ଓଡ଼ିଶା ସମାଚାର

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ୨୨ରେ

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ୨୨ରେ

May 17
10:10 2017

 ଭୁବନେଶ୍ୱର, ୧୭/୦୫/୨୦୧୭(ଓଡ଼ିଶା ସମାଚାର) –  ବାରିପଦାରେ ଅନୁଷ୍ଠିତ ହେବ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ । ଏଥିରେ ଦଳର ବହୁ ବରିଷ୍ଠ ନେତା ଯୋଗ ଦେବେ ଏବଂ ଜାତୀୟ କାର୍ଯ୍ୟକାରିଣୀରେ ଆଲୋଚିତ ହୋଇଥିବା ପ୍ରସଙ୍ଗ ଓ ରାଜ୍ୟ ସଙ୍ଗଠନ ଉପରେ ଦିଆଯାଇଥିବା ଦାୟିତ୍ୱ ସମ୍ପର୍କରେ ବିଚାରବିମର୍ଶ ହେବ । ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ସ୍ୱାଭାବିକ ଭାବରେ ଜାତୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବା ପରେ ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୁଏ । ଜାତୀୟ ବୈଠକରେ ଯେଉଁ ନିଷ୍ପତି ନିଆଯାଇଥାଏ, ସେ ସମ୍ପର୍କରେ ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟମାନଙ୍କୁ ଅବଗତ କରାଯାଇ ତଦନୁସାରେ କାର୍ଯପନ୍ଥା ନିର୍ଣ୍ଣୟ କରାଯାଇଥାଏ । ଏହି କ୍ରମରେ ବାରିପଦାରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଓଡ଼ିଶାରେ ବିଜେପି ଜିଲା ପରିଷଦ ନିର୍ବାଚନରେ ସଫଳତା ପାଇଥିଲେ ମଧ୍ୟ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନରେ ଆଶାନୁରୂପ ପ୍ରଦର୍ଶନ କରିବାରେ ବ୍ୟର୍ଥ ହୋଇଛି । ୩୧୪ ବ୍ଲକରୁ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ହୋଇଥିବା ୩୦୭ଟି ବ୍ଲକ ମଧ୍ୟରୁ ବିଜେଡ଼ି ସମର୍ଥିତ ପ୍ରାର୍ଥୀମାନେ ୨୨୦ଟି ବ୍ଲକରେ ଅଧ୍ୟକ୍ଷ ପଦ ଦଖଲ କରିଛନ୍ତି । ସେହିପରି କଂଗ୍ରେସ ସମର୍ଥିତ ପ୍ରାର୍ଥୀ ୪୦ରୁ ଊଦ୍ଧ୍ୱର୍ ବ୍ଲକରେ ବିଜୟୀ ହୋଇଥିବାବେଳେ ବିଜେପି ସଂଖ୍ୟା ୩୦ ତଳକୁ ଖସିଛି । ଯାହା କି ଦଳର ଚିହ୍ନର ବିଜୟକୁ ପ୍ରମାଣିତ କରିଛି, କିନ୍ତୁ ଦଳ ସମର୍ଥିତ ପ୍ରାର୍ଥୀଙ୍କ ପ୍ରତି ଜନ ସମର୍ଥନ ମିଳି ନ ଥିବା ସ୍ପଷ୍ଟ ହୋଇଛି । ଏହି କ୍ରମରେ କାର୍ଯ୍ୟକାରିଣୀରେ ତଳସ୍ତରର ଲୋକଙ୍କ ପାଖରେ ଦଳକୁ ପହଂଚାଇବା ଏବଂ ବୁଥସ୍ତରରୁ ବିଜେପି ପ୍ରତି ଲୋକଙ୍କ ଆକର୍ଷଣ ବୃଦ୍ଧି ପାଇଁ କାର୍ଯ୍ୟକାରିଣୀରେ ଚିଠା ପ୍ରସ୍ତାବ ଗୃହୀତ ହେବ । ଏହି କାର୍ଯ୍ୟକାରିଣୀରେ ଦଳର ରାଜ୍ୟ ସଭାପତି, ବିଧାୟକ ଦଳ ନେତା, ଦଳୀୟ ପଦାଧିକାରୀ, ବିଧାୟକ, ବିଭିନ୍ନ ଜିଲାର ସଭାପତି, ଛାମୁଆ ସଙ୍ଗଠନର କର୍ମକର୍ତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

19 − fourteen =