ଓଡ଼ିଶା ସମାଚାର

ଶ୍ରମିକଙ୍କ ରୋଜଗାରରେ ବାଧକ ସାଜିଲା ଗ୍ରାଷ୍ମ ପ୍ରବାହ

ଶ୍ରମିକଙ୍କ ରୋଜଗାରରେ ବାଧକ ସାଜିଲା ଗ୍ରାଷ୍ମ ପ୍ରବାହ

May 19
13:36 2017

ପାଟକୁରା , ୧୯/୦୫/୨୦୧୭(ଓଡ଼ିଶା ସମାଚାର) – କିଛି ଦିନ ହେଲା ସମଗ୍ର ରାଜ୍ୟରେ ଅସ୍ୱାଭାବିକ ଗ୍ରାଷ୍ମ ପ୍ରବାହ ଅନୂଭୁତି ହେଉଥିବାବେଳେ,ଏହାର ପ୍ରଭାବ କିନ୍ତୁ ପଡିଛି ଦରିଦ୍ର ଶ୍ରମିକ ପରିବାରଗୁଡିକ ଉପରେ ।ଗତ ତିନି ଦିନ ହେଲା  ପ୍ରଖର ଟାଣ ଖରା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି । ଏହି ଗ୍ରାଷ୍ମ ପ୍ରବାହ ଯୋଗୁଁ ଶ୍ରମଜିବୀ ପରିବାରମାନଙ୍କ ଉପରେ ସିଧା ପ୍ରଭାବ ପାକାଉଛି । ଟାଣ ଖରା ଓ ଝାଞ୍ଜି ପବନ ଅଂଚଳବାସୀ ତଥା ପଥାଚାରୀମାନଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ଏହି ଅଂଚଳରେ ବସବାସ କରୁଥିବା ଶ୍ରମିକ ତଥା ଦିନମଜୁରିଆ ଶ୍ରେଣୀର ଲୋକମାନେ ଟାଣ ଖରା ଯୋଗୁଁ ଅଂଶୁଘାତ ଆଶଙ୍କା କରି ଭୟରେ କାମ କରିବା ପାଇଁ ଯାଇ ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅଂଚଳରେ ଗତ ଦୁଇ ଦିନ ହେବ ପାଖାପାଖି ୪୦ ଡିଗ୍ରୀ  ପାରଦ ରହୁଥିବା ଅନୁମାନ କରାଯାଉଛି । ଦିନ ୧୧ଟା ପରେ ମୂଖ୍ୟ ରାସ୍ତା ଘାଟ ଗୁଡିକ ସହିତ ବିଭିନ୍ନ ଛକ ସ୍ଥାନମାନଙ୍କରେ ଥିବା ଦୋକାନ ବଜାର ପ୍ରାୟତଃ ଶୂନଶାନ୍ ହୋଇପଡୁଛି । ଦିନ ୧୧ ଟା ବେଳକୁ ରାସ୍ତା ଘାଟ ସବୁ ତାତି ଯାଉଛି । ସକାଳୁ ଦିନ ୧୧ଟା ମଧ୍ୟରେ ଯାହାର ଯେତିକି କାମ ଶିଘ୍ର ସାରି ଦେଇ କିପରି ଘରକୁ ଫେରି ଆସିବାକୁ ହେବ ସେଥି ପାଇଁ ଉଦ୍ୟମ ଚଳାଇଛନ୍ତି । ଗ୍ରାଷ୍ମ ପ୍ରବାହରେ ଚରାବୁଲା କରିବା ପାଇଁ ଯାଇଥିବା ଗୃହ ପାଳିତ ପ୍ରାଣୀମାନେ ବାହାରେ ଖରାରେ ରହି ନ ପାରି ଆଖପାଖରେ ରହିଥିବା ବୃକ୍ଷ ମୂଳରେ ଆଶ୍ରୟ ନେବା ପାଇଁ ପଳାଇ ଯାଉଥିବାର ଦେଖାଯାଉଛି । ପ୍ରଶାସନର ନିଦ୍ଧେଁଶସତ୍ୱେ କାଁ ଭାଁ କେତେକ ସ୍ଥାନରେ ଜଳଛତ୍ର ଖୋଲା ଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ବେକଳ  ନାମକୁ ମାତ୍ର ପାଣି ପାତ୍ର ରଖାଯାଇଥିବାର ଦେଖାଯାଉଛି । ପ୍ରଚଣ୍ଡ ଖରାରେ ଅଳ୍ପ କେତେକ ସ୍ଥାନରେ ନିୟୋଜିତ ଶ୍ରମିକମାନେ ଦିନ ୧୨ଟା ପର୍ଯ୍ୟନ୍ତ ମଧ୍ୟ କାମ କରି ଘରକୁ ଫେରୁ ଥିବାର ଦେଖାଯାଉଛି । ଗତ କେତେ ଦିନ ହେଲା ଟାଣ  ଖରା ଯୋଗୁଁ ସମସ୍ତେ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ, କାଳ ବୈଶାଖୀ  ହେଉ କିମ୍ବା ବର୍ଷା ଅସରାଏକୁ ଚାହିଁ ରହିଛନ୍ତି ।  ଦୀର୍ଘ ଦିନ ହେଲା ବର୍ଷା ଛାଡି ଯାଇଥିବାରୁ ବର୍ଷା ଅଭାବରୁ ଚାଷୀମାନେ ଖରାଟିଆ ଚାଷ ମଧ୍ୟ କରି ପାରୁ ନାହାଁନ୍ତି । ଚାଷୀମାନଙ୍କର ଚାଷ କାର୍ଯ୍ୟ ପଛେଇ ଯାଇଥିବାବେଳେ, ସାଧାରଣତଃ ଅକ୍ଷୟ ତୃତିୟା ଠାରୁ ଚାଷୀ ଚାଷ କାର୍ଯ୍ୟର ଅନୁକୂଳ କରିଥାଏ,ମାତ୍ର ଏବେ ପ୍ରଚଣ୍ଡ ଟାଣ ଖରା ଯୋଗୁଁ ଚାଷୀ ଚାଷ ଜମିକୁ ଯିବା ପାଇଁ ଭୟ କରୁଛନ୍ତି । ଅନେକ ସ୍ଥାନରେ କୂପ,ନଳକୂପ ଆଦିର ଜଳସ୍ତର କ୍ରମେ କ୍ରମେ ଶୁଖିଯିବାକୁ ବସିଲାଣି । ଗରମ ଓ ଗୁଳୁଗୁଳିରେ ଲୋକମାନେ ସିଝୁ ଥିବାବେଳେ, ମଝିରେ ମଝିରେ ଅଘୋଷିତ ଭାବରେ ବିଦ୍ୟୁତ୍ କାଟ୍ ହେଉଥିବାରୁ ସମସ୍ୟାକୁ ଦ୍ୱିଗୁଣିତ କରିପକାଇଛି । ଯେଉଥି ପାଇଁ ଏହି ଅଂଚଳରେ ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ତୁରନ୍ତ ବିଦ୍ୟୁତ୍ ବ୍ୟବସ୍ଥାରେ ସୁଧାରେ ଆଣିବା ପାଇଁ ସାଧାରଣରେ ଦାବି ହେଉଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଂଶୁଘାତର ମୁକାବିଲା କରିବା ପାଇଁ ମେଡିକାଲରେ ଅଂଶୁଘାତ ନିରୋଧ ପ୍ରକୋଷ୍ଠ ପ୍ରସ୍ତୁତି ରଖାଯିବା ପାଇଁ ମଧ୍ୟ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

five × one =