ଉଦଘାଟିତ ହେଲା କାଶିପୁର ନଂ-୨ ଏସସିଏସ ଧନମଣ୍ଡି

ଖୋର୍ଦ୍ଧା,୧୧/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଆରଏମସି ଅଧିନ କାଶିପୁର ନଂ- ୨ ସେବା ସମବାୟ ସମିତି ରେ ଆଜି ଚଳିତ ବର୍ଷ ର ଧନମଣ୍ଡି ଉଦଘାଟିତ ହୋଇଯାଇଅଛି। ବିଧିବଧ ଭାବେ ସୋସାଇଟି ସଭାପତି ପ୍ରଦୀପ କୁମାର ଷଢଙ୍ଗୀ,ସଂପାଦକ ତଥା ପର୍ଚେଜିଙ୍ଗ ଅଫିସର ଗୌର ଗୋବିନ୍ଦ ପଟ୍ଟନାୟକ, ନିରାକାରପୁର ଆଂଚଳିକ ଚାଷୀ କମିଟି ସଭାପତି ବିପିନ ଜୟସିଂହ, ନିରାକାରପୁର ସାମ୍ବାଦିକ ସଂଘ ସଭାପତି ଦୀପକ ପ୍ରଧାନ,ମିଲର ଚଣ୍ଡି ହର ଦେବ ପ୍ରୋପାଇଟର ପ୍ରିୟ ରଂଜନ ପାତ୍ର,ବାଲୁଗାଁ ଆରଏମସି ଧାନ ନିରିକ୍ଷକ ବିଭୁତି ଭୂଷଣ ସେନାପତି ପ୍ରମୁଖ ନଡିଆ ବାଡେଇ ଧନମଣ୍ଡି ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାଇରେକ୍ଟର ଦଣ୍ଡପାଣି ଦଳେଇ,କ୍ରୁଶକ ସାଥି ମାଧବ ପାଟ୍ଟଶାଣୀ, ସମିତି କର୍ମଚାରୀ ସଂଗୀତା ମହାପାତ୍ର,ଚାଷୀ ବଳରାମ ରାଉତରାୟ,ନ୍ରୁସିଂହ ରାଉତରାୟ,ଗୋଦାବରୀ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ପାଇଁ ୪୦ ଟୋକନ ମିଳିଥିବା ବେଳେ ଖବର ଲେଖା ପର୍ଯନ୍ତ ୧୫ ଜଣ ଚାଷୀ କାଗଜ ପତ୍ର ଦେଇ ୨୨୦୦ କୁଇଣ୍ଟାଲ ଧାନ ଯିବା ସମିତିରୁ ସୂଚନା ମିଳିଛି। ସମୂଦାୟ ୨୬୩ ଜଣ ଚାଷୀ ସୋସାଇଟି ରେ ଚଳିତବର୍ଷ ଧାନ ବିକ୍ରୀ ପାଇଁ ପଂଜିକୃତ କରିଛନ୍ତି।

Leave a Reply

Your email address will not be published. Required fields are marked *