ଓଡ଼ିଶା ସମାଚାର

ରାଜ୍ୟ ସଂଗ୍ରହାଳୟରେ ଖୋଲିଲା ନୂଆ ଗ୍ୟାଲେରୀ ଓ କର୍ଣ୍ଣର – ସଂଗ୍ରହାଳୟ ହେଉଛି ଗୋଟିଏ ଜାତିରଐତିହ୍ୟ ଓ ସଂସ୍କୃତିର ପ୍ରତୀକ

ରାଜ୍ୟ ସଂଗ୍ରହାଳୟରେ ଖୋଲିଲା ନୂଆ ଗ୍ୟାଲେରୀ ଓ କର୍ଣ୍ଣର – ସଂଗ୍ରହାଳୟ ହେଉଛି ଗୋଟିଏ ଜାତିରଐତିହ୍ୟ ଓ ସଂସ୍କୃତିର ପ୍ରତୀକ

May 19
16:46 2017

ଭୁବନେଶ୍ୱର, ୧୯/୦୫/୨୦୧୭(ଓଡ଼ିଶା ସମାଚାର) – ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରାଜ୍ୟ ସଂଗ୍ରହାଳୟରେ ମୁଖା ଗ୍ୟାଲେରୀ ଓ ପ୍ରୋଜେକ୍ଟର କର୍ଣ୍ଣର ଉଦ୍ଘାଟନ କରିଛନ୍ତି । ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମନ୍ତ୍ରୀ ଶ୍ରୀ ପଣ୍ଡା ଏହା ଉଦ୍ଘାଟନ କରି ରାଜ୍ୟ ସଂଗ୍ରହାଳୟକୁ ଅଧିକ ଆକର୍ଷଣୀୟ ଓ ଜନପ୍ରିୟ କରାଯିବ ବୋଲି ପ୍ରକାଶ କରିଛନ୍ତି । ମୁଖା ଗ୍ୟାଲେରୀରେ ଓଡିଶାର ପାରମ୍ପରିକ ଲୋକକଳା ସମୃଦ୍ଧ ବିଭିନ୍ନ ସମୟରେ ନିର୍ମିତ ମୁଖାମାନ ସ୍ଥାନ ପାଇଥିବାବେଳେ ପ୍ରୋଜେକ୍ଟର କର୍ଣ୍ଣରରେ ଅଡିଓ-ଭିଜୁଆଲ୍ ବ୍ୟବସ୍ଥା ମାଧ୍ୟମରେ ଡିଜିଟାଲ ଅନୁଭୂତିର ପରିସର ସୃଷ୍ଟି ହେବ । ମନ୍ତ୍ରୀ ଶ୍ରୀ ପଣ୍ଡା ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆୟୋଜିତ ଚାରୁ ଓ ଚାରୁକଳା କର୍ମଶାଳା ବୁଲି ଦେଖିବା ସହ ଏପରି ଉଦ୍ୟମର ପ୍ରଶଂସା କରିଥିଲେ । ଏହି ଅବସରରେ ଦୁଇଟି ଆଲୋଚନାଚକ୍ର ମୁ୍ୟଜିୟମ୍ ସମ୍ମିଳନୀ ପ୍ରକୋଷ୍ଠରେ ଆୟୋଜିତ ହୋଇଥିଲା । ଦକ୍ଷତା ବିକାଶ ଆୟୋଗର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ‘ବିତର୍କିତ ଇତିହାସ-ସଂଗ୍ରହାଳୟର ଅବ୍ୟକ୍ତ କଥା’ ଶୀର୍ଷକ ପ୍ରସଙ୍ଗ ଉପରେ ଭିତିପ୍ରବନ୍ଧ ଉପସ୍ଥାପନ କରି ମଣିଷର ଅତୀତକୁ ଭବିଷ୍ୟତ ସହିତ ଯୋଡିବାରେ ମୁ୍ୟଜିୟମ୍ର ଭୂମିକା ରହିଛି ବୋଲି ଦର୍ଶାଇଥିଲେ । ଗ୍ରୀକ୍ ପରମ୍ପରାରୁ ମୁ୍ୟଜିୟମ୍ର ଆରମ୍ଭ ହୋଇଥିବାବେଳେ କଳା ଓ ସଂସ୍କୃତି କ୍ଷେତ୍ରରେ ଏହା ଏକ ପବିତ୍ର ସ୍ଥାନ ଏବଂ ଏହା ମାଧ୍ୟମରେ ଆମ ମନରେ ଜାତୀୟତାବୋଧ ଜାଗ୍ରତ ହୋଇଥାଏ ବୋଲି ସେ କହିଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.ବାଲକ୍ରିଷ୍ଣନ୍ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ସାରା ବିଶ୍ୱର ପ୍ରସିଦ୍ଧ ସଂଗ୍ରହାଳୟଗୁଡିକ ଉପରେ ସୂଚନା ପ୍ରଦାନପୂର୍ବକ ଏହା ଗୋଟିଏ ଜାତିର ଆକାର, ବିନ୍ୟାସ ଓ ଚେହେରାକୁ ପ୍ରତିନିଧିତ୍ୱ କରିଥାଏ ବୋଲି କହିଥିଲେ । ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁ୍ୟଜିୟମ୍କୁ ଏକ ଜୀବନ୍ତ ଇତିହାସ ଭାବରେ ବର୍ଣ୍ଣନା କରି ଏହାକୁ ଐତିହ୍ୟ ଓ ସଂସ୍କୃତିର ପ୍ରତୀକ ବୋଲି ଉଲ୍ଲେଖ କରିଥିଲେ । ପ୍ରଫେସର ଡ. କିଶୋର କୁମାର ବାସା ‘ଓଡିଶାର ପ୍ରାଚୀନ ଐତିହାସିକ ବିଭବ’ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଧେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଡ.ଜୟନ୍ତୀ ରଥ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ସଂଗ୍ରାହାଧ୍ୟକ୍ଷା ସୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ‘ଓଡିଶାର ପ୍ରାଗ୍ ଐତିହାସିକ ବିଭବ’ ଶୀର୍ଷକ ଏକ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା । ଏହି ପ୍ରଦର୍ଶନୀରେ ଜନଜାତିଙ୍କ ଜୀବନଶୈଳୀ ଓ ବ୍ୟବହୃତ ସାମଗ୍ରୀମାନ ସ୍ଥାପିତ ହୋଇଥିଲା । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

3 + 8 =