ବିବେକାନନ୍ଦ ଜେନା ଙ୍କ ଜୋନ ସ୍ତରୀୟ ବନ୍ଧୁ ମିଳନ ଆରମ୍ଭ

ଯାଜପୁର, ୦୭/୦୧/୨୦୨ ୪ (ଓଡ଼ିଶା ସମାଚାର)- ଵରୀ ନିର୍ବାଚନ ମଣ୍ଡଳୀ ର  ୨୪ନ ଜିଲ୍ଲାପରିଷଦ ଜୋନ ସ୍ତରୀୟ ବନ୍ଧୁ ମିଳନ ଆଜି ବାଲିବିଲ ପଂଚାୟତ ବିବେକାନନ୍ଦ ଜେନା ଙ୍କ ଅଫିସ ପରିସରରେ ଅନୁଷ୍ଟିତ ହୋଇଯାଇଛି । ପୁରୁଣା କର୍ମିଙ୍କୁ  ଏକତ୍ର କରି ଆଗାମୀ ଦିନରେ କିପରି ବରୀ ରେ ଭାଜପା ବିଜୟୀ ହେବ ସେ ନେଇ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ରେ ବରିଷ୍ଟ ବିଜେପି ସଂଗଠକ ଅକ୍ଷୟ ବେହୁରିଆ ଯୋଗ ଦେଇ ସମସ୍ତ କର୍ମୀଙ୍କୁ  ଉଚିତ ପରାମର୍ଶ ଦେଇଥିଲେ । ସୂଚନା ଅନୁଯାୟୀ ବିବେକାନନ୍ଦ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସମ୍ପାଦକ ହେବା ପରେ ବରୀ ରେ ଘନ ଘନ ବୈଠକ କରି ବର୍ତ୍ତମାନ ବେଶ ଲୋକ ପ୍ରିୟ ହେଲେଣି । ସେ ସଂଗଠନକୁ କିପରି  ସୁଦୃଢ଼ କରିବେ ଓ  ଭାଜପା କୁ ଏଠାରେ ମଜବୁତ୍  କିପରି କରାଯାଇପାରିବ ସେ ବିଷୟେ କର୍ମୀ ମାନେ ଆଲୋଚନା କରିଥିବା ଜଣାପଡ଼ିଛି।  ଆଗାମୀ ଦିନରେ ଅନ୍ୟ ଜୋନ ସ୍ଥରିୟ ବୈଠକ କରାଯିବା ସହ ପ୍ରତି ପଂଚାୟତ ର ପ୍ରତି ୱାର୍ଡ କୁ ସେ ଯାଇ କର୍ମୀଙ୍କ ସହ ସାକ୍ଷାତ କରିବେ ଓ ଘର ଘର ଯାଇ ଲୋକଙ୍କୁ  ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ଭଧରେ ସଚେତନ କରାଇବେ ବୋଲି ବିବେକାନନ୍ଦ ଜେନା ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ନିଶିଭଦ୍ରା ଜେନା ପରିଚାଳନା କରୁଥିବା ଶୁଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *