ବୌଦ୍ଧ ଧର୍ମଗୁରୁ ଜୁନସେଇ ତେରାସାୱାଙ୍କ ପଦଯାତ୍ରା

ନିଶ୍ଚିନ୍ତକୋଇଲି,୦୬/୦୧/୨୦୨୪ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ମହମ୍ମଦପୁର ବୌଦ୍ଧ ସଂଘ ଦ୍ୱାରା ଆୟୋଜିତ ଧର୍ମପଦଯାତ୍ରାରେ ଜାପାନର ବୌଦ୍ଧ ଧର୍ମଗୁରୁ ଜୁନସେଇ ତେରାସାୱା ଯୋଗଦେଇଥିଲେ । ତାଙ୍କ ସହିତ ନେପାଳର ପାଖ୍ରୀନ ସାଧା ଉତ୍ତରପ୍ରଦେଶର ନେତ୍ରପାଲ ସିଂହ ମାଣିଆବନ୍ଧର ଅରୁଣ କୁମାର ଦତ୍ତ ଯୋଗଦେଇଥିଲେ । ପଦଯାତ୍ରା ମହମ୍ମଦପୁର ତଥାଗତ ବୁଦ୍ଧ ବିହାର ଠାରୁ ଆରମ୍ଭ କରାଯାଇ ଗ୍ରାମ ପରିକ୍ରମା କରିଥଲା । ପଦଯାତ୍ରାରେ ମହମ୍ମଦପୁର ବୌଦ୍ଧଧର୍ମାବଲମ୍ବି ଉପାସକ ଉପାସିକା ଅଂଶଗ୍ରହଣ କରିଥିଲେ । ଏହି ପଦଯାତ୍ରାରେ ଧର୍ମଗୁରୁଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିଲା । ସେ ଉପସ୍ଥିତ ଜନତାଙ୍କୁ ଭଗବାନ ବୁଦ୍ଧଙ୍କ ଶାନ୍ତି ଅହିଂସାର ବାର୍ତା ପ୍ରଦାନ କରି ସମଗ୍ର ବିଶ୍ୱରେ ଶାନ୍ତିପ୍ରତିଷ୍ଠାର କାମନା କରିଥିଲେ । ଉକ୍ତ ପଦଯାତ୍ରାରେ ମହମ୍ମଦପୁର ବୌଦ୍ଧ ସଂଘର ସଭାପତି ବାବାଜୀ ଚରଣ ପାତ୍ର , ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର , ଅଭିମନ୍ୟୁ ପାତ୍ର ,ଭୀମସେନ ପାତ୍ର , ଭ୍ରମରବର ଦେବତା , ଅନାଦି ପାତ୍ର , ସୁରେଶ ପାତ୍ର ଓ ଅନ୍ୟ ସଦସ୍ୟ ମାନେ ସାମିଲ ହୋଇ ପଦଯାତ୍ରାକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *