ଜ୍ୟୋତିରଞ୍ଜନ କ୍ରିକେଟ କ୍ଲବ ଘରପାଇଁ ଭିତିପ୍ରସ୍ତର ସ୍ଥାପନ

ଦଶରଥପୁର, ୦୪/୦୧/୨୦୨ ୪ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତସ୍ତ ଏସଜି କଲେଜ ନିକଟ  ମୁଲିଆପାଟଣା ଠାରେ ଜ୍ୟୋତିରଞ୍ଜନ କ୍ରିକେଟ କ୍ଲବ ଘର ପାଇଁ ବୁଧବାର ଭିତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ତଥା ଯାଜପୁରର ବରିଷ୍ଠ ବିଜେଡି ନେତା କର୍ଣ୍ଣାଟ କେଶରି ଦାସଙ୍କ ଦ୍ୱାରା ଭିତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଉକ୍ତ ଭିର୍ତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ  ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର, ଦଶରଥପୁର ବ୍ଲକ ଅଧ୍ୟକ୍ଷ ଦିଗମ୍ବର ମଲ୍ଲିକ, ଦଶରଥପୁର ବ୍ଲକର ଯୁବନେତା ତଥା କନିକାପଡା ପଞ୍ଚାୟତର ଯୁବ ଇଂ ତିମିରକାନ୍ତ ସେନାପତି, ଦଶରଥପୁର ବ୍ଲକ ଯୁବ ବିଜେଡି ସଭାପତି ସଞ୍ଜିତ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ଜ୍ୟୋତି ମେମୋରିଆଲ କ୍ରିକେଟ କ୍ଲବର ସଭାପତି ତଥା କନିକାପଡା ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ଯେନା, କ୍ଲବର ସମ୍ପାଦକ ପଞ୍ଜାବ କେଶରି ମହାପାତ୍ର, କନିକାପଡା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରାକେଶ କୁମାର ସାହୁ, ଯୁବନେତା ଚିତ୍ତରଞ୍ଜନ ବଳ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କ୍ଲବର ସଭ୍ୟ ମନୋଜ ମହାପାତ୍ର, ଗୌତମ ମହାପାତ୍ର, ନରେଶ ରାଉତ, ଆଶିଷ ମହାପାତ୍ର, ଜ୍ୟୋତିପ୍ରକାଶ ସାମଲ, ଦେବେନ୍ଦ୍ର ଯେନା, ଆଶୁତୋଷ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *