ମାଲ୍ୟାଗିରି ମହୋତ୍ସବ ତୃତୀୟ ଦିନ  – ଶିବ ତାଣ୍ଡବ ମନ ମୋହିଲା, ରିଷି ସିଂ ଙ୍କ ସଂଗୀତ ଝୁମେଇଲା  

ପାଳଲହଡା ୦୭/୦୧/୨୦୨ ୪ (ଓଡ଼ିଶା ସମାଚାର)- ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ରେ 3 ଦିନ ଧରି ଚାଲିଥିବା ମାଲ୍ୟଗିରି ମହୋତ୍ସବ ର ଶେଷ ସନ୍ଧ୍ୟା  ରେ ରାଜ୍ୟ ସରକାର ଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଞ୍ଚଳିକ ସ୍ଥର ରେ ଆୟୋଜିତ କରାଯାଉଥିବା ମହୋତ୍ସବ ସ୍ଥାନୀୟ ତଥା ରାଜ୍ୟ ସ୍ଥରୀୟ ପ୍ରତିଭା ମାନଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ ର ଏକ ଉତ୍କୃଷ୍ଟ ମାଧ୍ୟମ ହୋଇ ପାରିବ । ଏଥିପାଇଁ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଏବଂ ଉପଖଣ୍ଡ ପ୍ରଶାସନ ର ପ୍ରଚେଷ୍ଠା ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ । ଉଦଯାପନୀ ସନ୍ଧ୍ୟା ରେ ସମ୍ମାନୀତ ଅତିଥି  ଭାବେ, ରାଜ୍ୟ ଯୁବ କଲ୍ୟାଣ ପରିଷଦ  ଅଧ୍ୟକ୍ଷ କୁନ ବିହାରୀ ଦାସ, ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ,ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ବିଜେଡି ପର୍ଯ୍ୟବେକ୍ଷକ ନେପୁ ଦାସ ଯୋଗଦେଇ ମହୋତ୍ସବ ପାଳନ ଏବଂ ଏହା ଦ୍ୱାରା ସ୍ଥାନୀୟ ଲୋକକଳା ର ପ୍ରଚାର ପ୍ରସାର ସହ ଧୀରେ ଧୀରେ ଲୋପ ପାଇଯାଉଥିବା ଲୋକକଳା କିଭଳିଭାବେ ବଞ୍ଚାଇ ରଖାଯାଇପାରିବ ନିଜ ନିଜ ମତ ପ୍ରକାଶ କରିଥିଲେ । ପାଲଲହଡା ବିଧାୟକ ତଥା ମହୋତ୍ସବ କମିଟି ର ଅଧ୍ୟକ୍ଷ ମୁକେଶ କୁମାର ପାଲ ସ୍ଵାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ପାଲଲହଡା ଉପଜିଲ୍ଲାପାଳ ତଥା ମହୋତ୍ସବ କମିଟି ର ଆବାହକ ସୁଶାନ୍ତ କୁମାର ପତି ଉପସ୍ଥିତ ଥିଲେ । ଉଦଯାପନୀ ସନ୍ଧ୍ୟା ରେ ମାଲ୍ୟାଗିରି ମୁକ୍ତାକାଶ ରଙ୍ଗମଞ୍ଚ ରେ ରାଉରକେଲା ସଂସ୍କୃତି ପରିଷଦ ସାଗର ରିଦିମ ପକ୍ଷ ରୁ ଆୟୋଜିତ ଆଧୁନିକ ଶିବ ତାଣ୍ଡବ ଦର୍ଶକ ଙ୍କୁ ବାନ୍ଧିରଖିଥିବାବେଳେ ଏବଂ ଅନୁଗୁଳ ରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ପ୍ରଦର୍ଶିତ ଓଡିଶୀ ନୃତ୍ୟ କୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ଅନ୍ୟପଟେ ଶୀତ ସତ୍ୱେ ରାତି ବଢିବା ସହ ଦର୍ଶକ ମାନଙ୍କ ଭିଡ ବଢିଥିବା ଦେଖିବାକୁ ମିଳିଥିଲା । ଶେଷରେ ବୋଲିଉଡ଼ ଗାୟକ ରିଷି ସିଂ ଏବଂ ଉସ୍ତାଦ ରାପର ଙ୍କ ଆଧୁନିକ ହିନ୍ଦୀ ସଂଗୀତ ପରିବେଷଣ ରେ ଯୁବପିଢ଼ି ଝୁମିଥିଲେ । ମହୋତ୍ସବ ର ଶେଷ ସାନ୍ଧ୍ୟ। ହୋଇଥିବାରୁ ପାଲଲହଡା ଷ୍ଟାଡିୟମ ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିବା ସହ ମିଶନ ଶକ୍ତି ଏବଂ ଅନ୍ୟାନ୍ୟ ଖାଦ୍ୟ ଷ୍ଟଲ ମାନଙ୍କ ରେ ଲୋକ ମାନେ ମନଭରି ବିଭିର୍ନ ରକମ ର ଖାଦ୍ୟ କୁ ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *