ଓଡ଼ିଶା ସମାଚାର

ପତ୍ନୀ ଙ୍କ ସନ୍ଦେହ ଜନକ ମୃତୁ୍ୟ : ସ୍ୱାମୀ ଅଟକ

ପତ୍ନୀ ଙ୍କ ସନ୍ଦେହ ଜନକ ମୃତୁ୍ୟ : ସ୍ୱାମୀ ଅଟକ

May 19
12:09 2017

ଢେଙ୍କାନାଳ, ୧୯/୦୫/୨୦୧୭(ଓଡ଼ିଶା ସମାଚାର) –ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ବମ୍ପା ପଂଚାୟତ ଜଗନ୍ନାଥପୁର ଗାଁର ବସନ୍ତ ପଧାନଙ୍କ ପତ୍ନୀ ବାସନ୍ତୀ (୩୪)ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବେଳେ ଅଭିଯୋଗ କ୍ରମେ ତାଙ୍କ ସ୍ୱାମୀଙ୍କୁ ପୋଲିସ୍ ଅଟକ ରଖି ପଚରା ଉଚରା ଚଳାଇଛି । ଅଭିଯୋଗରୁ ପ୍ରକାଶ ଯେ, ବାସନ୍ତୀଙ୍କ ଦେହ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ତାଙ୍କ ପରିବାର ସଦସ୍ୟ ମାନେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତୁ୍ୟକୁ ଡାକ୍ତର ସନ୍ଦେହ କରିବା ସହିତ ପୋଲିସକୁ ଜଣାଇବା ସେଙ୍ଗ ସେଙ୍ଗ ଶବ ବ୍ୟବଚ୍ଛେଦ କରିବା ପାଇଁ ପରିବାର ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ । ପରାମର୍ଶ କ୍ରମେ ପୋଲିସ୍ ପହଁଚି ଶବକୁ ପଂଚନାମା ପରେ ବ୍ୟବଚ୍ଛେଦ କରାଇଥିଲେ । ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଏକ ହତ୍ୟାକାଣ୍ଡ ଘଟଣା ବୋଲି ସ୍ପଷ୍ଟ ହେବାରୁ ପୋଲିସ ଏକ ମାମଲା ରୁଜ୍ଜୁ କରି ମୃତ ବାସନ୍ତୀଙ୍କ ସ୍ୱାମୀ ବସନ୍ତଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି । ମହିଳାଙ୍କ ଅସ୍ୱାଭାବିକ ମୃତୁ୍ୟକୁ କେନ୍ଦ୍ର କରି ସମ୍ପୃକ୍ତ ଗ୍ରାମରେ ଆଲୋଚନା ଜୋର୍ ଧରିଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

three × 5 =