ଓଡ଼ିଶା ସମାଚାର

ଆଗକୁ ବହୁ ନେତା ବିଜେପିରେ ମିଶିବେ : ଜୁଏଲ ଓରାମ

ଆଗକୁ ବହୁ ନେତା ବିଜେପିରେ ମିଶିବେ : ଜୁଏଲ ଓରାମ

ଆଗକୁ ବହୁ ନେତା ବିଜେପିରେ ମିଶିବେ : ଜୁଏଲ ଓରାମ
May 17
10:03 2017

ଭୁବନେଶ୍ୱର, ୧୭/୦୫/୨୦୧୭(ଓଡ଼ିଶା ସମାଚାର) –  ବିଭିନ୍ନ ଦଳର ନେତା ଆମ ସହିତ ଯୋଗାଯୋଗରେ ଅଛନ୍ତି  । କିଛି ନେତା ବିଜେପିରେ ଯୋଗ ଦେଇଛନ୍ତି ଆଗକୁ ଆଉ କିଛି ଯୋଗ ଦେବେ  । ହେଲେ ସେମାନେ ଲେଙ୍ଗଡା ନା ଭଲ ତାହା କହିହେବ ନାହିଁ  । ମାତ୍ର ବିଜେପିରେ ଯୋଗ ଦେଲେ ସେମାନେ ଠିକ୍ ଠାକ୍ ହୋଇ ପାରିବେ ବୋଲି ବିଭିନ୍ନ ନେତା ବିଜେପିରେ ଯୋଗ ଦେବା ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଛନ୍ତି  । ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୯୯୫ ମସିହାରେ ଜନତା ଦଳର ଯେଉଁ ଅବସ୍ଥା ହୋଇଥିବା ଏବେ ବିଜେଡିର ଅବସ୍ଥା ସେୟା  । ବିଜେଡି ମଧ୍ୟରେ କନ୍ଦଳ ଜଳ ଜଳ ହୋଇ ଦେଖାଯାଉଛି  । ଆଦିବାସୀ ଅଂଚଳ ଉପରେ ତାଙ୍କର ଆଶା ଭରଷା ନାହିଁ  । ତେଣୁ ବିଜେଡି ସେଠାର ନେତାଙ୍କୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ଦେଲେ ନାହିଁ । ଯୁଦ୍ଧ ଆଗରୁ ଅସ୍ତ୍ର ଛାଡି ଦେବା ଭଳି ବିଜେଡି ଆଦିବାସୀ ଅଂଚଳଗୁଡିକୁ ଛାଡି ଦେଇଛି  । ଅନ୍ୟପକ୍ଷରେ ଜୁଏଲଙ୍କ ଏପରି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଶ ବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ୧୯୯୫ ଆଇ ୨୦୧୯ ପରିସ୍ଥିତି ଭିନ୍ନ ଅଟେ  । କେନ୍ଦ୍ରମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ଠିକ୍ ନୁହେଁ  । ବିଜେପି ଆଗ ନିଜ ଦଳ କଥା ବୁଝୁ  । ୨୦୧୭ରୁ ସାଧାରଣ ନିର୍ବାଚନ ସମ୍ପର୍କରେ ବୟାନବାଜୀ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି  । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

17 + 9 =