ବିଲହାଟ ରେ ଫୁଟିଲା ଗୁଳି , ମୃତାହତ ଶୂନ୍

କିଶନନଗର, ୧୧/୦୧/୨୦୨୪ (ଓଡ଼ିଶା ସମାଚାର)- ବିଲହାଟ ରେ ଫୁଟିଲା ଗୁଳି, ମୃତାହତ ର ସୂଚନା ନାହିଁ । ମିଳିଥିବା ସୂଚନା ଅନୁସାରେ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲା ର କେନ୍ଦ୍ରସ୍ଥଳରେ ଅବସ୍ଥିତ ବିଲହାଟ ଟି ଅଂଚଳର ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର ଅଟେ । ଏହି ପ୍ରମୁଖ ବ୍ୟବସାୟ କେନ୍ଦ୍ର ର ଐତିହାସିକ କଟିକଟା – ଜଇପୁର ମୁଖ୍ୟ ରାସ୍ତା କଡ଼ରେ ଏକ ମଦ ଦୋକାନ ରହିଛି । ଏହାର ଅନତି ଦୂରରେ ଏକ ଶିକ୍ଷାନୁଷ୍ଠାନ ଥିଲେ ମଧ୍ୟ ସରକାରଙ୍କ କଟକଣାକୁ ଆଖି ବୁଜି ଦେଇ ମଦ ଦୋକାନ ଖାଲି ଚାଲିନାହିଁ । ଦିନ ରାତି ଖୋଲା ଖୋଲି ଭାବେ ମଦ ଦୋକାନ କଡ଼ରେ ମଦ୍ୟପାନ ଚାଲିଛି, ସତେ ଯେମିତି ଅଲିଖିତ ଭାବେ ସେଠାରେ ମଦ୍ୟପାନ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହି କାରଣରୁ ମଦ ଦୋକାନ ନିକଟରେ ଚାଖଣା ଦୋକାନ ମଧ୍ୟ ଖୋଲି ଯାଇଛି । ମଦ୍ୟପ ମାନେ ଦୋକାନରୁ ମଦ କିଣି ସେହିଠାରେ ଖୋଲା ଖୋଲି କାହାକୁ ଭୟ ନକରି ମଦ୍ୟପାନ କରୁଛନ୍ତି । କିଶନନଗର ଥାନା ଓ ମାହାଳହାଟ ଫାଣ୍ଡି ପୋଲିସ ର କୋହଳ ମନୋଭାବ ରୁ ମଦ ଦୋକାନ ନିକଟରେ ମଦ୍ୟ ପାନ ଓ ଭିଡ଼ ଜମୁଛି । ବୁଧବାର ରାତି ପ୍ରାୟ ୯ ଟା ପରେ ସେଠାରେ ମଦ୍ୟ ପାନ ରୁ ଗୁଳି ଫୁଟିଛି । ଅବଶ୍ୟ ଏଥିରେ କେହି ମୃତାହତ ହୋଇନାହାନ୍ତି । ସମ୍ଭବତ ଭୟ ସୃଷ୍ଟି କରିବା ପାଇଁ ଏହା କେବଳ ବ୍ଲାଙ୍କ ଫାଇରିଙ୍ଗ ଥିଲା ବୋଲି ଅନୁମାନ କରାଯାଉଛି । ଏ ସମ୍ପର୍କରେ ମାହାଳ ହାଟ ଫାଣ୍ଡି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ଭୟରେ କେହି ପାଟି ଖୋଲୁନାହାନ୍ତି । ମଦ ଦୋକାନ ନିକଟରେ ମଦ୍ୟପାନ କରିବା ଉପରେ ପୁଲିସ କଟକଣା କଡ଼ାକଡ଼ି କରିଥିଲେ ହୁଏତ ଏହି ଗୁଳି ଫୁଟିନଥାନ୍ତା ବୋଲି ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *