ଆସାନି ଆବାକସ୍ ର ରାଜ୍ୟସ୍ତରୀୟ ପୁରସ୍କାରବିତରଣ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର,୦୭/୦୧/୨୦୨୪ (ଓଡ଼ିଶା ସମାଚାର)-ଆସାନି ଆବାକସ୍ ର ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସବ  CYSD ପରିସରରେ ଅଦ୍ୟ ତା: ୦୭.୦୧.୨୦୨୪ ରିଖରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ CYSD ପରିସରଠାରେ ୦୭.୦୧.୨୦୨୪ ରିଖ ଦିନ ସକାଳ ସମୟରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୮୫୦ ପ୍ରତିଯୋଗୀ ଛାତ୍ରଛାତ୍ରୀ ବିଭିନ୍ନ ଜିଲ୍ଲାରୁ ଆବାକସ୍, ବେଦିକ୍ ଗଣିତ, ଚିତ୍ରାଙ୍କନ ଓ ସୁନ୍ଦର ହସ୍ତଲିପି ପ୍ରତିଯୋଗିତାରେ ଭାଗନେଇଥିଲେ ।

ଆଜିର ଉତ୍ସବରେ ଅନୁପମ ଭାରତର ଶ୍ରୀ ରଜତ ମହାପାତ୍ର, OUAT ର ପ୍ରଫେସର ଭରତ ଚନ୍ଦ୍ର ସାହୁ, Divine Dance Academy ର   ନିର୍ଦ୍ଧେଶିକା ଶ୍ରୀମତୀ ଚନ୍ଦ୍ରିକା ଦାସ ଓ ARIFIN Academy ର ନିର୍ଦ୍ଧେଶକ ଅଶୁଂମାନ ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଆସାନି ଆବାକସ୍ ର ପରିଚାଳନା ନିର୍ଦ୍ଧେଶକ ଶ୍ରୀ ରବିନ୍ଦ୍ର କୁମାର ଗୌଡ଼ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆସାନି ଆବାକସ୍ ର ନିର୍ଦ୍ଧେଶିକା ଶ୍ରୀମତୀ ଗୀତାଞ୍ଜଳୀ ଗୌଡ଼ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *