ଓଡ଼ିଶା ସମାଚାର

ବିଭିନ୍ନ ଦାବି ନେଇ ଓଡିଶା କନଷ୍ଟ୍ରକ୍ସନ ୱାକର୍ସ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ବିଭିନ୍ନ ଦାବି ନେଇ ଓଡିଶା କନଷ୍ଟ୍ରକ୍ସନ ୱାକର୍ସ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

May 19
11:58 2017

କେନ୍ଦ୍ରାପଡା, ୧୯/୦୫/୨୦୧୭(ଓଡ଼ିଶା ସମାଚାର) –ବିଭିନ୍ନ ଦାବି ନେଇ ଓଡିଶା କନଷ୍ଟ୍ରକସନ ୱାକରର୍ସ ସଂଘ ପକ୍ଷରୁ  ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦିର୍ଘ ଦିନ ଧରି କେନ୍ଦ୍ରାପଡା ଶ୍ରମ କାର୍ଯ୍ୟାଳୟରେ ପଡିରହିଥିବା ଦରଖାସ୍ତ ପଞ୍ଜିକରଣ ହେଉ ନଥିବା ଆଦି ବିଷୟକୁ ନେଇ ସଂଘ ପକ୍ଷରୁ ଏହି ଦାବିପତ୍ରରେ ଉଲ୍ଲେଖ କରାଯିବା ସହିତ ୨୦୧୫ ମସିହାରୁ ଜମା ଥିବା ଦରଖାସ୍ତ ପଞ୍ଜୀକରଣ କରାଇ ହିତାଧିକାରୀ ଙ୍କୁ ପ୍ରଦାନ ର ବ୍ୟବସ୍ଥା ଓ ବକେୟା ବେନିଫିଟ ପ୍ରଦାନ , ମୃତ୍ୟୁ ହୋଇ ଯାଇଥିବା ହିତାଧିକାରୀ ଙ୍କ ଉତରାଧିକାରିଙ୍କୁ ତଦନ୍ତ ପ୍ରକ୍ରୀୟା ଶେଷ କରି ସରକାରୀ ନିର୍ଦ୍ଧାରିତ ଅର୍ଥ ପ୍ରଦାନ କରିବା , ପଞ୍ଜୀକୃତ ଶ୍ରମିକ ମାନଙ୍କ ରେନ୍ୟୁ ରସିଦ କାଟିବାରେ ପ୍ରକ୍ରୀୟା ତ୍ୱାରାନ୍ୱିତ କରିବା ଏବଂ ଶ୍ରମ ଦପ୍ତରରୁ ହଜୁଥିବା ଡକୁମେଂଟର ଦାୟିତ୍ୱ ଶ୍ରମକାର୍ଯ୍ୟାଳୟ ଗ୍ରହଣ କରିବା ସହିତ ପଞ୍ଜୀକୃତ ଠାରୁ ବେନିଫିଟ ପ୍ରଦାନ ପର୍ଯ୍ୟନ୍ତ କେବଳ ନିର୍ଦ୍ଧିଷ୍ଟ ସଂଗଠନ ଗୁଡିକର ପ୍ରତିନିଧି ମାନଙ୍କ ଦ୍ୱାରା କରାଯାଉ । ଅଫିସ ଆଭ୍ୟାନ୍ତରେ କିଛି କର୍ମଚାରୀ ଙ୍କ ବ୍ୟବସାୟ ଓ କା୍ର୍ୟ୍ୟାଳୟ ପରିସରରେ ଦଲାଲ ମାନଙ୍କ କାର୍ଯ୍ୟକଳାପ ବନ୍ଦ କରାଯାଉ ।
ଉପରୋକ୍ତ ଦାବି ବିଷୟରେ କାର୍ଯ୍ୟକାରୀ ପଦକ୍ଷେପ ଗ୍ରହଣ କରି ଆସନ୍ତା ୨୬ ତାରିଖ ମଧ୍ୟରେ ଏହି ଦାବି ଗୁଡିକ ବିଷୟରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି । ଏହି ଦାବିପତ୍ର
ପ୍ରଦାନ ସମୟରେ ଖଗେଶ୍ୱର ପ୍ରଧାନ , ଗୟାଧର ଧଳ, ଉମେଶ ଚନ୍ଦ୍ର ସିଂ, ରମେଶ ମଲ୍ଲିକ, ଅର୍ଜୁନ ଚରଣ ମଣ୍ଡଳ, ଗୌତମ ମଣ୍ଡଳ, ଅସିତ କୁମାର ପରିଡା, ଅମୁଲ୍ୟ ତରାଇ, ନିରାକାର ସାହୁ, ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

four × 3 =