ଓଡ଼ିଶା ସମାଚାର

ବିଜେପି ରାଜ୍ୟ ଅନୁସୁଚ୍ଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଂପାଦକ ଓ ରାଜ୍ୟ ସଂଯୋଜକ ନାମ ଘୋଷଣା

ବିଜେପି ରାଜ୍ୟ ଅନୁସୁଚ୍ଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଂପାଦକ ଓ ରାଜ୍ୟ ସଂଯୋଜକ ନାମ ଘୋଷଣା

May 18
10:49 2017

ଭୁବନେଶ୍ୱର, ୧୮/୦୫/୨୦୧୭(ଓଡ଼ିଶା ସମାଚାର) – ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ଗୋବିନ୍ଦ ଦାସଙ୍କ ଅନୁମୋଦନ କ୍ରମେ ହେମନ୍ତ କୁମାର ସାହୁଙ୍କୁ ରାଜ୍ୟ ସଂପାଦକ ଏବଂ ଧିରେନ୍ଦ୍ର କୁମାର ମଲ୍ଲିକଙ୍କୁ ରାଜ୍ୟ ସଂଯୋଜକ ଭାବେ ସାମିଲ କରାଯାଇଛି । ରାଜ୍ୟ କାର୍ଯ୍ୟାଳୟରେ ମୋର୍ଚ୍ଚାର ରାଜ୍ୟ ପଦାଧିକାରିଙ୍କ ବୈଠକ ସଭାପତି ଶ୍ରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରତ୍ୟେକ ଜିଲ୍ଲାର ସାଂଗଠାନିକ ସ୍ଥିତି ବିଷୟରେ ଆଲୋଚନା ହୋଇ ଆଗାମୀ ତିନି ମାସ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଅଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ମୋର୍ଚ୍ଚା ପ୍ରଭାରୀ ତଥା ରାଜ୍ୟ ବିଜେପି ସଂପାଦକ ଦିଲୀପ ମଲ୍ଲିକ, ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁଶାନ୍ତ କୁମାର ମଲ୍ଲିକ, ଉପ ସଭାପତି ଭାଗିରଥୀ ସେଠୀ, ନରେନ୍ଦ୍ର ନାୟକ, ଲିଂଗରାଜ ମହାନନ୍ଦ, ସଂପାଦକ ଅଜୟ ଭୋଇ, ଜଲନ୍ଦର ଖିଲ, କୋଷାଧ୍ୟକ୍ଷ ବୃନ୍ଦାବନ ଦାସ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ନାଏକ, କୁଞ୍ଜ ମୋହନ ସେଠୀ, ସୁଧାଂଶୁ ଡାଙ୍ଗ, ମନୋଜ ବେହେରା, ଚନ୍ଦନ ସ୍ୱରାଜ ଏବଂ ଲଳିତ ମଗର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

20 − sixteen =