ଲକ୍ଷ୍ମୀପୁର ରେ ୫- ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍

ଲକ୍ଷ୍ମୀପୁର,୦୯/୦୧/୨୦୨ ୪ (ଓଡ଼ିଶା ସମାଚାର/ ପ୍ରମୋଦ ଜେନା)-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେ ଲୋକଙ୍କ ଅଭିଯୋଗ ଶୁଣିବାକୁ ଆଜି ପାଦ ଦେଇଛନ୍ତି ୫- ଟି ଅଧ୍ୟକ୍ଷ  ଭି.କେ ପାଣ୍ଡିଆନ୍। ଶ୍ରୀଯୁକ୍ତ ପାଣ୍ଡିଆନ୍ ସ୍ବତନ୍ତ୍ର ହେଲିକପ୍ଟର ରେ ଆସି ଅପରାହ୍ନ ତିନିଟା ବେଳେ ସ୍ଥାନୀୟ  ବିଏସଏଫ କ୍ୟାମ୍ପ ପାଖରେ ଓହ୍ଲାଇଥିଲେ। ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, କୋରାପୁଟ ବିଧାୟକ ରଘୁ ରାମ ପାଡାଲ, ସୁନାବେଡ଼ା ପୌରାଧ୍ୟକ୍ଷ ରାଜେନ୍ଦ୍ର ପାତ୍ର, କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଙ୍କ ସମେତ ଦଳୀୟ କିଛି ନେତା ଶ୍ରୀଯୁକ୍ତ ପାଣ୍ଡିଆନ୍  ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ପରେ ସେଠାରୁ ସ୍ବତନ୍ତ୍ର କାର ଯୋଗେ ସିଧା ଜାଇ ମିନି ଷ୍ଟାଡିୟମ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ। ସେଠାରେ ୫- ଟି ଅଧ୍ୟକ୍ଷ  ଶ୍ରୀଯୁକ୍ତ ପାଣ୍ଡିଆନ୍  ପହଁଚିବା କ୍ଷଣି ବିଜେଡ଼ି ଜିନ୍ଦାବାଦ ଧ୍ୱନୀରେ ଅଞ୍ଚଳ କମ୍ପି ଉଠିଥିଲା।

ତାଙ୍କର ଏହି ଗସ୍ତ ସମୟରେ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର କୁଲେସିକା, ପୂର୍ବତନ ସାଂସଦ ଝିନ ହିକକା, ଅବଜରର୍ଭର ସୁନିଲ ମହାନ୍ତିଙ୍କ ସମେତ ବହୁ ସଂଖ୍ୟାରେ ଛୋଟ ବଡ ନେତା ଯୋଗ ଦେଇଥିଲେ। ହଜାର ହଜାର ଲୋକଙ୍କ ସମାଗମ ଦେଖି ଶ୍ରୀଯୁକ୍ତ ପାଣ୍ଡିଆନ ଖୁସି ବ୍ୟକ୍ତ କରିବା ସହ ଲୋକଙ୍କ ନିକଟ ତର ହୋଇ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। କୋରାପୁଟ ଜିଲ୍ଲାକୁ ଗତ ମାସକ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୪୦୦ କୋଟି ଟଙ୍କାର ପ୍ରକୋଳ୍ପ ମଂଜୁର କରିଥିବା ବେଳେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି କୁ ୧୨୫କୋଟି ଟଙ୍କା ର ପ୍ରକଳ୍ପ ମଂଜୁର ହୋଇଥିବା ମଧ୍ୟ ପ୍ରକାଶ କରିଥିଲେ। ହେଲେ ଅଞ୍ଚଳରେ ଏତେ ଅଭିଯୋଗ ଥାଇବି ଲୋକେ ବର୍ଷକୁ ଦୁଇ ଥର ହେଉଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ୟ୍ୟକ୍ରମ ପରିବର୍ତ୍ତେ ଆଜି ପାଣ୍ଡିଆନଙ୍କ ଅଭିଯୋଗ ଶୁଣାଣିକୁ ଅଧିକ ଗୁରୁତ୍ବ ଦେଇଥିବା ଦେଖିବାକୁ ମିଳିଥିଲା। ବସ୍ତା ବସ୍ତା ଅଭିଯୋଗ ଆସିଥିଲା ବେଳେ ସମୟ ଅଭାବରୁ ଶ୍ରୀଯୁକ୍ତ ପାଣ୍ଡିଆନ ଅଭିଯୋଗ ଗ୍ରହଣ ନକରିପାରି ଲକ୍ଷ୍ମୀପୁର ବ୍ଲକ୍ ପ୍ରଶାସନକୁ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ  କରିବାକୁ ଦାୟିତ୍ଵ ଦେଇଥିଲେ।

ଆଜିର ଅଭିଯୋଗ ମଧ୍ୟରେ ମନ୍ଦିର,ମସଜିଦ ଓ ଚର୍ଚ୍ଚ ବିଷୟକୁ ନେଇ ଆସିଥିବା ଅଭିଯୋଗ ତୁରନ୍ତ ଶୁଣାଯିବ କିନ୍ତୁ ଆବାସ ଯୋଜନାକୁ ନେଇ ଆସିଥିବା ଅଭିଯୋଗ ନିୟମ ମୁତାବକ କାର୍ୟ୍ୟକାରୀ ହେବ ବୋଲି ଅଧ୍ୟକ୍ଷ କହିଥିଲେ।ପାଣ୍ଡିଆନ ଙ୍କ ଗସ୍ତ କୁ ଦୃଷ୍ଟି ରେ ରଖି ଜିଲ୍ଲା ପୋଲିସ ତରଫରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଛଅ ପ୍ଲାଟୁନ ପୋଲିସ୍  ମୁତୟନ କରାଯାଇଥିଲା।ଏହି କର୍ୟ୍ୟମକୁ ପାର୍ଥ ସାରଥି ମହାପାତ୍ର ଆୟୋଜନ କରିଥିଲେ।

Leave a Reply

Your email address will not be published. Required fields are marked *