ଓଡ଼ିଶା ସମାଚାର

ନିରାମୟ ଯୋଜନା ସଂପର୍କରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ : ସରକାରୀ ଡାକ୍ତରଖାନାମାନଙ୍କରେ ନିରାମୟ ଯୋଜନାରେ ରୋଗୀଙ୍କୁ ଶତପ୍ରତିଶତ ଔଷଧ ମାଗଣାରେ ଯୋଗାଇଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

ନିରାମୟ ଯୋଜନା ସଂପର୍କରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ : ସରକାରୀ ଡାକ୍ତରଖାନାମାନଙ୍କରେ ନିରାମୟ ଯୋଜନାରେ ରୋଗୀଙ୍କୁ ଶତପ୍ରତିଶତ ଔଷଧ ମାଗଣାରେ ଯୋଗାଇଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

ନିରାମୟ ଯୋଜନା ସଂପର୍କରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ : ସରକାରୀ ଡାକ୍ତରଖାନାମାନଙ୍କରେ ନିରାମୟ ଯୋଜନାରେ ରୋଗୀଙ୍କୁ ଶତପ୍ରତିଶତ ଔଷଧ ମାଗଣାରେ ଯୋଗାଇଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ
May 11
22:08 2017

ଭୁବନେଶ୍ୱର, ୧୧/୦୫/୨୦୧୭(ଓଡ଼ିଶା ସମାଚାର/ପ୍ରଭାକର ସାହୁ) – ନିରାମୟ ଯୋଜନାରେ ସରକାରୀ ଡାକ୍ତରଖାନା ମାନଙ୍କରେ ରୋଗୀଙ୍କୁ ଶତପ୍ରତିଶ ଔଷଧ ମାଗଣାରେ ଉପଲବ୍ଧ କରାଇବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ପରାମର୍ଶ ଦେଇଛନ୍ତି । ଏଥି ସହିତ ଯୋଗାଇ ଦିଆଯାଉଥିବା ଔଷଧର ଗୁଣବତାରେ କୌଣସି ପ୍ରକାର ସାଲିସର ପ୍ରଶ୍ନ ନାହିଁ ବୋଲି ସତର୍କ କରିଦେଇଛନ୍ତି । ସେହିପରି ବଜାରରେ ଔଷଧ ଦୋକାନରେ ମଧ୍ୟ ମିଳୁଥିବା ସମସ୍ତ ପ୍ରକାର ଔଷଧର ମାନ ପରୀକ୍ଷା କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ଆଜି ଭୁବନେଶ୍ୱର ସ୍ଥିତ ଆର୍.ଏମ୍.ଆର୍.ସି ସମ୍ମିଳନୀ କକ୍ଷରେ ନିରାମୟ ଯୋଜନା ସଂପର୍କରେ ଆୟୋଜିତ ରାଜ୍ୟ ସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ସରକାରୀ ଡାକ୍ତରଖାନାମାନଙ୍କରେ ରୋଗୀଙ୍କ ପାଇଁ ଆବଶ୍ୟକ ପଡୁଥିବା ସମସ୍ତ ପ୍ରକାର ଔଷଧ ଯେପରି ଉପଲବ୍ଧ କରାଯାଇ ପାରିବ ସେଥି ପାଇଁ ନିଗମ ତରଫରୁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ସେହିପରି ଯୋଗାଇ ଦିଆଯାଉଥିବା ଔଷଧର ଗୁଣବତା ନେଇ କୌଣସି ପ୍ରକାର ସାଲିସ କରାଯିବାର ପ୍ରଶ୍ନ ନାହିଁ । ନିଗମ ତରଫରୁ ଯେଉଁ ସବୁ ସଂସ୍ଥାରୁ ଔଷଧ କିଣା ଯାଉଛି , ଯଦି ତାହା ନିମ୍ନମାନର ତାହା ହେଲେ ସେହି ସବୁ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ଏତଦ୍ବ୍ୟତିତ ଯେଉଁ ସଂସ୍ଥାରୁ ଔଷଧ କିଣା ଯାଉଛି , ସେହି ସବୁ ସଂସ୍ଥାର ଔଷଧ ଯୋଗାଇବାର କ୍ଷମତା ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । Health 2
ପ୍ରକାଶ ଥାଉକି ରାଜ୍ୟର ଜନସାଧାରଣଙ୍କ ଅସୁସ୍ଥତା ଜନିତ ଆର୍ଥିକ ବ୍ୟୟ ହ୍ରାସ କରିବା ନିମନ୍ତେ ମାଗଣାରେ ଔଷଧ ପ୍ରଦାନ କରିବା ପାଇଁ ସରକାର ନିରାମୟ ଯୋଜନା ଆରମ୍ଭ କରିଛନ୍ତି । ୨୦୧୫ ଅପ୍ରେଲ ମାସ ୨୮ ତାରିଖରେ ନିଗମ ଉଦ୍ଘାଟିତ ହୋଇ ମଇ ମାସ ପହିଲାରୁ ତିନିଗୋଟି ସରକାରୀ ମେଡିକାଲ କଲେଜ ଓ ହସପିଟାଲ , ଏ.ଏଚ୍.ଆର୍.ସି.ସି , ଶିଶୁଭବନ ଏବଂ କ୍ୟାପିଟାଲ ହସପିଟାଲ ଏବଂ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ମୋଟ ୩୭ ଟି ସ୍ୱାସ୍ଥ୍ୟ ଅନୁଷ୍ଠାନରେ ମାଗଣା ଔଷଧ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ବର୍ତମାନ ସୁଦ୍ଧା ୩ ସରକାରୀ ମେଡିକାଲ କଲେଜ , ଏ.ଏଚ୍.ଆର୍.ସି.ସି , ଶିଶୁଭବନ, ୩୨ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ୨୭ ଟି ଉପଖଣ୍ଡ ଚିକିତ୍ସାଳୟ ଏବଂ ୩୭୭ ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣା ଔଷଧ ବିତରଣ କେନ୍ଦ୍ର କାର୍ଯ୍ୟକରିବା ସହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କୁ ମଧ୍ୟ ଯୋଗାଇ ଦିଆଯାଉଛି । ଏହି ନିରାମୟ ଯୋଜନାକୁ ଅଧିକ ଫଳପ୍ରଦ କରି ଜନସାଧାରଣଙ୍କୁ ଶତପ୍ରତିଶତ ମାଗଣାରେ ଔଷଧ ଯୋଗାଇ ଦେବା ନିମନ୍ତେ ନିର୍ଦ୍ଧିଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଡାକ୍ତରମାନେ ନିଦାନ ଚିଠାରେ ସମସ୍ତେ ପଢିପାରିବା ଭଳି ଔଷଧ ନାମ ଲେଖିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଧେଶ ଦେଇଥିଲେ ।
ଉକ୍ତ ବୈକରେ ନିଗମର ପରିଚାଳନା ନିର୍ଦ୍ଧେଶକ ଆର୍.ପି.ସିଂହଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀ , ତିନିଗୋଟି ସରକାରୀ ମେଡାକାଲ କଲେଜର ଅଧିକ୍ଷକ , ସବୁ ଜିଲ୍ଲାର ଏ.ଡି.ଏମ୍.ଓ ( ମେଡିକାଲ ), ଷ୍ଠୋର ଅଫିସର ଏବଂ ଫାର୍ମାଶିଷ୍ଟମାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

twenty − 16 =