ଅର୍ପଣ ରଥ ବରୀରେ ବୁଲିବା ସହ ଜଗନ୍ନାଥ ସଂସ୍କୃତି ପ୍ରସାର ପ୍ରଚାର କଲା ।  

ଯାଜପୁର,୦୮/୦୧/୨୦୨ ୪ (ଓଡ଼ିଶା ସମାଚାର /ସୁରେଶ କୁମାର କର):- ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ଶ୍ରୀଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରୁଥିବା ବେଳେ  ଆଜି ବରୀ ବ୍ଲକର ଅଲିପୁର୍, ଚନ୍ଦନପୂର୍ ଓ ଉଦୟନାଥପୂର୍ ପଞ୍ଚାୟତରେ  ଏହି ରଥ ପରିକ୍ରମା କରିଥିବା  ଦେଖିବାକୁ ମିଳିଛି।   ପଞ୍ଚାୟତ ପିଇଓ ଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତରେ ଜଗନ୍ନାଥଙ୍କ ଅର୍ପଣ ରଥ ବୁଲିବା ସହ ଗୁଆ ଓ ଚାଉଳ ସଂଗ୍ରହ କରି ଜଗନ୍ନାଥ ସଂସ୍କତିର ପ୍ରଚାର କରିଛି। ଅଲିପୂର୍ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ରଥ ପରିକ୍ରମା କରିବା ସମୟରେ ବରୀ ର ଯୁବ  ବିଜେଡି ନେତା   ବିଶ୍ଵରଞ୍ଜନ ମଲ୍ଲିକ ଓ ବରୀ ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡୀ, ସ୍ଥାନୀୟ ସରପଞ୍ଚ  ଙ୍କ ସମେତ ବହୁ ଜଗନ୍ନାଥ ପ୍ରେମୀ ଅଂଶ ଗ୍ରହଣ କରି ପ୍ରତି ଘରୁ ଗୁଆ ଓ ଚାଉଳ ସଂଗ୍ରହ କରୁଥିବାର ଦେଖିବାକୁ ମିଳିଥିଲା।

 ରଥ ପରିକ୍ରମା ସମୟରେ ଶ୍ରୀଜଗନ୍ନାଥଙ୍କ ଭଜନ କୀର୍ତ୍ତନରେ ଗାଁ ଦାଣ୍ଡ ଉତ୍ସବ ମୁଖର ହୋଇ ଉଠିଛି। ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ଗାଁ। ବରୀ ବ୍ଲକ ର ବିଭିନ୍ନ ପଞ୍ଚାୟତରେ ଅର୍ପଣ ରଥ ଦ୍ଵାରା ଅକ୍ଷତ ଓ ଗୁଆ ସଂଗ୍ରହ କାର୍ଯ୍ୟକ୍ରମ ସମୟରେ ଏଭଳି ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି।  ଅଲିପୁର୍ ପଞ୍ଚାୟତ ରାଜାତୋଟା ଯଜ୍ଞ ପଡିଆ ନିକଟସ୍ଥ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଅର୍ପଣ ରଥ ବାହାରି ଭବାନିପୁର, ଅଲିପୁର , ରାମଚନ୍ଦ୍ରପୁର ଓ ଚନ୍ଦ୍ରଶେଖରପୁର ଗ୍ରାମ ପରିକ୍ରମା କରି ଅର୍ପଣ ରଥ ରାମେଶ୍ବର ମନ୍ଦିର ନିକଟରେ ପହଞ୍ଚିବା ପରେ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ଗୁଆ ଓ ଚାଉଳ କୁ ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରଖା ଯାଇଥିଲା। ଏହି ରଥ ଆମ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ବେଶ ସହାୟକ ହୋଇଛି ବୋଲି ଶ୍ରୀ ମଲ୍ଲିକ ନିଜର ପ୍ରତିକ୍ରିୟାରେ କହିଛନ୍ତି ।

Leave a Reply

Your email address will not be published. Required fields are marked *