ଜିଲା ପ୍ରଶାସନ ପକ୍ଷରୁ କୋରାଇ ବ୍ଳକ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ।

ଯାଜପୁର, ୦୮/୦୧/୨୦୨୪ (ଓଡ଼ିଶା ସମାଚାର)-ପ୍ରଶାସନ ଜନସାଧାରଣଙ୍କ ନିକଟରେ ପହଂଚି ସେମାନଙ୍କ ବିଭିନ୍ନ ଆପତିି ଅଭିଯୋଗ ଗୁଡିକର ସମାଧାନ କରିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠର ପ୍ରଧାନ ଲକ୍ଷ୍ୟ ଅଟେ ।  ଏଣୁ ଅଭିଯୋଗ ପ୍ରକୋଷ୍ଠରେ ଯୋଗ ଦେଉଥିବା ଜିଲାର ସମସ୍ତ ଅଧିକାରୀମାନେ ନିଷ୍ଠା ଓ ସହୃଦୟତାର ସହ କାର୍ଯ୍ୟ ସଂପାଦନ କଲେ ଜିଲା ପ୍ରଶାସନର ଅଭିଯୋଗ ଶୁଣାଣି ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ଜନସାଧାରଣମାନେ ଅଧିକରୁ ଅଧିକ ଅଭିଯୋଗ  ପ୍ରକୋଷ୍ଠରୁ ଲାଭବାନ ହୋଇପାରିବେ ବୋଲି ଆଜି ପୂର୍ବାହ୍ନରେ କୋରାଇ ବ୍ଳକ ସମ୍ମିଳନୀ କକ୍ଷ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣିରେ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର ଅଧ୍ୟକ୍ଷତା କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି ।  ଏହି ମିଳିତ ଅଭିଯୋଗ ଶôଣାଣି  ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲଙ୍କ ଅଧ୍ୟକ୍ଷତା ଓ ସହଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଜିର ଜନ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ, ଉପ-ଜିଲାପାଳ, ଯାଜପୁର ଶ୍ରୀ ଗୋପୀନାଥ କୁଅଁର, ଡେପୁଟୀ କଲେକ୍ଟର, ସାଧାରଣ ଓ ବିବିଧ,  ଶାଶ୍ୱତୀ ସୁଡୁଆଲ, ବି.ଡି.ଓ., କୋରାଇ ଶ୍ରୀ ଅଶୋକ କୁମାର ମାଝି, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଇଂ କ୍ଷେତ୍ର ମୋହନ ସାହୁ, ଅଧିକ୍ଷଣ ଯନ୍ତ୍ରୀ, ଜଳ ନିଷ୍କାସନ ଖଣ୍ଡ ଇଂ ଦିଲିପ ନନ୍ଦନ ମହାପାତ୍ର, ଅଧିକ୍ଷଣ ଯନ୍ତ୍ରୀ, ଜଳସେଚନ, ଜାରକା ଖଣ୍ଡ ଇଂ କାମଦେବ ଦାସ, ଅଧିକ୍ଷଣ ଯନ୍ତ୍ରୀ ଜଳସେଚନ, ଯାଜପୁର ଖଣ୍ଡ ଶ୍ରୀ ଶରତ ଚନ୍ଦ୍ର ଘଡାଇ, ପ୍ରକଳ୍ପ ନିର୍ଦ୍ଧେଶକ, ଜଳଚ୍ଥାୟା ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଯାଜପୁର ଡା. ଶିବାଶିଷ ମହାରଣା, ମୁଖ୍ୟ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶ୍ରୀନିବାସ କର, ମୁଖ୍ୟ ଜିଲା କୃଷି ଅଧିକାରୀ ଶ୍ରୀ ଉଦିପ୍ତ କୁମାର ତ୍ରିପାଠୀ, ଜିଲା ଶିକ୍ଷା ଅଧିକାରୀ. ଶ୍ରୀମତୀ ନିବେଦିତା ପାଣି,  ଜିଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଂଜୁଲତା ନାୟକ,  ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ଜିଲା ମଙ୍ଗଳ  ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ଜିଲା ଶ୍ରମ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ସହକାରୀ ନିବନ୍ଧକ, ସମବାୟ ସମିତି ଶ୍ରୀ ଶରତ ଚନ୍ଦ୍ର ମଲ୍ଳିକ, ଜିଲା ମତ୍ସ୍ୟ ଅଧିକାରୀ, ଶ୍ରୀ ପ୍ରମୋଦ କୁମାର ରାଉତ, ଅବକାରୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ଜେନା, ବେସାମରିକ ଯୋଗାଣ ଅଧିକାରୀ ସଲ୍ଳାଉଦ୍ଧିନ ଖାଁ ଓ ଅନ୍ୟାନ୍ୟ ଜିଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ ।

                ଆଜିର ଅଭିଯୋଗ ପ୍ରକୋଷ୍ଠରେ ସମୁଦାୟ ୬୮ ଗୋଟି ଅଭିଯୋଗ ପଂଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୩୨ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୫ ଗୋଟି ସମୁହ ଅଭିଯୋଗ ଥିଲା ।  ସେହିପରି ମୁଖ୍ୟମନ୍ତ୍ରୀ ରିଲିପଂ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ୦୯ ଗୋଟି ଅଭିଯୋଗ ଥିବାବେଳେ ଜିଲା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ଜନିତ ୧୫ ଗୋଟି ଅଭିଯୋଗ ଆସିଥିଲା ।  ଶିବିର ପ୍ରକୋଷ୍ଠରେ ୨୬ ଗୋଟି ଅଭିଯୋଗର ଜିଲାପାଳ ଶ୍ରୀ ରାଠୋର ତ୍ୱରିତ ସମାଧାନ କରିଥିଲେ ।  ପଂଜିକୃତ ହୋଇଥିବା ଅଭିଯୋଗ ମଧ୍ୟରୁ ୦୭ ଗୋଟି ଅଭିଯୋଗର ଅଭିଯୋଗକାରୀମାନେ ଅଭିଯୋଗ ସ୍ଥଳରେ ଅନୁପସ୍ଥିତ ଥିଲେ ।  ପ୍ରକାଶ ଥାଊ କି, ଜାନୁୟାରୀ ମାସ ୧୬ ତାରିଖ  ମଙ୍ଗଳବାର ରସୁଲପୁର ବ୍ଳକ କାର୍ଯ୍ୟାଳୟ ଠାରେ,  ୨୨ ତାରିଖ ସୋମବାର ଦଶରଥ ପୁର ବ୍ଳ୍କ କାର୍ଯ୍ୟାଳୟ ଠାରେ, ୨୯ ତାରିଖ ସୋମବାର ଧର୍ମଶାଳା ବ୍ଳ୍କ କାର୍ଯ୍ୟାଳୟ  ଠାରେ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ  ଶିବିର ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।  ଉକ୍ତ ଅଭିଯୋଗ ଶୁଣାଣି ଶିବିର ମାନଙ୍କରେ ଜିଲାର ବରିଷ୍ଠ ପଦାଧିକାରୀ ବୃନ୍ଦ, ବିଭିନ୍ନ ଲାଇନ୍ ଡିପାର୍ଟମେଂଟର ବରିଷ୍ଠ ଯନ୍ତ୍ରୀ ଏବଂ ସଂପୃକ୍ତ ବ୍ଳକର ବି.ଡି.ଓ. ଏବଂ ତହସିଲଦାରମାନେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତିି ଅଭିଯୋଗ ଗୁଡିକର ତ୍ୱରିତ୍ ସମାଧାନ ଶୁଣାଣିରେ ଜିଲାପାଳଙ୍କୁ ସହଯୋଗ ପ୍ରଦାନ କରିବେ ।

Leave a Reply

Your email address will not be published. Required fields are marked *