ଓଡ଼ିଶା ସମାଚାର

ସର୍ବଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ସଂଗୀତ ମହୋତ୍ସବ ମଇ୨୭ରୁ

ସର୍ବଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ସଂଗୀତ ମହୋତ୍ସବ ମଇ୨୭ରୁ

May 19
17:04 2017

ରାଉରକେଲା, ୧୯/୦୫/୨୦୧୭(ଓଡ଼ିଶା ସମାଚାର) – ରାଉରକେଲା କଳା ଓ ସଂସ୍କୃତିର ଅନୁଷ୍ଠାନ ଚଳିତ ବର୍ଷ ମଇ ମାସ ୨୭ ରୁ ୩ ଦିନ ବ୍ୟାପୀ ଆୟୋଜନ କରୁଛି ଦ୍ୱିତୀୟ ସର୍ବଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ସଂଗୀତ ମହୋତ୍ସବ । ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ରାଉରକେଲା ସିଭିକ୍ ସେଂଟର ଠାରେ ଆଦିବାସୀ ସମ୍ପ୍ରଦାୟର ମହାନ କଳା, ସଂସ୍କୃତିର ପରିପ୍ରକାଶ ତଥା ଅଭିବୃଦ୍ଧି ନିମନ୍ତେ ଏହି ପ୍ରୟାସ । ୩ ଦିନ ବ୍ୟାପୀ ଏହି ନିଆରା ମହୋତ୍ସବରେ ଝାଡଖଣ୍ଡ, ଆସାମ, ରାଂଚି, ମୟୂରଭଞ୍ଜ , ରାଉରକେଲାର ନାଟ୍ୟ ଓ ନୃତ୍ୟଗୀତ ଦଳର କଳାକାରମାନେ ଯୋଗଦାନ କରି ସେମାନଙ୍କର କଳାର ପ୍ରତିଭା ଅଭିନୟ ନୃତ୍ୟ ଓ ସଂଗୀତ ମାଧ୍ୟମରେ ପରିବେଷଣ କରିବେ । ଏଥି ସହିତ ‘ଆଦିବାସୀ ନାଟକର ପରମ୍ପରା ଓ ବିକାଶ’ ସମ୍ପର୍କିତ ଏକ ସମ୍ପାନ ମଧ୍ୟ ଅନୁଷ୍ଠିତ ହେବ ଯେଉଁଥିରେ ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ବିଷୟ ବିଶେଷଜ୍ଞମାନେ ଯୋଗଦାନ କରି ମତାମତ ପରିପ୍ରକାଶ କରିବେ । ଏହି ଅବସରରେ ଆଦିବାସୀ ପରମ୍ପରା ତଥା ସଂସ୍କୃତି ଉପରେ କାର୍ଯ୍ୟରତ ବିରଳ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମମାନ ରହିଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

13 − twelve =