ଜୁନାଗଡ଼ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରାର ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟା

                                          ଲୁକ୍କାୟିତ ପ୍ରତିଭାର ପରିଚୟ ସୃଷ୍ଟି କରେ କଳାହାଣ୍ଡି ଉତ୍ସବ

ଜୁନାଗଡ଼, ୦୮/୦୧/୨୦୨ ୪ (ଓଡ଼ିଶା ସମାଚାର /ରାକେଶ ବେମାଲ)କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ହେଉଛି, କଳାର ମାଟି, ପ୍ରତିଭା ସମ୍ପନ ଐତିହ୍ୟର ମାଟି, ଏହି ମାଟି କେତେ ଯେ ପ୍ରତିଭା ସୃଷ୍ଟି କରିଛି । କଳାରେ ଭରପୁର ଥିବା ଏହି ମାଟିର ଲୁକ୍କାୟିତ ପ୍ରତିଭାର ପରିଚୟ ସୃଷ୍ଟି କରେ ଏହି କଳାହାଣ୍ଡି ଉତ୍ସବ ଘୁମୁରା ବୋଲି  ଦ୍ଵିତୀୟ ସାଂସ୍କୃତିକ ସନ୍ଧ୍ୟାରେ ଅତିଥି ମାନେ ମତ ପୋଷଣ କରିଥିଲେ । କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ହାଇସ୍କୁଲ ପଡିଆର ଠାରେ ଅନୁଷ୍ଠିତ ହେଉଥିବା ଜୁନାଗଡ଼ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବର ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟାର ମାଁ ଲଙ୍କେଶ୍ୱରୀ ମଞ୍ଚରେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟବକ୍ତା ଅଜୟ ମିଶ୍ର, ସମ୍ମାନୀତ ଅତିଥି ପଦ୍ମଶ୍ରୀ ପଟ୍ଟାୟତ ସାହୁ,  ଜିଲ୍ଲାପରିଷଦ ଉପାଧ୍ୟକ୍ଷ୍ୟା ସୁଧିରା ମେହେର, ଧର୍ମଗଡ଼ ବ୍ଲକ ଉପାଧ୍ୟକ୍ଷ୍ୟା ମନୀଷା ମିଶ୍ର, ଜୁନାଗଡ଼ ବ୍ଲକ ଅଧ୍ୟକ୍ଷ୍ୟା ସବିତା ମେହେର, ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଜୁନାଗଡ଼ ବିଡ଼ିଓ ଦେବାଶିଷ ପାତ୍ର,ଉପନଗରପାଳ ହିମାଦ୍ରୀ ନାଏକ, ଜିଲ୍ଲାପରିଷଦ ସଭ୍ୟ ଶାମୁକା କୁମାର, ଲାଲବହାଦୁର ଯାନୀ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ପୁର୍ବତନମନ୍ତ୍ରୀ ହିମାଂଶୁ ଶେଖର ମେହେର, ପୂର୍ବତନ ବିଧାୟକ, ଗୋବର୍ଦ୍ଧନ ଦାଶ, ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଜୁନାଗଡ଼ ସମ୍ବାଦିକ ସଂଘର ସଭାପତି ହିମାଂଶୁ ଶେଖର ବରାଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।  ଅଶୋକ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ପ୍ରସାଦ ଦଣ୍ଡସେନା ସାଥିଙ୍କ ଦ୍ଵାରା ମାଁ ଲଙ୍କେଶ୍ୱରୀ ଭଜନ ଗାଁ କରାଯାଇଥିଲା ।  ଅପରାହ୍ନ ୬ ଟା ପର୍ୟ୍ୟନ୍ତ ଶିଶୁ ବିଚିତ୍ରା କାର୍ୟ୍ୟକ୍ରମ ସହିତ ଶିଶୁ ମାନଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ଏହି କାର୍ୟ୍ୟକ୍ରମକୁ ସଂଯୋଜକ ବିନୟ କୁମାର ସାହୁଙ୍କ ନେତୃତ୍ୱରେ ମନୋଜ କୁମାର ମେହେର,ସ୍ମିତାରାଣୀ ସାହୁ, ଡିଙ୍ଗର ନାଏକ, ବେଣୁଧର ବାଗ, ଅନୁବନ୍ଧନ ଭରଦ୍ବାଜ, ଏଞ୍ଜେଲ ପ୍ରହରାଜ, ସନ୍ତୋଷ ମେହେର, ଖୋଲାନନ୍ଦ ଝଙ୍କର ପ୍ରମୁଖ  କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । କଳାହାଣ୍ଡି ଉତ୍ସବ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପ୍ରିୟ ଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟର ଖେଳ ଶିକ୍ଷକ ସମୀର ସାହୁ ପୁରସ୍କାର ବିତରଣ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।  ସଭାପରେ ବିନୟ କୁମାର ସାହୁଙ୍କ ସଂଯୋଜନା ରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ସାଂସ୍କୃତିକ ଦଳ ନିଜର ପ୍ରତିଭାର ପ୍ରକାଷ୍ଠା ଦେଖାଇଥିଲେ । ଏଥିରେ ଜୁନାଗଡ଼ କଳାବିକାଶକେନ୍ଦ୍ରର ଓଡିଶୀ, କଟକ ର ସିଂହମ ନୃତ୍ୟ, ମସିଗାଁର ଘୁମୁରା, ସଂସ୍କୃତି ର ଘୁଡକା,ପଳାସ ର ପାଲା,ଭୁବନେଶ୍ୱର ର ବିହୁ,ଡ଼ଙ୍ଗା ଘାଟ ପଡ଼ାର ଭଜାଶାଳ, ମିଚା ଗାଁର ଘୁମୁରା,ମୟୂରୀ ର ବଜାଶାଲ,ବରଗାଁ ର ଘୁମୁରା,ସନ୍ୟାସୀକୁଣ୍ଡାମାଲ ର ମାଦଲି, ଲଗାନ ର ବଜାଶାଳ, କଟକ ର ସିଂହମ ନୃତ୍ୟ, ଶୁସାନ୍ତ ମିଶ୍ର ଓ ଚନ୍ଦନ ଶତପଥୀଙ୍କ କମେଡି  ମଧରାତ୍ର ପର୍ୟ୍ୟନ୍ତ ଦର୍ଶକଙ୍କୁ ବିମୋହିତ କରିଥିଲା ।

Leave a Reply

Your email address will not be published. Required fields are marked *