ଓଡ଼ିଶା ସମାଚାର

ହାଉସିଂ ବୋର୍ଡ ଅଧ୍ୟକ୍ଷ କିଏ ହେବ ? ଚର୍ଚ୍ଚା . .

ହାଉସିଂ ବୋର୍ଡ ଅଧ୍ୟକ୍ଷ କିଏ ହେବ ? ଚର୍ଚ୍ଚା . .

May 18
06:59 2017

କେନ୍ଦ୍ରାପଡ଼ା ୧୮/୦୫/୨୦୧୭(ଓଡ଼ିଶା ସମାଚାର) –ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ରେ ଯୁବ ମନ୍ତ୍ରୀଙ୍କୁ ବାଦ୍ ଦିଆଯିବା ନେଇ ବିଜେଡିରେ ଅସନ୍ତୋଷ ର ଝଡ ସୃଷ୍ଟି ହୋଇଛି । ଯୁବ ବିଧାୟକ  ଙ୍କୁ ମନ୍ତ୍ରୀପଦରୁ  ହଟାଇ ଦଆଯାଇ ସେମାନଙ୍କୁ  ଦିଆଯାଇଛି ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ । ତେବେ ପୁଣିଥରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୟସ୍କ ଓ ମଧ୍ୟ ବୟସ୍କ ବିଧାୟକଙ୍କୁ ଦେଇଛନ୍ତି ମନ୍ତ୍ରୀପଦ । ଦଳରେ ବିଭିନ୍ନ କାରଣକୁ ନେଇ ଅସନ୍ତୋଷ  ଲାଗିରହିଥିବା ବେଳେ ଏହାକୁ ନବୀନ ସଜାଡିବାକୁ ଯାଇ କଲେ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ଏହାପରେ ପରିସ୍ଥିତି ଅଧିକ ସଙ୍ଗୀନ ହୋଇପଡିଛି । ପୂର୍ବରୁ କୁହୁଳୁଥିବା ନିଆଁ  ଧିରେ ଧିରେ ଜଳିବାକୁ ଆରମ୍ଭ କଲାଣି । ଏହି ମନ୍ତ୍ରୀମଣ୍ଡଳ ଅଦଳବଦଳରେ କେନ୍ଦ୍ରାପଡ଼ା ଜିଲ୍ଲାରେ କାହାକୁ ମିଳିପାରିଲା ନାହିଁ ମନ୍ତ୍ରୀ ପଦ ଯାହା ଫଳରେ ମନ୍ତ୍ରୀପଡା ମନ୍ତ୍ରୀଶୂନ୍ୟ ହେବା ସହ ଜିଲ୍ଲାବାସୀ ଙ୍କୁ ଲାଗିଲା ଶକ୍ତ ଧକ୍କା । ଏେି ଜିଲ୍ଲା ବିଜୁ ବାବୁଙ୍କ ଜିଲ୍ଲା ଭାବେ ସାରା ରାଜ୍ୟରେ ଓ ଦେଶରେ ଲୋକେ ଜାଣନ୍ତି । ଖାଲି ବିଜୁ ବାବୁ ନୁହନ୍ତି ନବୀନ ବାବୁ ମଧ୍ୟ ଏହି ଜିଲ୍ଲା ର ବିକାଶ  କଥା କହି କିଛି ବି ସେପରି କାର୍ଯ୍ୟ କଲେନି । ଜିଲ୍ଲା ବାସୀ କୁହନ୍ତି ବିଜୁ ବାବୁ ଏହି ଜିଲ୍ଲା ପାଇଁ ଖ୍ୟାତି ଅର୍ଜ୍ଜନ କରିଥିବା ବେଳେ ନବୀନ ବାବୁ ମଧ୍ୟ କେନ୍ଦ୍ରାପଡ଼ା କୁ ନେଇ  ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହେବା ସହ ଏକ ନମ୍ବର ମୁଖ୍ୟ ମନ୍ତ୍ରୀର ଆଖ୍ୟା ପାଇଛନ୍ତି । ହେଲେ ଜିଲ୍ଲାବାସୀଙ୍କ ପାଇଁ କଣ କରିଛନ୍ତି ବୋଲି ସାଧାାରଣ ଲୋକେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ତେବେ ସେ ଯାହା ହେଉ ଜିଲ୍ଲାରୁ କାହାକୁ ମନ୍ତ୍ରୀ ପଦ ନଦେଲେ ନାହିଁ, ଆଳିର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ରାଜ୍ୟ ସଭାକୁ ପଠାଇ  ଦେବା ପରେ, ଏହି ପଦବି ପାଇଁ ଅନେକ ଆଶାୟୀ ରହିଥିବା ବେଳେ ପ୍ରତାପଙ୍କୁ ମିଳିଲା ରାଜ୍ୟସଭା  ସଦସ୍ୟ ର ପଦ । ସେହିପରି ଏବେ ହାଉସିଂବୋର୍ଡ ପାଇଁ ଜୋର ଦାର ଚର୍ଚ୍ଚା ହେଉଛି । କିଏ ହେବ ହାଉସିଂ ବୋର୍ଡ ଅଧ୍ୟକ୍ଷ ଏ ନେଇ ସାରା ରାଜ୍ୟ  କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡିର ବରିଷ୍ଠ  ନେତା ତଥା ପୂର୍ବତନ ବ୍ଲକ ଚେୟାର ମେନ୍  ପ୍ରଦିପ୍ତ ମହାନ୍ତି ପୀର ଭାଇ । ସେହିପରି କେନ୍ଦ୍ରାପଡ଼ା ମୁନିସିପାଲଟି ପୂର୍ବତନ ଚେୟାର ମେନ୍ ଧିରେନ କୁମାର ସାହୁଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି । ବର୍ତମାନ ବିଜେଡିରେ ଯେଉଁଭଳି ଭାବେ ଅସନ୍ତୋଷ ଦିନକୁ ଦିନ ବଢି ବଢି ଚାଲିଛି । ସେପଟେ ବିରୋଧୀ ବିଜେପି ଧିରେ ଧିରେ ସକ୍ରିୟ ହେବା ସହ ୨୦୧୯ ନିର୍ବାଚନ ପାଇଁ  ବ୍ଲକୁ ପ୍ରିନ୍ଟ ପ୍ରସ୍ତୁତ କରିସାରିଛି ତାହାକୁ ଦୃଷ୍ଟି ରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରେ  ବଢୁଥିବା କନ୍ଦଳକୁ ଚାପିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଜିଲ୍ଲାରୁ  କାହାକୁ ନା କାହାକୁ ଥଇଥାନ କରାଯିବାର ବ୍ୟବସ୍ଥା ପର୍ବ ଆରମ୍ଭ ହୋଇଥିବା ବେଳେ କେନ୍ଦ୍ରାପଡ଼ାଜିଲ୍ଲାରେ ଏହି ଦୁଇ ଟାଣୁଆ ନେତା ପୀର ଆଉ ଧିର କୁ ନେଇ  ହାଉସିଂ ବୋର୍ଡ ଅଧ୍ୟକ୍ଷ ପଦ ମିଳିବ ବୋଲି ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ଦେଖାଯାଉ ବିଜେଡି ସୁପ୍ରିମୋ ଜିଲ୍ଲାରେ କାହାକୁ ଏହି ପଦ ଦେଉଛି ନା ଅନ୍ୟ ଜିଲ୍ଲାରେ କାହା ମୁଣ୍ଡରେ ହାତି ସୁନା କଳସ ଢାଳୁଛି ତାହା ସମୟ କହିବ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

10 + nine =