ଓଡ଼ିଶା ସମାଚାର

ମହାନଦୀ ମାମଲାରେ ଛତିଶଗଡକୁ ଏନଜିଟିଙ୍କ ଚେତାବନୀ ‘ଏକତରଫା ରାୟ ଦେବୁ’

ମହାନଦୀ ମାମଲାରେ ଛତିଶଗଡକୁ ଏନଜିଟିଙ୍କ ଚେତାବନୀ ‘ଏକତରଫା ରାୟ ଦେବୁ’

ମହାନଦୀ ମାମଲାରେ ଛତିଶଗଡକୁ ଏନଜିଟିଙ୍କ ଚେତାବନୀ ‘ଏକତରଫା ରାୟ ଦେବୁ’
May 19
16:58 2017

ଭୁବନେଶ୍ୱର, ୧୯/୦୫/୨୦୧୭(ଓଡ଼ିଶା ସମାଚାର) – ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ସମ୍ପର୍କରେ ଓଡ଼ିଶା ଓ ଛତିଶଗଡ଼କୁ ଗତ ଜାନୁଆରୀ ୩୧ରେ ଓ ପରେ ଫେବୃଆରୀ ୨୨ ତାରିଖରେ ନୋଟିସ ଜାରି କରିଥିଲେ ଏନଜିଟି (ନେସନାଲ ଗ୍ରୀନ ଟ୍ରିବୁ୍ୟନାଲ) । ହେଲେ ଦୁଇ ଥର ନୋଟିସ ପାଇ ମଧ୍ୟ ଛତିଶଗଡ ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ସମ୍ପର୍କରେ ସ୍ଥିତିପତ୍ର ଦାଖଲ କରିନଥିଲା । ତେଣୁ ଏନଜିଟିର ପୂର୍ବାଂଚଳ ଅଦାଲତ ବିଚାରପତି ଏସ.ପି.ୱାଣ୍ଡି ଓ ପ୍ରଫେସର ଡ଼.ପି.ସି.ମିଶ୍ର ଏ ସଂକ୍ରାନ୍ତରେ ଭୀଷଣ କ୍ଷୁବ୍ଧ ହୋଇ ଛତିଶଗଡ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଆସନ୍ତା ଜୁଲାଇ ୬ ସୁଦ୍ଧା ସ୍ଥିତିପତ୍ର ଦାଖଲ ନକଲେ ଆମେ ଏକତରଫା ରାୟ ଦେବୁ । ଏହି ସମୟ ମଧ୍ୟରେ ଓଡିଶା ସରକାର ଗତ ୫ ବର୍ଷ ମଧ୍ୟରେ ମହାନଦୀ ଉପରମୁଣ୍ଡରେ କେଉଁ କେଉଁ ପ୍ରକଳ୍ପ ନିର୍ମାଣ ହୋଇଛି ସେ ସମ୍ପର୍କରେ ଅବଗତ କରାଇବାକୁ ନିର୍ଦେଶ ଦେଇଛନ୍ତି  । ପ୍ରକାଶଥାଉକି ସ୍ୱେଚ୍ଛାସେବୀ ସଙ୍ଗଠନ ‘ଆଗାମୀ ଓଡ଼ିଶା’ର ଆବାହକ ସୁଦର୍ଶନ ଦାସ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ନିର୍ମାଣାଧୀନ ପ୍ରକଳ୍ପ ସଂକ୍ରାନ୍ତରେ ଆପତିି ଉଠାଇବା ସହ ଏହାଦ୍ୱାରା ଓଡ଼ିଶା ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ଅଭିଯୋଗ କରିଥିଲେ । ଅପରପକ୍ଷରେ ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ନିମନ୍ତେ ଆବଶ୍ୟକ ପରିବେଶ ମଞ୍ଜୁରିକୁ ନେଇ ମଧ୍ୟ ଶ୍ରୀ ଦାସ ପ୍ରଶ୍ନ ଉଠାଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଋତ୍ୱିକ ଦତ ଓ ରାହୁଲ ଗାଙ୍ଗୁଲି ମାମଲା ପରିଚାଳନା କରିବା ସହ ଏ କ୍ଷେତ୍ରରେ କେନ୍ଦ୍ର ସରକାର ଏକପାଖିଆ ପଦକ୍ଷେପ ଗ୍ରହଣ କରିଥିବା ଯୁକ୍ତି ଦର୍ଶାଇଥିଲେ । ଓଡ଼ିଶା ସରକାରଙ୍କ ସହ ବିନା ଆଲୋଚନାରେ ଛତିଶଗଡ଼ ସରକାର ପ୍ରକଳ୍ପ ନିର୍ମାଣ ଚଳାଇଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ମଞ୍ଜୁରୀ ପ୍ରଦାନ କରିଛନ୍ତି  । ତେଣୁ ଏ କ୍ଷେତ୍ରରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ବନ୍ଦ କରିବା ନିମନ୍ତେ ଏନଜିଟିର ହସ୍ତକ୍ଷେପ ଲୋଡ଼ାଯାଇଥିଲା ବୋଲି ଶ୍ରୀ ଦାସ କହିଛନ୍ତି  । ଏହି ମାମଲାର ବିଚାର ନ ସରିବା ପର୍ଯ୍ୟନ୍ତ ମହାନଦୀ ଉପରମୁଣ୍ଡରେ କୌଣସି ନୂତନ ପ୍ରକଳ୍ପ କରା ନ ଯିବା ଏବଂ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ବନ୍ଦ କରିବା ପାଇଁ ଆଗାମୀ ଓଡ଼ିଶା ପକ୍ଷରୁ ଆବେଦନ କରାଯାଇଛି । ଏହା ସହ ଓଡ଼ିଶାର ଆବଶ୍ୟକ ଜଳ ପାଇବା କ୍ଷେତ୍ରରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ ଏବଂ ଜଳ ପ୍ରବାହ ଉଭୟ ମୌସୁମି ଓ ଅଣମୌସୁମି ସମୟରେ ଅବାରିତ ରହେ ସେ କ୍ଷେତ୍ରରେ ଏନ୍‍ଜିଟିର ହସ୍ତକ୍ଷେପ ଲୋଡ଼ିଛନ୍ତି ଆବେଦନକାରୀ । ସୂଚନାଯୋଗ୍ୟ ଯେ ଗତବର୍ଷ ନଭେମ୍ବର ମାସରେ ମହାନଦୀ ପ୍ରସଙ୍ଗରେ ଏନ୍‍ଜିଟିରେ ମଧ୍ୟ ଗୋଟିଏ ଆବେଦନ କରାଯାଇଥିଲା । ଏକ ସଙ୍ଗଠନ ପକ୍ଷରୁ ଏହି ଆବେଦନକୁ ଏନଜିଟି ବିଚାର ପାଇଁ ଗ୍ରହଣ କରିବା ସହ ୪ ସପ୍ତାହ ମଧ୍ୟରେ ତଥ୍ୟ ରଖିବାକୁ କେନ୍ଦ୍ର ସରକାରଙ୍କ ସହ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ । ମହାନଦୀ ତଳମୁଣ୍ଡରେ ପରିବେଶ ସୁରକ୍ଷା, ନଦୀର ପାଶ୍ୱର୍ବର୍ତୀ ଅଂଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଜୀବନ ଓ ଜୀବିକା ସହ ଚିଲିକା, ଭିତରକନିକା, ସାତକୋଶିଆ ଅଂଚଳର ଜୈବ ବିବିଧତା ରକ୍ଷା ନିମନ୍ତେ ମହାନଦୀରେ ଜଳପ୍ରବାହ ନିରନ୍ତର ରଖିବା ନିମନ୍ତେ ଏଥିରେ ଆବେଦନ କରାଯାଇଥିଲା । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

two + eighteen =