ଓଡ଼ିଶା ସମାଚାର

ଯୁବ ଅଧିକାର ସମାବେଶ ବେଳେ କଂଗ୍ରେସ କର୍ମୀ- ପୋଲିସ୍ ଧସ୍ତାଧସ୍ତ

ଯୁବ ଅଧିକାର ସମାବେଶ ବେଳେ କଂଗ୍ରେସ କର୍ମୀ- ପୋଲିସ୍ ଧସ୍ତାଧସ୍ତ

May 17
10:06 2017

ଭୁବନେଶ୍ୱର, ୧୭/୦୫/୨୦୧୭(ଓଡ଼ିଶା ସମାଚାର) –  ଯୁବ କଂଗ୍ରେସର ଯୁବ ଅଧିକାର ସମାବେଶ ବେଳେ କର୍ମୀ ଓ – ପୋଲିସ୍ ଧସ୍ତାଧସ୍ତି ହୋଇଛନ୍ତି  । ପୋଲିସ୍ କିଛି ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ବହୁ କଂଗ୍ରେସ ଓ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି  । ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁବ ସମାଜଙ୍କ ପ୍ରତି ଉଦାସୀନତା ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଲୋୟର ପିଏମ୍ଜି ଠାରେ ଯୁବ ଅଧିକାର ସମାବେଶ ଆୟୋଜିତ ହୋଇଥିଲା  । ଏଥିରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଅମରିନ୍ଦର ସିଂ ରାଜାବ୍ରାର ଯୋଗ ଦେଇଥିଲେ  । ଏହା ବ୍ୟତୀତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଶତାଧିକ ଯୁବ କଂଗ୍ରେସ କର୍ମୀ ବାଇକ୍ ର୍ୟାଲିରେ ଆସି ଲୋୟର ପିଏମ୍ଜି ଠାରେ ସମବେତ ହୋଇ କେନ୍ଦ୍ର ଓ ରାଜ୍ୟ ବିରୋଧୀ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ବହୁ କଂଗ୍ରେସ ନେତା ମଧ୍ୟ ଯୋଗ ଦେଇଥିଲେ  । ତେବେ ସମାବେଶ ଶେଷ ଆଡକୁ କର୍ମୀ ମାନେ ଏକତ୍ର ବିଧାନସଭା ଆଡକୁ ଯିବାବେଳେ ପୋଲିସ୍ ସେମାନଙ୍କୁ ବାଧା ଦେଇଥିଲା  । ମାତ୍ର କର୍ମୀ ମାନେ ପୋଲିସ୍ ବ୍ୟାରିକେଟ୍ ହେଉଁ ବିଧାନସଭା ଆଡକୁ ଅଗ୍ରସର ହୋଇଥିଲେ  । ଫଳରେ ଠେଲାପେଲା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମାବେଶରେ ଶ୍ରୀବ୍ରାର ତାଙ୍କ ଉଦ୍ବୋଧନରେ କହିଥିଲେ ଯେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ ୍ରମୋଦିଙ୍କ ମଧ୍ୟରେ ଭିତିରି ବୁଝାମଣା ରହିଛି । ସିବିଆଇ ତଦନ୍ତରୁ ରକ୍ଷା ପାଇବା ପାଇଁ ମୋଦିଙ୍କ ପାଖରେ ନବୀନ ଶରଣ ପସିଛନ୍ତି । ମୋଦିଙ୍କ ଚାପ ଫଳରେ ଓଡ଼ିଶାରେ ସିବିଆଇ ଦ୍ୱାରା ଚିଟ୍ଫଣ୍ଡ ତଦନ୍ତ ଶିଥିଳ ପଡ଼ିଯାଇଛି । ଯାହା ଫଳରେ ରାଜ୍ୟ ସରକାର ଓଡ଼ିଶାର ନ୍ୟାର୍ଯ୍ୟ ଦାବି କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନ କରିବାରେ ଅକ୍ଷମ ହେଉଛନ୍ତି । ବେକାରୀ ସମସ୍ୟା ପ୍ରତି ଉଦାସୀନ ରାଜ୍ୟର ବିଜେଡ଼ି ସରକାର ଓ କେନ୍ଦ୍ରର ବିଜେପି ସରକାର ବିରୁଦ୍ଧରେ ପ୍ରତି ପଂଚାୟତରୁ ବିପ୍ଳବ କରିବାକୁ ଓଡ଼ିଶାର ଯୁବ ସମାଜକୁ ଶ୍ରୀ ବ୍ରାର ଆହ୍ୱାନ ଦେଇଛନ୍ତି । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀଲୋକନାଥ ମହାରଥି କହିଲେ ଯେ, ବିଜେଡ଼ି ସାଙ୍ଗରେ ୯ବର୍ଷ ଶାସନରେ ଭାଗୁଆଳି ହୋଇ ବିଜେପି ଦଳ ଆଜି ଦୁର୍ନୀତି ଓ ଅପାରଗତାର ଅଠା କେବଳ ବିଜେଡ଼ି ମୁଣ୍ଡରେ ବୋଳି ଦେଉଛି । ମୋଦିଙ୍କର ବର୍ଷକୁ ୧ କୋଟି ଓ ନବୀନଙ୍କର ବର୍ଷକୁ ୧ ଲକ୍ଷ ନିଯୁକ୍ତି ସ୍ୱପ୍ନ କେବଳ ନିର୍ବାଚନୀ ଧୂଆଁବାଣ ଥିଲା । ଓଡ଼ିଶାର ଯୁବ ସମାଜକୁ ମୋଦି ଓ ନବୀନ ବିଭ୍ରାନ୍ତ କରିଛନ୍ତି । ମିଛ କଥା କହ ିଭୋଟ ନେବାପରେ ଯୁବ ସମାଜର ସ୍ୱାର୍ଥକୁ ଭୁଲି ଯାଇଛନ୍ତି । ଯୁବ କଂଗ୍ରେସ ଓଡ଼ିଶାରବିଭିନ୍ନ ପ୍ରାନ୍ତରେ ମୋଦି ଓ ନବୀନ ସରକାରଙ୍କ ଯୁବ ବିରୋଧି ନୀତିବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ କରିବ । ପ୍ରତାରିତ ଯୁବସମାଜକୁଏକତ୍ରିତ କରାଯାଇ ରାଜରାସ୍ତାରେ ସରକାର ବିରୁଦ୍ଧରେ ଲଢ଼େଇ ହେବ ।ସେହିପରି ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଲେ ଯେ,ବେକାରୀ ସମସ୍ୟା ବିରୁଦ୍ଧରେ ଯୁବ କଂଗ୍ରେସର ଆନ୍ଦୋଳନକୁତୀବ୍ରତରକରାଯିବ । ଯୁବକ ମାନଙ୍କୁ ଭୂଆଁ ବୁଲାଇଥିବା ବିଜେଡ଼ି ଓ ବିଜେପି ସରକାରର ପତନ ପାଇଁ ଯୁବସମାଜ ଅଂଟା ଭିଡ଼ିବାକୁ ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସ ସଂପାଦକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଜୟଦେବ ଜେନା, ଶରତ ପଟ୍ଟନାୟକ, ଭକ୍ତଚରଣ ଦାସ, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ଦେବାଶିଷ ପଟ୍ଟନାୟକ, ସଂଗ୍ରାମ କେଶରୀ ଜେନା, ଶିବାନନ୍ଦ ରାୟ, ସମୀର କୁମାର ରାଉତରାୟ, ଶରତ ରାଉତ, ଗୁରୁପଦ ନନ୍ଦ, ଗଣେଶ୍ୱର ବେହେରା, ପ୍ରଦୀପ ମାଝୀ, ଶ୍ରୀମତୀ ସସ୍ମିତା ବେହେରା, ସୁଲୋଚନା ଦାସ ପ୍ରମୁଖ ବେକାରୀ ସମସ୍ୟା ନିୟନ୍ତ୍ରଣରେ ବିଫଳ ନବୀନ ସରକାର ଓ ମୋଦି ସରକାରର କଟୁ ସମାଲୋଚନା କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

4 × five =