“୨୮ତମ ନିମାପଡ଼ା କପ  କ୍ରିକେଟ ଟୁର୍ନାମେଣ୍ଟ” ବିଶ୍ୱଭାରତୀ କଟକ ସେମିଫାଇନାଲରେ

ନିମାପଡ଼ା, ୧୦/୦୧/୨୦୨୪ (ଓଡ଼ିଶା ସମାଚାର)-ନିମାପଡ଼ା ବାରବାଟୀ ମିନି ଷ୍ଟାଡିଅମରେ ନିମାପଡ଼ା ଆଥେଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ” ୧୨ ତମ କିଶୋରପଣ୍ଡା ମେମୋରିଆଲ ୨୮ତମ ନିମାପଡ଼ା କପ  କ୍ରିକେଟ ଟୁର୍ନାମେଣ୍ଟ” ତୃତୀୟ କ୍ଵାଟର ଫାଇନାଲ ମ୍ୟାଚ ମ୍ୟାଚରେ ବିଶ୍ଵଭାରତୀ କ୍ଲବ କଟକ ବନାମ ନିମାପଡ଼ା ଆଥେଲେଟିକ ଆସୋସିଏସନ ମଧ୍ୟରେ  ଅନୁଷ୍ଠିତ ହୋଇଥିଲା । ଆଜିର ମ୍ୟାଚରେ ନିମାପଡ଼ା ଆଥେଲେଟିକ ଆସୋସିଏସନକୁ ୨୫ ରନରେ ହରାଇ ବିଶ୍ୱଭାରତୀ କ୍ଲବ ସେମି ଫାଇନାଲରେ ପ୍ରବେଶ  କରିଛି ।  ପ୍ରଥମେ ଟସଜିତି  ବିଶ୍ୱଭାରତୀ କ୍ଲବ ବ୍ୟାଟିଂ  କରି  ନିର୍ଦ୍ଧାରିତ ୩0 ଓଭରରୁ ୨୮.୫ ଓଭର ଖେଳି ସମସ୍ତ ୱ୍ଵିକେଟ ହରାଇ ୧୫୯ ରନ ସଂଗ୍ରହ କରିଥିଲା ।  ଦଳର ପକ୍ଷରୁ ବ୍ୟାଟର ମନୀଷି ରାଉତ ୩୪ ଏବଂ ଦୀପ୍ତିରଞ୍ଜନ ସାହୁ ୨୫ ରନ ସଂଗ୍ରହ କରିଥିଲା । ପ୍ରତିପକ୍ଷ ନିମାପଡ଼ା ଆଥେଲେଟିକ ଆସୋସିଏସନ  ବୋଲର  ଅନୀଷି ପ୍ରଧାନ ୩ଟି ଏବଂ ପାର୍ଥସାରଥୀ ୨ଟି  ୱ୍ଵିକେଟ ଅକ୍ତିଆର କରିଥିଲେ । ଜବାବରେ ଦ୍ଵିତୀୟାର୍ଦ୍ଧରେ ନିମାପଡ଼ା ଆଥେଲେଟିକ ଆସୋସିଏସନ ବ୍ୟାଟିଂକରି କରି ନିର୍ଦ୍ଧାରିତ ୩0 ଓଭରରେ ମାତ୍ର ୧୨୫ ରନ କରିବାକୁ ସକ୍ଷମ ହୋଇଥିଲା । ଦଳପକ୍ଷରୁ ବ୍ୟାଟର ପାର୍ଥସାରଥୀ ୫୮ ଏବଂ ବିଶ୍ୱଜିତୀ ତ୍ରିପାଠୀ ୩0 ରନ କରିଥିଲେ ।  ପ୍ରତିପକ୍ଷ ବିଶ୍ୱଭାରତୀ କ୍ଲବ ଦଳର ବୋଲର ସାକ୍ଷାତ କୁମାର ୩ଟି ଏବଂ  ବିଜୟ ସାହୁ ୨ଟି  ୱ୍ଵିକେଟ ଅକ୍ତିଆର କରିଥିଲେ । ବିଶ୍ଵଭାରତୀ କ୍ଲବର ଖେଳାଳି ମନିସୀ ରାଉତ ଅଲରାଉଣ୍ଡର୍ସ ପ୍ରଦର୍ଶନ ପାଇଁ  ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅତିଥି ଭାବେ ଶିକ୍ଷାବିତି ସୁବ୍ରତ କୁମାର ମହାନ୍ତି,ସମାଜସେବୀ ସନ୍ତୋଷ ସାହୁ ଓ  ଆଶୁତୋଷ ରାୟ ଏବଂ ଆସୋସିଏସନ କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା ଯୋଗଦେଇ  ମ୍ୟାନ ଅଫ ଦି ମ୍ୟାଚ  ପୁରସ୍କାରଟିକୁ ପ୍ରଦାନ କରିଥିଲେ  । ଆଜିର ମ୍ୟାଚକୁ ପରିଚାଳନା କରିଥିଲେ ନିର୍ମଳ କୁମାର ମିଶ୍ର ଓ ତ୍ରିଭୁବନ ଦାଶ । ସ୍କୋରର ଦାୟିତ୍ୱରେ ରହିଥିଲେ ରୋଶନଜୀତୀ ରାୟ ଏବଂ ତନ୍ମୟ ସାହୁ l ଆସନ୍ତା କାଲି ଚତୁର୍ଥ କ୍ଵାଟର ଫାଇନାଲ ମ୍ୟାଚ ‘ ୟୁ ଆଣ୍ଡ ମି’ ବାଲେଶ୍ୱରର   ଏବଂ ରାଜିଙ୍ଗ କ୍ଲବ ରାଉଲକେଲା ମଧ୍ୟରେ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *