ନିରାକାରପୁରରେ ୨୩ ଟିକିଆ ହାତୀ ପଲ : ଲୋକେ ଭୟଭୀତ

ନିରାକାରପୁର, ୦୮/୦୧/୨୦୨ ୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନରେ ଦୀର୍ଘ ଦିନ ଧରି ଏଣେତେଣେ ଘୂରି ବୁଲୁଥିବା ୨୩ ଟିକିଆ ହାତୀ ପଲ କିଛି ଦିନ ତଳେ ଖୋର୍ଦ୍ଧା ବନାଞ୍ଚଳ ଅଧୀନସ୍ଥ ଧଉଳିମୁଁହ ଅଞ୍ଚଳ ରେ ପହଞ୍ଚି ଦୌରତ୍ମ୍ୟ ଆରମ୍ଭ କରି ପୁଣି ଟାଙ୍ଗୀ ବନାଞ୍ଚଳ ଫେରି ସେମାନଙ୍କ ଉତ୍ପାତ ରଚୁଥିବା ବିଭିନ୍ନ ଅଞ୍ଚଳରୁ ଖବର ଆସୁଛି। ଏହି ହାତୀ ପଲ ଭୂଷଣ୍ଡପୂର ଓ ରାମେଶ୍ବର ଜଙ୍ଗଲରେ ରହି ରାତି ହେଲେ ଜଙ୍ଗଲରୁ ବାହାରୁ ଜନବସତି ଅଞ୍ଚଳକୁ ଆସି ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଧାନ ବିଲରୁ ଧାନ କର ସରିବା ପରେ ଏବେ ହାତୀ ପଲ୍ ଗାଁ ମଧ୍ୟକୁ ପ୍ରବେଶ କରି ବିଭିନ୍ନ ଖାଦ୍ୟ, ବୃକ୍ଷ ଓ ରଖାଯାଇଥିବା ଅମଳ ଧାନ କୁ ଖାଇ ନଷ୍ଟ କରୁଛନ୍ତି। ଗତକାଲି  ଏହି ହାତୀପଲ ହରିପୁର ରେଳବାଇ ଗେଟ ନିକଟରେ ରେଳ ଧାରଣା ଅତିକ୍ରମ କରି ଗଡଖାରଦ ଗ୍ରାମର ଜଣ ଙ୍କର ପ୍ରାୟ ୪୦ ବସ୍ତା ଧାନ ଖାଇ ନଷ୍ଟ କରିବା ପରେ ସକାଳୁ ରେଳ ଧାରଣା ଅତିକ୍ରମ କରି ଜଙ୍ଗଲକୁ ପଳାଇଥିଲେ। ସେମାନେ ଦିନରେ କାଶିପୁର ଚିତ୍ରକୁଟ ପାହାଡ ଜଙ୍ଗଲରେ ଥିବାବେଳେ ସନ୍ଧ୍ୟା ବେଳେ ସେଠାରୁ ବାହାରିବ ନିରାକାରପୁର କଲେଜ ପଡିଆ ଓ ନିରାକାରପୁର ଥାନା ପଛ ପାଖରେ ରହି ବୁଲୁ ଥିବାରୁ ଅଞ୍ଚଳର ଲୋକେ ଭୟଭୀତ ହୋଇ ରହିଛନ୍ତି। ଏମାନଙ୍କୁ  ଘଉଡାଇବାକୁ ବନ ବିଭାଗ କର୍ମଚାରୀ ମାନେ ବହୁ ଚେଷ୍ଟା କରୁଥିବା ଜଣାପଡିଛି । ଉକ୍ତ ଅଞ୍ଚଳ ନିକଟବର୍ତ୍ତୀ ଖଜୁରୀପଡ଼ା, ପଦ୍ମପୁର ଓ ରାଉଲହଜ, ନିରାକାରପୁର ଅଂଚଳରେ ବନ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ଘରୁ ନ ବାହାରିବାକୁ ପ୍ରଚାର କରାଯାଉଛି।

Leave a Reply

Your email address will not be published. Required fields are marked *