ଓଡ଼ିଶା ସମାଚାର

ଭିଜିଲାନ୍ସର ବିଳମ୍ବିତ ଓ ଦୁର୍ବଳ ତଦନ୍ତ ବିରୁଦ୍ଧରେ ବିଜେପିର ଦାବିପତ୍ର, ଘେରାଉ ଚେତାବନୀ

ଭିଜିଲାନ୍ସର ବିଳମ୍ବିତ ଓ ଦୁର୍ବଳ ତଦନ୍ତ ବିରୁଦ୍ଧରେ ବିଜେପିର ଦାବିପତ୍ର, ଘେରାଉ ଚେତାବନୀ

May 19
09:02 2017

ଯାଜପୁର, ୧୯/୦୫/୨୦୧୭(ଓଡ଼ିଶା ସମାଚାର /ଏ.ରାଉତ)- ଯାଜପୁର ଭିଜିଲାନ୍ସ ବିଭାଗ ଧର୍ମଶାଳା ବ୍ଲକର ବିଭିନ୍ନ ମାମାଲର ତଦନ୍ତକୁ ବିଳମ୍ବିତ କରିବା ସହିତ ଦୁର୍ବଳ କରୁଥିବା ନେଇ ଜିଲା ବିଜେପି ପ୍ରଶ୍ନ ଉଠାଇବା ସହିତ ଆସନ୍ତା ଜୁନ ମାସ ସୁଦ୍ଧା ଏହି ତଦନ୍ତ ପ୍ରକ୍ରିୟାର ଚାର୍ଜସିଟ ଦାଖଲ ନହେଲେ ଦଳ ଭିଜିଲାନ୍ସ ଡିଏସପିଙ୍କ କାର୍ଯ୍ୟାଳୟକୁ ଘେରିବା ସହିତ ଅଚଳ କରିବ । ବିଜେପି ପକ୍ଷରୁ ପ୍ରଦାନ କରାଯାଇଥିବା ଅଭିଯୋଗ ଅନୁଯାୟୀ ୨୦୧୧ ମସିହା ମଇ ମାସ ୧୧ ତାରିଖରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଧର୍ମଶାଳା ବ୍ଲକ ଅଧିନ ହରିଦାସପୁର ଠାରେ ଥିବା ପରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଯାଗାରେ ବେଆଇନ ଭାବେ ଗଚ୍ଛିତଥିବା ଲୁହାପଥର ଷ୍ଟକୟାର୍ଡ ଉପରେ ଚଢାଉକରି ତାକୁ ଜବତ କରିଥିଲେ । ଏହାପରେ ଏହି କାରବାରରେ ସଂପୃକ୍ତ ଥିବା ପରିବହନ ସଂସ୍ଥା ବଳବନ୍ତରାୟ ଟ୍ରାନ୍ସପୋର୍ଟ ଓ କଳିଙ୍ଗ ଟ୍ରାନ୍ସପୋର୍ଟ ର ମୂଳାପାଳ ସ୍ଥିତ କାର୍ଯ୍ୟାଳୟ ଉପରେ ମଧ୍ୟ ଚଢାଉ କରିଥିଲେ  ଏହି ଘଟଣାକୁ ୬ ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ବିଭାଗ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।  ସେହିପରି ଗତ ୨୦୧୨ ମସିହା ମଇ ମାସ ୧୬ ତାରିଖରୁ ଉଚ୍ଚନ୍ୟାୟାଳୟଙ୍କ ନିର୍ଦେଶ ମତେ ଧର୍ମଶାଳା ତହସିଲ ଅଧିନ ସାରୋଇ ପାହାଡ ବେଆଇନ ଖନନ ମାମଲାର ତଦନ୍ତ ଭିଜିଲାନ୍ସ ବିଭାଗ କରୁଥିଲାବେଳେ ଓ ଘଟଣାକୁ ୫ ବର୍ଷ ବିତିଥିଲେ ମଧ୍ୟ ଚିହ୍ନଟ ଦୋଶୀଙ୍କ ବିରୁଦ୍ଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଳମ୍ବିତ କରିଛନ୍ତି । ଭିଜିଲାନ୍ସ ବିଭାଗର ଦୁର୍ବଳ ତଦନ୍ତ ଫଳରେ ଦୈନିକ ଏହି ଅଂଚଳରୁ ୧ କୋଟି ଟଙ୍କାର ରାଜସ୍ୱ ଲୁଟ ହେଉଥିଲାବେଳେ ବେଆଇନ ପଥର ଖାଦାନ ପାଇଁ ନିରୀହ ଶ୍ରମିକ ମୃତ୍ୟୁ ମୁଖରେ ପଡୁଛନ୍ତି । ତେଣୁ ଆସନ୍ତା ଜୁନ ମାସ ୨ ତାରିଖ ସୁଦ୍ଧା ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଜିଲା ବିଜେପି ପକ୍ଷରୁ ଭିଜିଲାନ୍ସ ଡିଏସପିଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବାକୁ ଚେତାବନୀ ଦିଆଯାଇଛି ।

ଏହି ଦାବି ପ୍ରଦାନ ସମୟରେ ଜିଲା ବିଜେପି ଉପ ସଭାପତି ସର୍ବେଶ୍ୱର ବେହୁରା, ସାଧାରଣ ସଂପାଦକ ସୁଦୀପ୍ତ କୁମାର ପଣ୍ଡା, ଜିଲା ବିଜେପି ଯୁବମୋର୍ଚ୍ଚା ସଭାପତି ସୁରଜଲାଲ ସାମଲ, ଅନ୍ୟତମ ଉପସଭାନେତ୍ରୀ ସବିତା ମିଶ୍ର, ସୁନ୍ଦରିଆ ଗ୍ରାମ ପଂଚାୟତର ସମିତି ସଭ୍ୟା ରୀତା ବେହୁରା, କମାଗଡ ସମିତିସଭ୍ୟା ଅନୁସୟା ସ୍ୱାଇଁ, ଅଭୟପୁର ସମିତିସଭ୍ୟ ହୃଷିକେଶ ରାଉତ, ସେକ୍ ସାହାବନ, ଦେବୀ ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।  ବିଜେପି ପକ୍ଷରୁ ଏହି ଦାବି ପ୍ରଦାନ ସମୟରେ ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲାବେଳେ ଜିଲା ବିଜେପି ସଭାପତି ଆଶୁତୋଷ ପରିଡା ମଧ୍ୟ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା । ଜିଲା ସଭାପତିଙ୍କ ଅନୁପସ୍ଥିତି ବିଷୟରେ ଦଳର ଅନ୍ୟ କର୍ମକର୍ତାମାନଙ୍କୁ ପଚାରିବାରୁ କୈାଣସି ସନ୍ତୋଷ ଜନକ ଉତର ଦେଇପାରିନଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

one × 5 =