର୍କରେ କଟକ ଭିଜିଲାନସ ଥାନାରେ ୩୪/୨୦୧୭ ନମ୍ବର ରେ ଏକ ଦୁର୍ନୀତି ମାମଲା ରୁଜୁ କରାଯାଇଥିବାର ବିଭାଗୀୟ ସୂତ୍ରରୁ ଜଣାପଡିଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

nineteen − ten =