ଓଡ଼ିଶା ସମାଚାର

ଓଡ଼ିଶାରେ ଟାଟା ଟ୍ରଷ୍ଟ୍ସର ମ୍ୟାଲେରିଆ ଦୂରୀକରଣ କାର୍ଯ୍ୟକ୍ରମ ଆଉ ପାଦେ ଆଗରେ

ଓଡ଼ିଶାରେ ଟାଟା ଟ୍ରଷ୍ଟ୍ସର ମ୍ୟାଲେରିଆ ଦୂରୀକରଣ କାର୍ଯ୍ୟକ୍ରମ ଆଉ ପାଦେ ଆଗରେ

May 18
17:03 2017

ଭୁବନେଶ୍ୱର, ୧୮/୦୫/୨୦୧୭(ଓଡ଼ିଶା ସମାଚାର) – ନ୍ୟାସନାଲ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମ୍ୟାଲେରିଆ ରିପୋର୍ଟ ମୁତାବକ, ଭାରତର ୨୮% ମ୍ୟାଲେରିଆ ବୋଝ ଏବଂ ୨୮% ମ୍ୟାଲେରିଆ ମୃତୁ୍ୟ (୨୦୧୫) ପାଇଁ ଓଡ଼ିଶା ଉତରଦାୟୀ । ଏବେ ୨୪ ନିୟୁତ (ମୋଟ୍ ଜନସଂଖ୍ୟାର ୫୦%) ଜନସଂଖ୍ୟା ମ୍ୟାଲେରିଆ ବିପଦରେ କବଳିତ । ମ୍ୟାଲେରିଆ ଓଡ଼ିଶାର ୩୦ ଜିଲ୍ଲାରୁ ପ୍ରାୟ ୨୨ଟି ଜିଲ୍ଲାକୁ ପ୍ରଭାବିତ କରି ରଖିଛି । ଦକ୍ଷିଣ ଓଡ଼ିଶା ଏବଂ କେତେକ ଉତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ମୁଖ୍ୟତଃ ଭାବେ ପ୍ଲାଜମୋଡିୟମ୍ ଫାଲ୍ସିପରମ୍ ସ୍ପେସିଜ୍ ଦେଖିବାକୁ ମିଳୁଛି । ଓଡ଼ିଶାର ଦକ୍ଷିଣାଂଚଳ ଜିଲ୍ଲାଗୁଡ଼ିକ ମ୍ୟାଲେରିଆ ଦ୍ୱାରା ସର୍ବାଧିକ ପ୍ରଭାବିତ । ଟାଟା ଟ୍ରଷ୍ଟ୍ସ ଏବଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟରେ ସହଯୋଗିତା ଜରିଆରେ ରାଜ୍ୟରୁ ମ୍ୟାଲେରିଆ ଦୂରୀକରଣ ପାଇଁ ପଦକ୍ଷେପ ନିଆଯାଉଛି । ଏଥିପାଇଁ ସ୍ଥାନୀୟ ଅଂଚଳରୁ ମାନବ ସମ୍ବଳ ନିୟୋଜନ, ସେମାନଙ୍କର ଦକ୍ଷତା ବୃଦ୍ଧି, ସମନ୍ୱିତ ଜ୍ଞାନକୌଶଳ ସୃଜନଶୀଳତା ଏବଂ ଗବେଷଣା ମାଧ୍ୟମରେ ତଥ୍ୟ ସଂଗ୍ରହ ଭଳି କାର୍ଯ୍ୟକ୍ରମ ସହଯୋଗିତାର ପ୍ରଥମ ବର୍ଷରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଦକ୍ଷିଣ ଓଡ଼ିଶାରୁ ମ୍ୟାଲେରିଆ ମାମଲା ହ୍ରାସ ପାଇଁ ସରକାରଙ୍କ ସୁଦୃଢ଼ ପଦକ୍ଷେପ ବ୍ୟତୀତ ଏହି ଯୁଗ୍ମ ପଦକ୍ଷେପ ଏକ ଆଖିଦୃଶିଆ ମାଇଲ ଖୁନ୍ଟ ହାସଲ କରିଛି । ମ୍ୟାଲେରିଆ ଦୂରୀକରଣ ଏବଂ ଓଡ଼ିଶାର ମ୍ୟାଲେରିଆ ପ୍ରଭାବିତ ଜିଲ୍ଲାର ଲୋକମାନଙ୍କ ଜୀବନ ମାନରେ ସୁଧାର ଆଣିବାକୁ ଟାଟା ଟ୍ରଷ୍ଟ୍ସ ୨୦୧୬ ମାର୍ଚ୍ଚରେ ହୋଇଥିବା ବୁଝାମଣାପତ୍ର (ଏମ୍ଓୟୁ) ଜରିଆରେ ଦକ୍ଷିଣ ଓଡ଼ିଶାର କଳାହାଣ୍ଡି, ରାୟଗଡ଼ା ଏବଂ କନ୍ଧମାଳ ଜିଲ୍ଲାର ୬୨୫ ଗ୍ରାମର ୧.୨ ଲକ୍ଷ ଲୋକଙ୍କ ପାଖରେ ପହଂଚିଛି । ଏହି ସହଯୋଗିତା ଦ୍ୱାରା ତଦାରଖ ଏବଂ ପରିଚାଳନାରେ ସୁଧାର, ଆରାମଦାୟକ ପ୍ରତିକାର ଏବଂ ତୁରନ୍ତ ଚିକିତ୍ସା, ବାହକ ନିୟନ୍ତ୍ରଣ, କ୍ରିଏଟିଭ୍ ଯୋଗାଯୋଗ ପ୍ୟାକେଜ୍ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନୀୟ ନାଗରିକଙ୍କ ଦକ୍ଷତା ବୃଦ୍ଧି ପାଇଁ ଜ୍ଞାନକୌଶଳ ବ୍ୟବହାର କରି ଭାଗିଦାରୀ ଆଧାରିତ ସମାଧାନରେ ସହାୟକ ହୋଇଛି । ମ୍ୟାଲେରିଆ ବିଜ୍ଞାନ ଏବଂ ସହ-ସଂକ୍ରମଣ ଦିଗରେ ଗବେଷଣା ପାଇଁ ଏହି ପଦକ୍ଷେପ ଗୁରୁତ୍ୱାରୋପ କରୁଛି ।କାର୍ଯ୍ୟକ୍ରମର ସଫଳତା ପାଇଁ ଟାଟା ଟ୍ରଷ୍ଟ୍ସ ସମ୍ପୂର୍ଣ୍ଣ ପ୍ରକଳ୍ପ ପରିଚାଳନା ୟୁନିଟ୍ ନିଯୁକ୍ତ କରିବା ସହ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛି । ମ୍ୟାଲେରିଆ ସମ୍ପର୍କିତ ସୂଚନା ପରିଚାଳନା ଏବଂ ନୂଆ ନିଦାନ ଅଭିଜ୍ଞତା ପାଇଁ ଟାଟା ଟ୍ରଷ୍ଟ୍ସ ଜ୍ଞାନକୌଶଳର ବ୍ୟବହାର କରୁଛି । ଟାଟା ଟ୍ରଷ୍ଟ୍ସ ଏକ ସମ୍ପୂର୍ଣ୍ଣ ଯୋଗାଯୋଗ ପ୍ୟାକେଜ ବିକାଶ କରିଛି ଏବଂ ଗଣ ସଚେତନତା ପାଇଁ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛି । ଏହି ୩ ଜିଲ୍ଲାରେ ମ୍ୟାଲେରିଆ ପାଇଁ ପ୍ରତି ଗ୍ରାମବାସୀଙ୍କ ସ୍କ୍ରିନିଂ ସହ ଏକ ସବିଶେଷ ବେସ୍ଲାଇନ୍ ଷ୍ଟଡି ଆରମ୍ଭ ହୋଇଛି । ଟାଟା ଟ୍ରଷ୍ଟ୍ସ ବିଶ୍ୱାସ କରେ ଯେ ଜ୍ଞାନକୌଶଳ ଏକ ଗେମ୍ ଚେର ଏବଂ ଏହା ମ୍ୟାଲେରିଆ ବିରୋଧୀ ସଂଗ୍ରାମ ପାଇଁ ପର୍ଯ୍ୟାପ୍ତ ଦକ୍ଷତା ରଖିଛି । ଉତମ ମାନର ତଥ୍ୟ ଅଭାବରୁ କମୁ୍ୟନିଟି ଏବଂ ବ୍ଲକ୍ ସ୍ତରରେ ମ୍ୟାଲେରିଆ ସମ୍ପର୍କିତ ସୂଚନା ବ୍ୟବସ୍ଥା ସ୍ଥାପନ ପାଇଁ ପଦକ୍ଷେପ ନିଆଯାଉଛି ଯାହାକି ଆଗଧାଡ଼ିର ହେଲ୍ଥ କ୍ୟାଡରଙ୍କୁ ଟ୍ୟାବ୍ ଜରିଆରେ ତଥ୍ୟ ସଂଗ୍ରହରେ ସହାୟକ ହେବ ଏବଂ ପ୍ରଶାସନକୁ ଏକ ସଫ୍ଟୱେର ପ୍ଲାଟ୍ଫର୍ମ ଜରିଆରେ ରିପୋର୍ଟ କରିବାର ସୁଯୋଗ ଦେବ । ଏହାବ୍ୟତୀତ ଲୋକମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟରେ ସେମାନେ ଶିକ୍ଷା ପ୍ରଦାନ କରିପାରିବେ । ସେହିଭଳି ଏହି ତଥ୍ୟକୁ ସରକାରୀ ଡାଟାବେସ୍ ସହ ଯୋଡ଼ିବାକୁ ମଧ୍ୟ ପରିକଳ୍ପନା କରାଯାଇଛି । ଏହାଦ୍ୱାରା ମ୍ୟାଲେରିଆ ତଦାରଖ ଏବଂ ତଥ୍ୟର ଗୁଣବତାରେ ବ୍ୟାପକ ପରିବର୍ତନ ହୋଇପାରିବ ।ଏକ ଶସ୍ତା ଏବଂ ଉତମ ମାନର ନିଦାନ ଟୁଲ୍ ଆଣିବା ପାଇଁ ଟାଟା ଟ୍ରଷ୍ଟ୍ସ ସରକାରଙ୍କୁ ସହଯୋଗ କରୁଛି । ଏହି ଟୁଲ୍ ଜରିଆରେ ହାତ ପାହାନ୍ତାରେ ବିନା କୌଣସି ବିଳମ୍ବରେ ଉଚ୍ଚ ସମ୍ବେଦନଶୀଳତାର ସହ ମ୍ୟାଲେରିଆ ଚିହ୍ନଟ କରାଯାଇପାରିବ । କମୁ୍ୟନିଟିଗୁଡ଼ିକୁ ଜ୍ଞାନ ଓ ଦକ୍ଷତା ଦ୍ୱାରା ସଶକ୍ତ କରିବା ଦିଗରେ ଗୁରୁତ୍ୱାରୋପ କରି ଟାଟା ଟ୍ରଷ୍ଟ୍ସ, ରାଜ୍ୟ ବାହକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସହ ଭାଗିଦାରିତାରେ ଗ୍ରାମ୍ୟ ସ୍ଥାସ୍ଥ୍ୟ ସ୍ୱେଚ୍ଛାସେବୀ, ଆଶା, କ୍ଲଷ୍ଟର ସଂଯୋଜକ, ବ୍ଲକ୍ ଓ ଜିଲ୍ଲା ସଂଯୋଜକମାନଙ୍କ ଦକ୍ଷତା ବଢ଼ାଇବା ଦିଗରେ କାର୍ଯ୍ୟ କରୁଛି । ଗବେଷଣା ପରେ କର୍ମଶାଳା ଏବଂ କମୁ୍ୟନିଟି ମତାମତ ଆଧାରରେ ଏକ ଯୋଗାଯୋଗ ଅଭିଯାନ ବିକଶିତ ହୋଇଛି, ଯାହାକି ମ୍ୟାଲେରିଆ ଏବଂ ଏହାର ପ୍ରାଦୁର୍ଭାବ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିବ । ଏନେଇ ଟାଟା ଟ୍ରଷ୍ଟ୍ସ ସ୍ଥାନୀୟ ପ୍ରତିଭାଙ୍କୁ ନିଯୁକ୍ତି ପ୍ରଦାନ କରି ଏକ ଯୋଗାଯୋଗ ପ୍ୟାକେଜ୍ ଆରମ୍ଭ କରିଛି ଏବଂ ସ୍ଥାନୀୟ ଭାଷା, ସଂସ୍କୃତି ଓ ସ୍ୱାଦରେ ଏହାକୁ ବୁଝାଇ ଦକ୍ଷିଣ ଓଡ଼ିଶା ଓ ସାରା ରାଜ୍ୟର ମ୍ୟାଲେରିଆ ପ୍ରଭାବିତ ଲୋକଙ୍କ ପାଖରେ ପହଂଚିବାର ବ୍ୟବସ୍ଥା କରିଛି । ଗତ ୧୦ ବର୍ଷ ହେଲା ଟାଟା ଟ୍ରଷ୍ଟ୍ସ ଓଡ଼ିଶା ବିଭିନ୍ନ ସଂସ୍ଥା ଯଥା ବିଷମକଟକ ଖ୍ରୀଷ୍ଟିଆନ୍ ହସ୍ପିଟାଲ, ଦାପ୍ତା, ଫାର୍, ସ୍ୱାସ୍ଥ୍ୟ ସ୍ୱରାଜ ଏବଂ ଓଭ୍ହା ସହ ଭାଗିଦାରିତା କରି ଦକ୍ଷିଣ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ବିକାଶ ମୁଖ୍ୟତଃ ଭାବେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରୁଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

18 + 7 =